Odisha news

ଚକା ଫାଟି ବସ ଓଲଟିଲା,୭ ଆହତ

0

ଜଗତସିଂହପୁର: ତିର୍ତ୍ତୋଲ ଥାନା ସଅଁରା ଛକ ଠାରେ ଯାତ୍ରୀବାହୀ ବସ ଗରୁଡ ଓଲଟି ୭ ଜଣ ଲୋକ ଆହତ ହୋଇଛନ୍ତି ।ବସଟି କଟକରୁ ବାହରି ଜଗତସିଂହପୁର ଦେଇ କନକପୁର ସ୍ଥିତ ମା ଶାରଳା ପୀଠ ଯାଉଥିଲା ।ବସର ଡାହାଣ ପଟ ଆଗ ଚକା ଫାଟି ଯିବାରୁ ବସ ଭାରସାମ୍ୟ ହରାଇଥିଲା ।ଫଳରେ ବସଟି ଗୋଟିଏ କଡକୁ ମାଡିଯାଇ ବିଲ ଭିତରେ ଓଲଟି ପଡିଥିଲା ।ସ୍ଥାନୀୟ ଲୋକମାନଙ୍କ ସହାୟତାରେ ବସ ମଧ୍ୟରୁ ଲୋକମାନଙ୍କୁ ଉଦ୍ଧାର କରାଯାଇଥିଲା ।ବସ ମଧ୍ୟରେ ୪୦ରୁ ଉର୍ଦ୍ଧ ଯାତ୍ରୀ ଥିବା ବେଳେ ୭ଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଅନ୍ୟମାନେ ସାମାନ୍ୟ ଆହତ ହୋଇଥିଲେ । ଗୁରୁତର ଆହତ ମାନଙ୍କୁ ୧୦୮ ଆମ୍ବୁଲାନସ ଓ ଅଗ୍ନିଶମ ବିଭାଗ ଗାଡିରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଥିଲା ।ଗୁରୁତର ଆହତମାନେ ହେଲେ ତାରାପୁରର ଲିଳାବତୀ ବେହେରା,ସମଙ୍ଗ ଖଜୁରିଆର ମହମ୍ମଦ କେଫାୟତ,ମୁଳିସିଂହ ସହର ଗ୍ରାମର ଭରତ ନାଏକ,ସୁକଲତା ସାହୁ,ସାଁପୁର ପ୍ରତିକ୍ଷା ସ୍ୱାଇଁ,ବାସନ୍ତି ବେହେରା,ବନିତା ସେଠୀ,ପବିତ୍ର ରଂଜନ ବାରିକ । ଜଗତସିହଂପୁର ପୋଲିସ ଓ ତିର୍ତ୍ତୋଲ ପୋଲିସ ଘଟଣାର ଅନୁସଂନ୍ଧାନ କରୁଥିବା ଜଣାପଡିଛି ।

Leave A Reply