Odisha news

ଦୁର୍ଗାପୂଜା ପ୍ରସ୍ତୁତି ବୈଠକ, ମନୋରଞ୍ଜନ କାର୍ଯ୍ୟକ୍ରମ, ଡ଼ାକବାଜି ଯନ୍ତ୍ର ମନା : ସର୍ବସାଧାରଣ ଦର୍ଶନ ଲାଗି କଟକଣା

0

ପୁରୀ : ସ୍ଥାନୀୟ ସଦ୍ଭାବନାଗୃହଠାରେ ଦୁର୍ଗାପୂଜା ଲାଗି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦୁର୍ଗାପୂଜା ପାଳନ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କୋଭିଡ଼ିଗାଇଡ଼ ଲାଇନ୍କୁ କଡ଼ାକଡ଼ିଭାବେ ପାଳନ କରାଯିବାକୁ  ନିଷ୍ପତ୍ତିହୋଇଛି । ମୂତ୍ତିିର ଉଚ୍ଚତା ଚାରି ଫୁଟରୁ ଅଧିକହେବନାହିଁ ଏବଂ କୌଣସି ପରିସ୍ଥିରେ ପୂଜାମଣ୍ଡପ ନିକଟରେ ୭ଜଣରୁ ଅଧିକ ବ୍ୟକ୍ତି ଉପସ୍ଥି୍ତ ରହିବେ ନାହିଁ । ମଣ୍ଡପରେ ପୂଜା ଆୟୋଜନ ଲାଗି ଜିଲ୍ଲାପାଳଙ୍କ ଠାରୁ ଆବଶ୍ୟକୀୟ ଅନୁମତି ନେବାକୁ ହେବ । ମନୋରଞ୍ଜନ କାର୍ଯ୍ୟକ୍ରମ, ଡ଼ାକବାଜି ଯନ୍ତ୍ର, ସର୍ବସାଧାରଣ ଦର୍ଶନ ଉପରେ କଟକଣା ଜାରି କରାଯାଇଛି ।

ପ୍ରତି କ୍ଷେତ୍ରରେ ସାମାଜିକ ଦୂରତ୍ୱ ବଜାୟ ରଖିବା ସହିତ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । ଗାଇଡ୍ÿଲାଇନ ଉଲଂଘନ କଲେ ସମ୍ପୃକ୍ତ ମଣ୍ଡପ କର୍ମକର୍ତ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଟିଡ଼ିଏସ୍ପି କ୍ଷୀରସାଗର ନାୟକ ବୈଠକରେ ସ୍ପଷ୍ଟ କରିଦେଇଛନ୍ତି । ଭସାଣି ସମୟରେ କୌଣସି ଶୋଭାଯାତ୍ରା ହେବନାହିଁ, ପ୍ରଶାସନ ପକ୍ଷରୁ ଚିହ୍ନିତ ନିର୍ଦ୍ଦଷ୍ଟ ସ୍ଥାନରେ ମୂର୍ତ୍ତି ବିସର୍ଜନ କରାଯିବ । ଏଥିପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡ଼େପୁଟିକଲେକ୍ଟର ପ୍ରଶାନ୍ତ କୁମାର ଜେନା,ବିଭିନ୍ନଥାନାଅଧିକାରୀ ଓ ସହରର ବିଭିନ୍ନ ପୂଜାକମିଟି କର୍ମକର୍ତ୍ତା ମାନେ ଉପସ୍ଥିତଥିଲେ ।

Nalco
Leave A Reply