Odisha news

ସୁଆର ମହାସୁଆର ନିଯୋଗ ତରଫରୁ ପୁରୀ ଏସ୍ପିଙ୍କୁ ସମ୍ବର୍ଦ୍ଧନା

0
ପୁରୀ:  ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗା ଘଟଣାର ତଦନ୍ତ ଶୀଘ୍ର କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥବାରୁ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ପକ୍ଷରୁ ବୁଧବାର ସନ୍ଧ୍ୟାରେ ସିଂହଦ୍ଵାର ଠାରେ ପୁରୀ ଏସପି ଡକ୍ଟର କନ୍ରୱର ବିଶାଳ ସିଂଙ୍କୁ ଆଜି ମହାପ୍ରଭୁଙ୍କ ଲାଗି ପୁଷ୍ପ ଏବଂ ପଟ ଉପଢୌକନ ପ୍ରଦାନ ପୂର୍ବକ ଭବ୍ୟ ସମ୍ବର୍ଦ୍ଧିନା ଜ୍ଞାପନ କରା ଯାଇଛି। ଆଜିର ଏହି ସମ୍ବର୍ଦ୍ଧନା ସମୟରେ ମହାସୁଆର ନିଯୋଗ ଭଗବାନ ମହାସୁଆର, ନାରାୟଣ ମହାସୁଆର ଓ ଖୁଣ୍ଟିଆ ନିଯୋଗର, ଶମ୍ବୁନାଥ ଖୁଣ୍ଟିଆ, ମିନା ହଜୁରୀ ହାତୀ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।
Leave A Reply