Odisha news

ଫିଲ୍ମ ଫେୟାର୍ ଆୱାର୍ଡ଼ର ସର୍ଟଲିଷ୍ଟ୍ରେ ଓଡ଼ିଆ ଯୁବ ଫିଲ୍ମ ନିର୍ମାତା ଦୟାନିଧିଙ୍କ ‘ନବାବ୍’

0

ବାଲେଶ୍ୱର- ବୟସ ମାତ୍ର ୨୮ ବର୍ଷ । ଘର ରାଜଗାଙ୍ଗପୁର । ନାମ ଦୟାନିଧି ଦହିମା । ଏବେ ଚର୍ଚ୍ଚାରେ ସେ । ତାଙ୍କ ଦ୍ୱାରା ନିର୍ମିତ ପ୍ରଥମ ସର୍ଟଫିଲ୍ମ ନବାବ୍ ରହିଛି ସମ୍ମାନଜନକ ଫିଲ୍ମଫେୟାର୍ ଆୱାର୍ଡ଼ ୨୦୨୦ର ସର୍ଟଲିଷ୍ଟ୍ ତାଲିକାରେ । ସର୍ଟଲିଷ୍ଟ୍ ତାଲିକାରେ ମୋଟ ୩୫ଟି ଫିଲ୍ମ ମନୋନୀତ ହୋଇଥିବା ବେଳେ ନବାବ୍ ତନ୍ମଧ୍ୟରୁ ଅନ୍ୟତମ । ଆଡ଼୍ ଫିଲ୍ମ ଜଗତରେ ପ୍ରତିଷ୍ଠା ଅର୍ଜନ କରିଥିବା ଦୟାନିଧି ଦୟା ଏଣ୍ଟରଟେନ୍ମେଣ୍ଟ୍ର ପ୍ରତିଷ୍ଠାତା । ଦୟା ଏଣ୍ଟରଟେନ୍ମେଣ୍ଟ୍ ସହଭାଗିତାରେ ବିଗ୍ ବ୍ୟାନର୍ ଫିଲ୍ମସ୍ ପ୍ରଯୋଜିତ ନବାବ୍ ଏକ କ୍ଷୁଦ୍ର ଚଳଚ୍ଚିତ୍ର ହୋଇ ମଧ୍ୟ ଫିଲ୍ମଫେୟାର ସର୍ଟଫିଲ୍ମ ଆୱାର୍ଡ଼-୨୦୨୦ ର ସର୍ଟଲିଷ୍ଟ୍ରେ ରହିବା ଦୟାନିଧିଙ୍କ ବଡ଼ ଅଭିଜ୍ଞତା ବୋଲି ସେ କହନ୍ତି ।ଏହି କ୍ଷୁଦ୍ର ଚଳଚ୍ଚିତ୍ର କାଟାଗୋରିରେ ୩୫ଟି ଫିଲ୍ମ ସର୍ଟଲିଷ୍ଟ୍ ହୋଇଥିବା ବେଳେ ତା ଭିତରୁ ଦୟାନିଧି ଏଣ୍ଟରଟେନ୍ମେଣ୍ଟ ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ନବାବ୍ ସ୍ଥାନ ପାଇଛି । ଏହି ଚଳଚ୍ଚିତ୍ରର ସୁଟିଂ ଓଡ଼ିଶାରେ ହୋଇଥିବା ବେଳେ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଆୟୁଷ୍ମାନ ଖୁରାନାଙ୍କ ସାନଭାଇ ଅପାରଶକ୍ତି ଖୁରାନା, ଗୀତିକା ବିଦ୍ୟା, ମାରିଆ ଗୋରେଟ୍ଟି, ମଲ୍ଲିକା ଦୁଆ ଓ ଜରିନା ୱାହାବ । ଏହାର କାହାଣୀ ଲେଖିବା ସହ ନିଦେ୍ର୍ଦଶନା ଦେଇଛନ୍ତି ମାନସୀ ଜୈନ । ସାଢ଼େ ୮ ମିନିଟ୍ ଅବଧି ବିଶିଷ୍ଟ ଏହି କ୍ଷୁଦ୍ର ଚଳଚ୍ଚିତ୍ରର କାହାଣୀ ପତିପତ୍ନୀଙ୍କ ମଧ୍ୟରେ ଦାମ୍ପତ୍ୟ କଳହକୁ ନେଇ ଗତିଶୀଳ । ଶେଷରେ ପତିପତ୍ନୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା କଳହକୁ ସେମାନଙ୍କ ପାଳିତ କୁକୁର ନବାବ୍ କିପରି ସମାଧାନ କରୁଛି, ତାହାକୁ ଆଧାର କରି ନିର୍ମିତ ହୋଇଛି ଏହି ଚଳଚ୍ଚିତ୍ର । ପୂର୍ବରୁ ଏହା ନେଟ୍ଫିଲ୍ମରେ ପ୍ରଦର୍ଶିତ ହୋଇ ବିପୁଳ ମାତ୍ରାରେ ଲୋକପ୍ରିୟ ହୋଇଥିଲା । ଓଡ଼ିଶାର ରାଜଗାଙ୍ଗପୁର ଠାରେ ଜନ୍ମିତ ଦୟାନିଧି ଦହିମା ମୁମ୍ବାଇ ମାୟାନଗରୀରେ ଫିଲ୍ମ ନିର୍ମାଣର ଆଶା ରଖି ପାଦ ଥାପିଥିଲେ । ତାପରେ ସେ ପୁନା ସ୍ଥିତ ଫିଲ୍ମ ଇନ୍ଷ୍ଟିଚୁ୍ୟଟ୍ରୁ ଫିଲ୍ମ ନିର୍ମାଣ ଉପରେ ଲିକ୍ଷାଲାଭ କରି ଓଡ଼ିଶାରେ ଆରମ୍ଭ କଲେ ଆଡ଼୍ଫିଲ୍ମ ନିର୍ମାଣ । ମୁମ୍ବାଇରେ ସେ ମଧ୍ୟ ସେଲେବି୍ରଟି ମ୍ୟାନେଜମେଣ୍ଟ୍ ବିଜ୍ନେସ୍ ଆରମ୍ଭ କରିଥିଲେ । ଏବେ ସେ ନିଜର ପ୍ରଯୋଜନା ସଂସ୍ଥା ଦୟାନିଧି ଏଣ୍ଟରଟେନ୍ମେଣ୍ଟ୍କୁ ଭୁବନେଶ୍ୱର ଉଠାଇ ଆଣିଛନ୍ତି । ନିଜ ଫିଲ୍ମକୁ ନେଇ ଏହି ଖୁସି ଖବର ମିଳିବା ପରେ ସେ କହିଛନ୍ତି, ମୋ ସ୍ୱପ୍ନ ସାକାର ହୋଇଛି ।

Leave A Reply