ଚିକିତ୍ସାଧୀନ ଅବସ୍ଥାରେ ଜଣେ ସାମ୍ବାଦିକଙ୍କ ଗୋଡ଼ରେ ଶିକୁଳି ବେଢ଼ି ପକାଇବା ଅତ୍ୟନ୍ତ ଦୁଃଖ ଦାୟକ ବେଆଇନ ଏବଂ ବେଆଇନ: କେନ୍ଦ୍ରାଞ୍ଚଳ ପୋଲିସ ଆଇଜି
ଜଣେ ହାବିଲଦାର ନିଲମ୍ବିତ, ଡିଏସପି ପାହ୍ୟାର ଅଧିକାରୀ କରିବେ ଘଟଣାର ତଦନ୍ତ
ପୁରୀ: ଜଣେ କର୍ତବ୍ୟରତ ସାମ୍ବାଦିକ ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କ ଗୋଡ଼ରେ ବେଡ଼ି ପକାଇବା ଏହି ଘଟଣାଟି ନିଶ୍ଚିତ ଭାବେ ଅତ୍ୟନ୍ତ ଦୁଃଖ ଦାୟକ, ବେଆଇନ ଏବଂ ମାନବିକ ଅଧିକାର ଘୋର ଉଲଂଘନ କହିଲେ ଅତ୍ୟୁକ୍ତି ହେବନାହିଁ। ଯେଉଁ ପରିପ୍ରେକ୍ଷୀରେ ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଗିରଫ କରି ପଠାଗଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଗୋଡ଼ରେ ବେଡ଼ି ପକା ଗଲା ଏହାକୁ ଆମେ ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣ କରିଛୁ ବୋଲି ନୀଳଗିରିର ସାମ୍ବାଦିକ ଲୋକନାଥ ଦଳେଇଙ୍କ କ୍ଷେତ୍ରରେ ନୀଳଗିରି ଥାନା ପକ୍ଷରୁ ହୋଇଥିବା ପୋଲିସର ଅମାନୁଷିକ ଓ ବର୍ବୋରଚିତ କାର୍ଯ୍ୟକୁ ସମାଲୋଚନା କରି ଏହା କହିଛନ୍ତି ପୁରୀ ଜିଲ୍ଲା ଏସପି କାର୍ଯ୍ୟାଳୟ ପର୍ଯ୍ୟବେକ୍ଷଣରେ ଆସିଥିବା ବାଲେଶ୍ଵର ଜିଲ୍ଲା ରେଞ୍ଜ ଦାୟିତ୍ୱରେ ଥିବା କଟକ କେନ୍ଦ୍ରାଞ୍ଚଳ ପୋଲିସ ଆଇଜି ଶ୍ରୀଯୁକ୍ତ ନରସିଂହ ଚରଣ ଭୋଳ। ଏହି ଘଟଣାରେ ଜଣେ ପୋଲିସ ହାବିଲଦାରଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବନ କରା ଯାଇଛି।
ଏହାର ତଦନ୍ତ ଭାର ଜଣେ ଡିଏସପି ପାହ୍ୟାର ଅଧିକାରୀଙ୍କୁ ପ୍ରଦାନ କରା ଯାଇଛି। କେଉଁ ପରିପ୍ରେକ୍ଷୀରେ ତାଙ୍କୁ ଗିରଫ କରାଗଲା ଏବଂ ଗିରଫ କରାଗଲା ପରେ ଚିକିତ୍ସା ଧିନ ତାଙ୍କ ଗୋଡ଼ରେ ବେଢ଼ି ପକାଗଲ ତାହାର ତଦନ୍ତ ହେବ। ଏହି ଘଟଣାରେ ଯାହାର ପ୍ରତେକ୍ଷ କିମ୍ବା ପରୋକ୍ଷ ଭୂମିକା ଥିବ ତାହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତଦନ୍ତ ରିପୋର୍ଟ ଆସିଲା ପରେ ଆବଶ୍ୟକ ପଡିଲେ ସମ୍ପୁକ୍ତ ଥାନା ଆଇଆଇସିଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କଟକ କେନ୍ଦ୍ରାଞ୍ଚଳ ପୋଲିସ ଆଇଇଜି ଶ୍ରୀଯୁକ୍ତ ନରସିଂହ ଚରଣ ଭୋଳ।
ସୂଚନା ଯୋଗ୍ୟ ଯେ ଦୁଇ ଦିନ ତଳେ ଏକ ଗାଡ଼ି ଦୁର୍ଘଟଣାକୁ ନେଇ ବାଲେଶ୍ଵର ଜିଲ୍ଲା ନୀଳଗିରିର ସାମ୍ବାଦିକ ଲୋକନାଥ ଦଳେଇଙ୍କ ସହ ଜଣେ ପୋଲିସ କର୍ମଚାରିଙ୍କ ବଚସା ହୋଇଥିଲା। ତେବେ ଦଳେଇ ଏହାକୁ ସାଧାରଣ ଭାବେ ଗ୍ରହଣ କରିଥିଲେ।
