କୋଣାର୍କ – ଚନ୍ଦ୍ରଭାଗା ବେଳାମାର୍ଗର ଇକୋ ରିଟି୍ରଟ ଉତ୍ସବରେ ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବ ମାନଙ୍କର ୨ ଦିନିଆ ଜାତୀୟ ସମ୍ମିଳନୀରେ ଶେଷ ଦିନରେ ଯୋଗଦେବାକୁ ଆସିଥିବା କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଶୀ୍ର ପ୍ରହଲ୍ଲାଦ ସିଂ ପଟେଲ ଶୁକ୍ରବାର ପୂର୍ବାହ୍ନରେ କୋଣାର୍କ ଆସି ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି । ଶୀ୍ର ପଟେଲ କୋଣାର୍କ ଠାରେ ପହଂଚିବା ପରେ ପୁରୀ ଜିଲ୍ଲା ବିଜେପିର ସଭାପତି ଶୀ୍ର ଆଶୀ୍ରତ ପଟ୍ଟନାୟକ,କାକଟପୁର ଦଳର ବିଧାୟକ ପା୍ରର୍ଥି ରବି ମଲ୍ଲିକ,ନିମାପଡା ବିଜେପି ନେତୀ୍ର ପ୍ରଭାତି ପରିଡା,କୋଣାର୍କ ବିଜେପି ମଣ୍ଡଳ ସଭାପତି ସୁକାନ୍ତ କୁମାର ନାୟକ ଓ ବିଜେପି ନେତା ମଙ୍ଗରାଜ ମୁଦୁଲି ଙ୍କ ସହ ଶତାଧିକ ବିଜେପି କର୍ମୀ ଶୀ୍ର ପଟେଲଙ୍କୁ ସ୍ୱାଗତ କରିଥିଲେ ।ପରେ ସ୍ଥାନୀୟ ପର୍ଯ୍ୟଟନ ଅଧିକାରି ସରୋଜକାନ୍ତ ପ୍ରଧାନ ଓ ଏ.ଏସ.ଆଇ ର ସୁପରିଟେଣ୍ଡେନ୍ଟ ଅରୁଣ ମଲ୍ଲିକ ମନ୍ତ୍ରୀଙ୍କୁ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ । ସେ ମନ୍ଦିରର ସୂକ୍ଷ୍ମ ଓ ଜୀବନ୍ତ ଭରା କାରୁକାର୍ଯ୍ୟ ଦେଖି ବିମୋହିତ ହେବାସହ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ରାଜ୍ୟ ସହ କେନ୍ଦ୍ର ସରକାର ବିଶେଷ ଭାବରେ ଧ୍ୟାନ ଦେଉଛନ୍ତି ବୋଲି ପ୍ରକାଶ କରିଥିଲେ । ଯଦି ପର୍ଯ୍ୟଟନ ଶିଳ୍ପକୁ ବିକାଶ କରାଯାଏ ତାହାଲେ ଉକ୍ତ ସ୍ଥାନକୁ ଅଧିକମାତ୍ରାରେ ପର୍ଯ୍ୟଟକଙ୍କ ଆଗମନ ହେବାସହ ରାଜ୍ୟ ତଥା ଦେଶର ଆର୍ଥିକ ବିକାଶ ହୋଇପାରିବ ବୋଲି ଶୀ୍ର ପଟେଲ ମତବ୍ୟକ୍ତ କରିଥିଲେ । ଏବଂ ଆଗାମୀ ଦିନରେ କୋଣାର୍କର ସୂର୍ଯ୍ୟମନ୍ଦିର କୁ ଆଇକୋନିକ ପ୍ଲେସରେ ମାନ୍ୟତା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ ଯୋଜନା ରହିଛି । ଚନ୍ଦ୍ରଭାଗା ବେଳାମାର୍ଗରେ ଚାଲୁଥିବା ପୂର୍ବଭାରତର ପ୍ରଥମ ଇକୋରିଟି୍ରଟ ଉତ୍ସବକୁ ସେ ପସନ୍ଦ କରିବା ସହ ଓଡିଶା ସରକାର ଙ୍କର ପର୍ଯ୍ୟଟନ ବିଭାଗକୁ ସାଧୁବାଦ ଜଣାଇଥିଲେ । ଏବଂ ଏହା ଦ୍ୱାରା ଦେଶ ଓ ବିଦେଶର ପର୍ଯ୍ୟଟକ ମାନଙ୍କର ବହୁ ମାତ୍ରାରେ ଆଗମାନ ହେବ ବୋଲି ସେ କହିଥିଲେ । ପରେ ସେ ଇକୋରିଟି୍ରଟ ଯାଇ ଜାତୀୟ ସମ୍ମିଳନୀରେ ଅଂଶ ଗ୍ରହଣ କରି ପର୍ଯ୍ୟଟନ ଶିଳ୍ପର ବିକାଶ ପ୍ରତି ଆଲୋକପାତ କରିଥିଲେ ।