ଟଙ୍କା ନ ଦେବାରୁ ଗୁରୁତର ଶିଶୁକୁ କଟକ ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରିବା ବଦଳରେ ଗଞ୍ଜାମ ସହରରେ ଠାରେ ଛାଡ଼ି ଚାଲିଯିବା ଚଞ୍ଚଲ୍ୟ ସୃଷ୍ଟି କରିଛି । ସେଠରେ ଶିଶୁପୁତ୍ର କୁ ଧରି ବାପ ମାଆକାନ୍ଦୁଥିବା ବେଳେ ସ୍ଥାନୀୟ ଅଟୋ ଚାଳକ ସଙ୍ଘ ଦେଖିସ୍ୱେଚ୍ଛାସେବୀ ଙ୍କ ଦ୍ଵାରା ଗଞ୍ଜାମ ମେଡିକାଲ ପରେ ବ୍ରହ୍ମପୁର ମେଡିକାଲ କୁ ପଠାଇଥିଲେ । ଘଟଣା କୁ ଗୁରୁତର ଶହ ନେଇ ଗଞ୍ଜାମ ଜିଲ୍ଲା ପାଳ 108 ଆମ୍ବୁଲାନ୍ସ ର କର୍ମଚାରୀ ଙ୍କୁ ନିଲମ୍ବିତ କରିଥିବା ଜଣାପଡ଼ିଛି ।
ଗୋଟିଏପଟେ ୫-ଟି ଯୋଜନା ମାଧ୍ୟମରେ ସ୍ବାସ୍ଥ୍ୟବିଭାଗର ସ୍ଥିତି ସଜାଡିବା ପାଇଁ ମନ୍ତ୍ରୀଙ୍କ ସମେତ ବଡ ବଡ ପଦାଧିକାରୀ ଅଫିସର ମାନେ ମେଡିକାଲକୁ ଘନ ଘନ ଗ୍ରସ୍ତ କରୁଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ରୋଗୀଣା ଶିଶୁକୁ ରାସ୍ତାରେ ଛାଡି ଚାଲିଯାଇଛି ଆମ୍ବୁଲାନ୍ସ , ଯାହା ସରକାରଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୁଚନାନୁସାରେ , କୁକୁଡାଖଣ୍ଡି ବ୍ଲକସ୍ଥିତ ଜୁଗୁଡି ଗ୍ରାମର ଅନାମ ଦାସ ଓ ମାଆ ନନ୍ଦିନୀ ଦାସ ନିଜର ଦେଢ ମାସ ରଶିଶୁପୁତ୍ର ସାହେଲ ର ଦେହ ଖରାପ ହେବାରୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁରସ୍ଥିତ ଏମକେସିଜିରେ ଭର୍ତ୍ତି କରାଯାଇଥିଲା ।ତେବେ ଶିଶୁଟିର ସ୍ଥିତିରେ କୌଣସି ସୁଧାର ନଆସିବାରୁ କଟକ ଶିଶୁଭବନକୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ରାସ୍ତାରେ ଆମ୍ବୁଲାନ୍ସ ଚାଳକ ଶିଶୁର ପରିବାର ଲୋକଙ୍କୁ ଟଙ୍କା ମାଗିଥିଲେ ମଧ୍ୟ ଅନାମଦୁଇଶହ ଟଙ୍କା ଦେବାରୁ ନନେଇ ଗୁରୁତ୍ତର ଅବସ୍ଥାରେ ଶିଶୁକୁ ଗଞ୍ଜାମ ସହର ସ୍ଥିତବଡବଜାର ଅଧରାସ୍ତାରେ ଛାଡି ଚାଲିଯାଇଥିଲା ୧୦୮ ଆମ୍ବୁଲାନ୍ସ । ରାସ୍ତା ରେ ଶିଶୁ ପୁତ୍ରକୁ ଧରି ବାପା ମାଆ କାନ୍ଦୁଥିବା ଦେଖି ସ୍ଥାନୀୟ ଅଟୋ ଚାଳକ ସଙ୍ଘ ଚିକିତ୍ସା ପାଇଁ ଗଞ୍ଜାମ ମେଡିକାଲ ରେ ଭର୍ତ୍ତି କରିବା ସହ ସ୍ୱେଚ୍ଛାସେବୀ ତଥା ଭରସା ର ସଂପାଦକ ଦୁର୍ଗା ମାଧବ ପାଣିଗ୍ରାହି ଙ୍କୁ ଖବର ଦେବାରୁ ସରପଞ୍ଚ ସାମା ରେଡି ସାମ୍ବାଦିକ ବିସ୍ମୟ ପ୍ରଧାନ , ଙ୍କ ସହ ମେଡିକାଲ ରେ ପହଞ୍ଚି ଜିଲ୍ଲା ପାଳଙ୍କ ଙ୍କୁ ଅବଗତ କରିବା ସହ ଗଞ୍ଜାମ ମେଡିକାଲ ରେ ଥିବା 108 ଆମ୍ବୁଲାନ୍ସ ସହାୟତାରେ ଶିଶୁଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏସ୍.ଏନ୍.ସି.ୟୁକୁ ଚିକିତ୍ସା ପାଇଁ ଭର୍ତ୍ତିକରିଥିଲେ। ଗୁରୁତର ଶିଶୁଙ୍କ ପରିବାର କୁ ପୁର୍ବତନ ସାଂସଦ ପ୍ରତିନିଧି ସୁଧିର କୁମାର ପାଢୀ ଏକ ହଜାର ଟଙ୍କା ପ୍ରଦାନ କରିଥିଲେ । ଘଟଣା କୁ ଗୁରୁତର ନେଇ ଜିଲ୍ଲା ଗୁରୁତର ଶିଶୁକୁ ନେଇଥିବା 108 ଆମ୍ବୁଲାନ୍ସ ର କର୍ମଚାରୀ ଙ୍କୁ ନିଲମ୍ବିତ କରିଥିବା ଦେଖାଯାଇଛି ।