ପରବର୍ତୀ ସମୟରେ ସଂପୁକ୍ତ ପୋଲିସ କର୍ମଚାରୀ ବିଭିନ୍ନ ମନଗଗଢ଼ା କାହାଣୀ ରଚି ନୀଳଗିରି ଥାନାରେ ଲୋକନାଥଙ୍କ ବିରୋଧରେ ଏକ ମିଥ୍ୟା ମାମଲା ରୁଜୁ କରି ଥିଲା। କେବଳ ସେତିକି ନୁହେଁ ସଂପୃକ୍ତ ଥାନା ଆ ଆଇ ସି ଲୋକନାଥ ଙ୍କୁ ଥାନାକୁ ଡ଼କାଇ ଦୁର୍ବ୍ୟବହାର କରିବା ସହ ତାଙ୍କ ମୋବାଇଲ ଫୋନ ଜବତ କରି ଥିଲେ। ପରେ ପୋଲିସ ତାଙ୍କୁ ଗିରଫ କରି ଥିଲା। ତେବେ ତାଙ୍କର ଉଚ୍ଚ ରକ୍ତ ଚାପ ଏବଂ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଚିକିତ୍ସା ନିମନ୍ତେ ତାଙ୍କୁ ନୀଳଗିରି ଡାକ୍ତର ଖାନାରେ ଭର୍ତ୍ତି କରା ଯାଇ ଥିଲା। ତେବେ ସେ ଡାକ୍ତର ଖନା ରେ ଚିକିତ୍ସା ଧୀ ନ ଅବସ୍ଥାରେ ଅଚେତ୍ ଥିବା ବେଳେ ନୀଳଗିରି ଥାନା ଅଧିକାରୀ ଙ୍କ ଦ୍ରୌପଦୀ ଦାସଙ୍କ ନିର୍ଦ୍ଦେଶରେ ଲୋକନାଥଙ୍କ ଗୋଡ଼ରେ ଜଣେ ହର୍ଡକୋର କ୍ରିମିନାଲ ଭଳି ଲୁହା ଶିକୁଳିରେ ବେଡ଼ି ପକାଇ ଦିଆ ଯାଇଥିଲା। ଏହି ଘଟଣା ଜଣାପଡିବା ପରେ ସାରା ରାଜ୍ୟରେ ସାମ୍ବାଦିକ ମହଲରେ ଦୃଢ଼ ନିନ୍ଦା କରା ଯାଇ ଥିଲା। ସେହିପରି ରାଜ୍ୟର ବିଭିନ୍ନ ସାମ୍ବାଦିକ ସଂଘ ପକ୍ଷରୁ ଘଟଣାର ତିଵ୍ର ସମାଲୋଚନା କରାଯିବା ସହ ପୋଲିସର ଏଭଳି ଅମାନୁଷିକ କାର୍ଯ୍ୟ ପ୍ରତିବାଦରେ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦାବି କରା ଯାଇଥିଲା।
ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପୋଲିସ ଯେଭଳି ଆତଂକବାଦୀ ଭଳି ବ୍ୟବହାର ପ୍ରଦର୍ଶନ କରିବା ସହ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ତାକୁ ନେଇ ବିଭିନ୍ନ ମହଲରେ ବିରୋଧର ସ୍ୱର ତୀଵ୍ର ହେବାରେ ଲାଗିଛି । ପୋଲିସ ଯେଭଳି ଜଣେ କର୍ତ୍ତବ୍ୟରତ ସାମ୍ୱାଦିକଙ୍କ ପ୍ରତିମାନବାଧିକାର ଉଲଘଂନ କରିଛି ତୁରନ୍ତ ନୀଳଗିରି ଥାନା ଅଧିକାରୀଙ୍କୁ ଚାକିରୀ ବହିଷ୍କାର ଦାବିରେ ଆଜି ପୁରୀର କର୍ତ୍ତବ୍ୟ ରତ ସାମ୍ବାଦିକ ମାନେ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ କଡ଼ା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ପୋଲିସ ଡିଜି ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ ତୁରନ୍ତ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ପୁରୀ ଜିଲ୍ଲାର ସମସ୍ତ ସାମ୍ବାଦିକ ଦାବି କରିଛନ୍ତି । ଏହି ମର୍ମରେ ଏକ ଦାବି ପତ୍ର କେନ୍ଦ୍ରାଞ୍ଚଳ ପୋଲିସ ଆଇଜି ନରସିଂହ ଭୋଳଙ୍କୁ ପ୍ରଦାନ କରାଯାଇଛି । ସେପଟେ ପୋଲିସ ଆଇଜି ନରସିଂହ ଭୋଳ ଏହି ଘଟଣା ଦୁର୍ଭାଗ୍ୟ ଜନକ କହିଛନ୍ତି। ଏ ନେଇ ତଦନ୍ତ ଆରମ୍ଭ ହୋଇଛି । ଯିଏ ବି ପୋଲିସ ଅଧିକାରୀ ଦାୟୀ ରହିବେ ଉକ୍ତ ଅଫିସର , କର୍ମଚାରୀଙ୍କ ବିରୋଧରେ କଡା ପଦକ୍ଷେପ ନିଆଯିବ ବୋଲି ପୋଲିସ ଆଜି ପ୍ରତିକ୍ରିୟାରେ କହିଛନ୍ତି ।