ଦାନଗଦୀ,କଳିଙ୍ଗନଗରସ୍ଥ ଟାଟା ଷ୍ଟିଲ ପ୍ଲଟ-୨ କଲୋନୀ କାର୍ଯ୍ୟରେ ନିୟୋଜିତ ଜୁସ୍କୋ କଂପାନୀର ୪ କାର୍ଯ୍ୟରତ ଶ୍ରମିକ ବିଦୁ୍ୟତ ସଂସ୍ପର୍ଷରେ ଆସି ଗୁରୁତର ହୋଇଛନ୍ତି । ସେମାନେ ହେଲେ ବିହାରର ଲାଲୁ ଯାଦବ(୨୪),ଯାଜପୁରରୋଡ ଥାନା କଣ୍ଠିପୁରର ସିବଲାନ ଭୁୟାଁ(୨୫),ଯାଜପୁର ରୋଡ ଥାନା ମାନପୁର ସୁଆଁଳର ସୁନିଲ ଗାଗରାଇ(୨୬), ଯାଜପୁରରୋଡ ଥାନା ଚକୁଆର ଦୀପକ ସାମଲ(୨୮) । ପାଚେରୀ କାର୍ଯ୍ୟ ଚାଲୁଥିବାବେଳେ ବୁମ ପ୍ରେସର ମେସିନଟି ୧୧କେଭି ତାର ସହ ସଂଯୋଗ ହୋଇଯାଇଥିଲା । ଏଥିରେ ଲାଲୁ, ସିବଲନ,ସୁନିଲ,ଦୀପକକଂ ଶରୀରର ବିଭିନ୍ନ ସ୍ଥାନ ପୋଡି ଯାଇଛି । ଆହତକୁଂ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି । ତେବେ ଲାଲୁକଂ ଅବସ୍ଥା ସଂକଟାପନ୍ନ ଥିବାରୁ କଟକ ସ୍ଥାନାନ୍ତରିତ କରିଛନ୍ତି । ଦୁର୍ଘଟଣାସ୍ଥଳରେ ଥିବା ଶ୍ରମିକ-କର୍ମଚାରୀମାନେ ଜୁସ୍କୋ ଏବଂ ଟାଟା ପଦାଧିକାରୀକୁଂ ଜଣାଯିବା ପରେ ମଧ୍ୟ କେହି ଆସି ନ ଥିଲେ । ଫଳରେ ଘଟଣାସ୍ଥଳରୁ କାର୍ଯ୍ୟରତ ଶ୍ରମିକମାନେ ୨ଜଣକୁଂ ବାଇକରେ ବସାଇ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଅନ୍ୟ ଆହତଦ୍ୱୟକୁଂ ଆମ୍ଭୁଲାନସରେ ନ ଆଣି ଅନ୍ୟ ଏକ ଗାଡିରେ ଦାନଗଦୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଏଥିନେଇ ଶ୍ରମିକମାନକଂ ଠାରେ ଚାପା ଉତେଜନା ସୃଷ୍ଟି ହୋଇଥିଲା ଜୁସ୍କୋ କଂପାନୀ ଟାଟା ଷ୍ଟିଲ ପ୍ଲଟ-୨ର କଲୋନୀର ପାଚେରୀ ନିର୍ମାଣ କରୁଛି । ବୁମ ପ୍ରେସର ମେସିନ ଦ୍ୱାରା କଂକ୍ରିଟ କାମ ଚାଲୁଥିବା ସମୟରେ ହଠାତ ମେସିନର ଅଗ୍ରଭାଗଟି ୧୧ କିଭି ବଦୁ୍ୟତ ତାରରେ ଲାଗି ଯାଇଥିଲା । ଫଳରେ ଏଭଳି ଦୁର୍ଘଟଣା ଘଟିଥିଲା । ତେବେ ଲାଲୁକଂ ଅବସ୍ଥା ସଂକଟାପନ୍ନ ଥିବାରୁ ତାକୁ ପ୍ରାଥମିକ ଚିକିତ୍ସା ପରେ କଟକ ପଠାଯାଇଛି ।