Odisha news

ଦଇତାପତି ସେବାୟତମାନଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ କରୋନା ସଂପର୍କରେ ସଚେତନ କରାଗଲା

0

ପୁରୀ,୧୫/୫- ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ପରମ୍ପରା ଅନୁଯାୟୀ ଆଜି ଚକ ଅଖ ଡେରା ନୀତି ସଂପନ୍ନ ହୋଇଛି । ଏହାକୁ ନେଇ ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ଅଣସର ନୀତି ଓ ରଥଯାତ୍ରା ଆୟୋଜନ ନେଇ ଭକ୍ତ ମହଲରେ ଆଶା ସଂଚାର ହୋଇଛି । ସ୍ନାନଯାତ୍ରା ପୂର୍ବରୁ କରୋନା କଟକଣାକୁ ନେଇ ଥିବା ଗାଇଡ ଲାଇନକୁ ସେବାୟତମାନେ କିଭଳି ଅନୁପାଳନ କରିବେ ସେ ନେଇ ଏକ କର୍ମଶାଳା ଅଜି ନିଳାଦ୍ରୀ ଭକ୍ତ ନିବାସରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନୁଷ୍ଠିତ ଏହି କର୍ମଶାଳାରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗଦେଇ କରୋନା ଭୂତାଣୁକୁ କିଭଳି ମୁକାବିଲା କରିହେବ ଏବଂ ସ୍ନାନ ଯାତ୍ରା ଓ ରଥଯାତ୍ରା ସମୟରେ ସାମାଜିକ ଦୂରତା କିଭଳି ଅବଲମ୍ବନ କରିହେବ ସେ ନେଇ ଦଇତାପତି ସେବକମାନଙ୍କୁ ପରାମର୍ଶ ଦିଆଯାଇଥିଲା । ତେବେ ପରେ କିଭଳି ଏବଂ କେଉଁ ଉପାୟରେ ସାମାଜିକ ଦୂରତା ଅବଲମ୍ବନ କରି ମହାପ୍ରଭୁଙ୍କ ଘୋଷଯାତ୍ରା ନୀତି କରିବେ ସେ ନେଇ ଏକ ବିସ୍ତୃତ ରିପୋର୍ଟ ଦଇତାପତି ନିଯୋଗ ପ୍ରସ୍ତୁତ କରି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ କରିବେ ।

IEC 2 years
Leave A Reply