Odisha news

ବିଳମ୍ବିତ ରାତିରେ ଏଟିଏମ୍ ଲୁଟ ଉଦ୍ୟମ, ସାଇରନ୍ ବାଜିବାରୁ ଖସିଯାଇଥିଲେ । ସକାଳେ ଧରାପଡ଼ିଲେ ୪ ଅଭିଯୁକ୍ତ ।

0

ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ପଛପଟେ ଥିବା ଆଇ.ସି.ଆଇ.ସି.ଆଇ ବ୍ୟାଙ୍କ୍ ଏ.ଟି.ଏମ୍ ଲୁଟ୍ ଉଦ୍ୟମ କରୁଥିବା ବେଳେ ସାଇରନ୍ ବାଜିବାରୁ ଘଟଣାସ୍ଥଳ ଛାଡ଼ି ଚାଲିଯାଇଥିଲେ । ତୁରନ୍ତ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ଥିବା ବେଳେ ଆଇ. ସି.ଆଇ.ସି.ଆଇ ବ୍ୟାଙ୍କ୍ ହେଡ଼କ୍ୱାଟର ଓ ଏହି ଶାଖାର ସିସି ଟିଭି ଫୁଟେଜ୍ ଆଧାରରେ ପୋଲିସକୁ ତୁରନ୍ତ ସୂଚନା ମିଳିପାରିଥିଲା । ଏହା ପରେ ବେଗୁନିଆପଡ଼ା ଫାଣ୍ଡିକୁ ସଂପୂର୍ଣ୍ଣ ସଫଳତା ମିଳିଥିଲା । ଶୁକ୍ରବାର ସକାଳେ ଫାଣ୍ଡି ଅଧିକାରୀ ଦ୍ୱିପ୍ତିରଞ୍ଜନ ବେହେରା ୪ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରିଥିବା ବେଳେ ଆଉ ଜଣେ ଅଭଯୁକ୍ତ ଫେରାର୍ ହୋଇଯାଇଛି । ସୂଚନା ଅନୁସାରେ ଗୁରୁବାର ରାତ୍ର ପ୍ରାୟ ୧ଟା ବେଳେ ବେଗୁନିଆପଡ଼ା ଫାଣ୍ଡି ପଛପଟେ ଥିବା ଆଇ.ସି.ଆଇ.ସି.ଆଇ ବ୍ୟାଙ୍କ୍ ଏ.ଟି.ଏମ୍ କୁ ପ୍ରବେଶ କରିଥିଲେ ୫ ଜଣ ବ୍ୟକ୍ତି । ଏ.ଟି.ଏମ୍କୁ ଯୋର ଧକା ମାରି ହଲାଉଥିବା ବେଳେ ହଠାତ୍ ସାଇରନ୍ ବାଜି ଉଠିଥିଲା । ଭିତରେ ଥିବା ସିସି ଟିଭି କ୍ୟାମେରାକୁ ଭାଙ୍ଗିବାକୁ ମଧ୍ୟ ଚେଷ୍ଟା କରିଥିଲେ । ତେବେ ସାଇରନ୍ ବାଜିବା ପରେ ତୁରନ୍ତ ଦୁଇଜଣ ପୋଲିସ କର୍ମଚାରୀ ସେଠାରେ ପହଞ୍ଚି ଥିଲେ ଏବଂ ଥାନା ଅଧିକାରୀ ପେଟ୍ରୋଲିଙ୍ଗ ସାରି ଫାଣ୍ଡିକୁ ସେହି ସମୟରେ ହିଁ ଆସୁଥିଲେ । ତେବେ ସେତେବେଳକୁ ଘଟଣା ସ୍ଥ୍ଳରୁ ସମସ୍ତେ ଖସି ଯାଇଥିଲେ ମଧ୍ୟ ସିସି ଟିଭି ଫୁଟେଜକୁ ଆଧାର କରି ୪ ଅଭିଯୁକ୍ତ ସନ୍ତୋଷ ସେଠୀ (୧୬), ରାଜା ଡ଼ାକୁଆ (୧୬) କୃଷ୍ଣ ପ୍ରଧାନ (୨୧) ସାଗର ଦଳେଇ (୨୫) ଙ୍କୁ ସକାଳେ ଗିରଫ କରାଯାଇଛି । ଆଉ ଜଣେ ଅଭିଯୁକ୍ତ କାହ୍ନା ମାଝୀ (୧୬) ଫେରାର ଥିବା ଜଣା ପଡ଼ିଛି । ୫ ଜଣଙ୍କ ମଧ୍ୟରୁ ୩ ଜଣ ନାବାଳକ ଥିବା ବେଳେ ଏ ନେଇ ଅଧିକ ତଦନ୍ତ ଚାଲିଥିବା ସୂଚନା ମିଳିଛି ।

Leave A Reply