ବଲାଙ୍ଗିର,୨୪ା୧ : ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ପୋରଣର ଏକମାତ୍ର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଜେଲରୁ ବାହାରିଛନ୍ତ । ତେବେ ମାତ୍ର ୪ ଦିନ ପାଇଁ ସେ ଜେଲରୁ ବାହାରିଛନ୍ତି । କାରଣ ମା’ଙ୍କ ଶୁଦ୍ଧିକ୍ରିୟା ପାଇଁ ତାଙ୍କୁ ହାଇକୋର୍ଟ ମାତ୍ର ୪ ଦିନି ଜାମିନ ପ୍ରଦାନ କରିଛନ୍ତି ।ତେବେ ଏଥିପାଇଁ କୋର୍ଟ କଡ଼ା ସର୍ତ୍ତ ବି ରଖିଛନ୍ତି ।ଜାମିନ୍ ଅବଧି ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭେଟି ପାରିବେନି ପୁଞ୍ଜିଲାଲ । ସାକ୍ଷ୍ୟ କିମ୍ବା ପ୍ରମାଣକୁ ନଷ୍ଟ କରିବାକୁ କିମ୍ବା କୌଣସି କ୍ଷତି ପହଞ୍ଚାଇବାକୁ ସେ ଚେଷ୍ଟା କରିବେ ନାହିଁ । ବାହାରକୁ ଗଲେ ସ୍ଥାନୀୟ ଥାନାଧିକାରୀଙ୍କୁ ଜଣାଇବାକୁ ସେ ବାଧ୍ୟ ।