Odisha news

ପଞ୍ଜାବର ରାଜନୀତିରେ ଝଡ : ଉପ-ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ ହୋଇପାରନ୍ତି ନବଜୋତ ସିଂ ସିଦ୍ଧୁ

ଚଣ୍ଡୀଗଡ଼: ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ‘ପଞ୍ଜାବ କଂଗ୍ରେସ’ରେ ଚାଲିଥିବା ଅସନ୍ତୋଷ ମଧ୍ୟରେ ଦିଲ୍ଲୀରେ ଦଳ ଦ୍ୱାରା ଗଠିତ ତିନିଜଣିଆ ପ୍ୟାନେଲକୁ ଭେଟିଛନ୍ତି। ପଞ୍ଜାବ କଂଗ୍ରେସର ନେତାଙ୍କ ମଧ୍ୟରେ ମତଭେଦ ଦୂର କରିବା ଏବଂ ସମସ୍ୟାର ସମାଧାନ ପାଇଁ ଏହି ପ୍ୟାନେଲ ଗଠନ କରାଯାଇଛି। ତେବେ ଏହି ବୈଠକ ପରେ ଆକଳନ ଲଗାଯାଇଛି ଯେ  କ୍ୟାପଟେନ ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବେ । ଶୀର୍ଷ ପଦବୀରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି କୁହାଯାଉଥିବାବେଳେ ନବଜୋତ ସିଂ ସିଦ୍ଧୁଙ୍କୁ ସନ୍ତୁଷ୍ଟ କରିବାକୁ ପଞ୍ଜାବର ଉପ-ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇପାରେ।

କଂଗ୍ରେସରେ କୌଣସି ବିଶୃଙ୍ଖଳା ନହେବା ପାଇଁ ଦଳ ଉପମୁଖ୍ୟମନ୍ତ୍ରୀ ପଦବୀ ଉପରେ ବିଚାର କରୁଛି। ବୈଠକ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ଏକ ଆଭ୍ୟନ୍ତରୀଣ ଆଲୋଚନା ଏବଂ ତେଣୁ ସେ ଏହାକୁ ପ୍ରକାଶ କରିବେ ନାହିଁ। ଆସନ୍ତା ୬ ମାସ ମଧ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଆମେ ସମସ୍ତେ ଏହାର ମୁକାବିଲା କରିବାକୁ ପ୍ରସ୍ତୁତ ହେଉଛୁ।

ନୂଆଦିଲ୍ଲୀର ଆକବର ରୋଡରେ ଥିବା ପାର୍ଟି ମୁଖ୍ୟାଳୟରେ ରାଜ୍ୟସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖାଡ଼ଗେଙ୍କ ନେତୃତ୍ୱରେ କମିଟି ଅମରିନ୍ଦର ସିଂଙ୍କୁ ଭେଟିଥିଲେ। ଏଆଇସିସି ପଞ୍ଜାବର ସାଧାରଣ ସମ୍ପାଦକ ହରିଶ ରାୱତ ଏବଂ ପୂର୍ବତନ ସାଂସଦ ଜେପି ଅଗ୍ରୱାଲ ଏହି ପ୍ୟାନେଲର ସଦସ୍ୟ ଥିବାବେଳେ ନବଜୋତ ସିଂ ସିଦ୍ଧୁ ଓ ଅମରିନ୍ଦର ସିଂଙ୍କ ମଧ୍ୟରେ ବୟାନବାଜି ତୀବ୍ର ହେବା ପରେ ଏହି ପ୍ୟାନେଲ ଗଠନ କରାଯାଇଥିଲା |

Comments are closed.