ପୁରୀ : ସୋମବାର ପୂର୍ବାହନ୍ନରେ ସ୍ଥାନୀୟ ପାନ୍ଥନିବାସ ପରିସରରେ ଏକ ନୂତନ ବିଳାସପୂର୍ଣ୍ଣ ରେଷ୍ଟୁରାଣ୍ଟ ଉଦଘାଟିତ ହୋଇଛି। ମୁଖ୍ୟ ଅତିଥି ରୂପେ ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି, ପର୍ଯ୍ୟଟନ ଏବଂ ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର କାର୍ଯ୍ୟ କ୍ରମରେ ଯୋଗ ଦେଇ ଉଦଘାଟନ କରିଛନ୍ତି। ପୁରୀ ଏକ ଧାର୍ମିକ ତଥା ପର୍ଯ୍ୟଟନ ସ୍ଥଳୀ ଭାବେ ବିଶ୍ୱ ବିଦିତ। ପର୍ଯ୍ୟଟକମାନଙ୍କୁ ଭଲ ପରିବେଶ ଓ ଖାଦ୍ୟ ଯୋଗାଇବାର ଆବଶ୍ୟକତା ରହିଛି। ଏହି ରେଷ୍ଟୁରାଣ୍ଟ ପର୍ଯ୍ୟଟକ ଓ ପୁରୀ ବାସୀଙ୍କ ପାଇଁ ସହାୟକ ହେବ ବୋଲି ଉଦଘାଟନୀ ଉତ୍ସବରେ ଯୋଗ ଦେଇ ଏହା କହିଛନ୍ତି ମନ୍ତ୍ରୀ ଶ୍ରୀ ପାତ୍ର। ଏହି ଉଦଘାଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ଶ୍ରୀ ଦୁର୍ଗା ଚରଣ ମହାପାତ୍ର, ପର୍ଯ୍ୟଟନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ମାନସ ପାଢୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦିଲ୍ଲୀପ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୈଳାସ ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ଶ୍ରୀ ଭବ ତାରଣ ସାହୁ, ଓଟିଡିସିର ଡିଭିଜିନାଲ ମ୍ୟାନେଜର ପି. କେ ଚାନ୍ଦ, ଏସଇ ଶ୍ରୀ ଶଶାଙ୍କ ଦାଶ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ସରୋଜ କୁମାର ପ୍ରଧାନ ଏବଂ ପାନ୍ଥନିବାସର ମ୍ୟାନେଜର ଶ୍ରୀ ଚନ୍ଦ୍ରକାନ୍ତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।