ପୁରୀ,୯ା୮ :ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରି ପୁରୀ ଜିଲ୍ଲା ପୁଲିସ ହାବିଲଦାର ଓ କନଷ୍ଟେବଳ ସଂଘର ସଭାପତି ଶୁଭ୍ରାଂଶୁ ଶେଖର ପ୍ରଧାନଙ୍କ ବିୟୋଗ ଘଟିଛି । ମୃତୁ୍ୟ ବେଳକୁୁ ତାଙ୍କୁ ୫୧ବର୍ଷ ହୋଇଥିଲା ।
ଶ୍ରୀ ପ୍ରଧାନ ଗତକାଲି କୋଭିଡ଼ ପଜିଟିଭ ଚିହ୍ନଟ ହେବା ପରେ ଚିକିସôାଧିନ ଥିଲେ । ଆଜି ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତାଙ୍କ ବିୟୋଗରେ ପୁଲିସ କର୍ମଚାରୀ ଏବଂ ବୁଦ୍ଧିଜୀବୀ ମହଲରେ ଶୋକର ଛାୟା ଖେଳିଯାଇଛି ।