Odisha news

ସର୍କଲ ଚେକର ମାନଙ୍କର ଦରମା କାଟ୍ : ଆନ୍ଦୋଳନ ପାଇଁ ଚେତାବନି

0

ଫୁଲବାଣୀ (Santosh Mishra) :  କେନ୍ଦୁପତ୍ର କାର୍ଯ୍ୟରେ ସିଜିନାଲ ଷ୍ଟାଫ୍ ମାନେ ସମସ୍ତ କାର୍ଯ୍ୟ ସମ୍ପାଦନ କରୁଥିଲେ ମଧ୍ୟ ସେମାନଙ୍କୁ ଚଳିତ ଆଥିର୍କ ବର୍ଷରେ ସେମାନଙ୍କ ପ୍ରତି ଅତ୍ୟନ୍ତ ଅନ୍ୟାୟ ଅବିଚାର କରାଯାଇଛି । ସରକାରଙ୍କୁ ଲାଭ ଦେଖାଇବା ପାଇଁ ଚେକର ମାନଙ୍କର ପ୍ରାପ୍ୟ ଦିଆଯାଉନାହିଁ । ଦରମା ପ୍ରଦାନ ପାଇଁ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ଆଜି ପର୍ଯ୍ୟନ୍ତ ସଂଘର ଦାବିକୁ ଫୁଲବାଣୀ ବନଖଣ୍ଡ ଅଧିକାରୀ କୌଣସି ପ୍ରକାର ଗୁରୁତ୍ୱ ଦେଇ ନାହାନ୍ତି । ଗତ ୨୪.୧୧.୨୦୨୦ ରିଖରେ ସର୍କଲଚେକର ମାନଙ୍କର କାଟିଥିବା ଦରମା ୨୦ଦିନ ମଧ୍ୟରେ ଦେବାପାଇଁ ସମସ୍ତ ସର୍କଲ ଚେକର ମାନଙ୍କ ପକ୍ଷରୁ ଦାବି କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଅଧିକାରୀ ଏହାକୁ ଗୁରୁତ୍ୱ ଦେଇ ନାହାନ୍ତି ।

ଏଭଳି ସ୍ଥଳେ ଆସନ୍ତା ୧୫ଦିନ ମଧ୍ୟରେ ବିଭିନ୍ନ ପଦବୀରେ କାର୍ଯ୍ୟକରିଥିବା ସିଜନାଲ୍ ଷ୍ଟାଫ୍ ମାନଙ୍କ ପ୍ରାପ୍ୟ ପ୍ରଦାନ କରାନଯାଏ ତାହାହେଲେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ କନ୍ଧମାଳ ଶାଖା ପକ୍ଷରୁ ଆସନ୍ତା ୨୮.୧୨.୨୦୨୦ ରିଖ ଠାରୁ ଦରମା ପାଇବା ପର୍ଯ୍ୟନ୍ତ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ରିଲେ ଅନଶନ କରାଯିବା ସହିତ ଆବଶ୍ୟକ ସ୍ଥଳେ ସଂଘ ପକ୍ଷରୁ ଅଫିସ୍ ଘେରାଉ କରାଯାଇ ଦରମା ଦିଆଯିବା ପର୍ଯ୍ୟନ୍ତ ତାଲା ପକାଇ ଅଚଳ କରିଦିଆଯିବ ବୋଲି ଆଜି ସଂଘ ପକ୍ଷରୁ ଲିଖିତ ଭାବେ ବନଖଣ୍ଡ ଅଧିକାରୀଙ୍କ ଅବଗତ କରାଯାଇଛି ।

ଏନେଇ ସଂଘ ପକ୍ଷରୁ ଜିଲାପାଳ , ଜିଲା ଆରକ୍ଷୀ ଅଧିକ୍ଷକ ସମେତ ରାଜ୍ୟ ସ୍ତରୀୟ ସଂଘର କର୍ମକର୍ତ୍ତା ମାନଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି । ସଂଘ ପକ୍ଷରୁ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରିବା ସଙ୍ଗେ ସଙ୍ଗେ ଆଇନ୍ ଗତ ଆଶ୍ରୟ ମଧ୍ୟ ନିଆଯିବ ବୋଲି ସଂଘ ପକ୍ଷରୁ ଚେତାବନି ଦିଆଯାଇଛି । ସେହଭଳି ଡ୍ରାଇଙ୍ଗ୍ ଷ୍ଟୋରେଜ୍ରେ ଏକାଉଣ୍ଟ ମାଧ୍ୟମରେ ପଇଠ କରାଯାଉନଥିବାରୁ ଏକତୃତୀୟାଂଶ କମ୍ ପ୍ରାପ୍ୟ ପାଇଥିବାର ଅଭିଯୋଗ କରିଛି ସଂଘ । ପାଇନଥିବା ସମସ୍ତ ପ୍ରାପ୍ୟ ଏହି ୧୫ ଦିନ ଭିତରେ ପ୍ରଦାନ ପାଇଁ ମଧ୍ୟ ଦାବି କରାଯାଇଛି ।

ସେହିଭଳି ଆସନ୍ତା ୨୦୨୧ ବର୍ଷ ଫେବୃୟାରୀ ମାସ ଶେଷ ସୁଦ୍ଧା ନିଯୁକ୍ତି ଆଦେଶ ଦିଆଗଲେ ମାର୍ଚ୍ଚ ୧ ତାରିଖ ଠାରୁ ଗୋଚ୍ଛା କଟେଇ କାର୍ଯ୍ୟ ଆରମ୍ଭ କରାଯିବ ।ନଚେତ୍ ନିଯୁକ୍ତି ଆଦେଶ ନ ପାଇବା ପର୍ଯ୍ୟନ୍ତ ଗୋଚ୍ଛାକଟେଇ କାମ ବନ୍ଦ କରାଯିବ ବୋଲି ସଂଘର ଡ଼ିଭିଜନ୍ ସଂପାଦକ ସରୋଜ କଣଙ୍କ ନେତୃତ୍ୱରେ ଡ଼ିଭିଜନ୍ ଯୁଗ୍ମ ସଂପାଦକ ଉପେନ୍ଦ୍ର କୁମାର ସାମଲ , ହେଡ଼୍ ଚେକର ଲକ୍ଷ୍ମୀ କୁମାର ସାହୁ , ରବି ନାରାୟଣ ବାରିକ , ସାଣ୍ଡି ମଲିକ ,କଳାକାର ବେହେରା ,ଦଶମୁଳ ମିଶ୍ର ,କୀର୍ତନ ବେହେରା ,ଚଣ୍ଡାଳ ସାହୁ ,ଅଭିମନ୍ୟୁ ପଣ୍ଡାଙ୍କ ଭଳି ସମସ୍ତ ଚେକର ଓ ସଂଘର କର୍ମକର୍ତା ମାନେ ସାମିଲ୍ ଥିଲେ । ଏନେଇ ଦାବିପତ୍ର ଜିଲ୍ଲାପାଳ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଅନ୍ୟମାନଙ୍କୁ ମଧ୍ୟ ଉକ୍ତ ଦାବିପତ୍ର ପ୍ରଦାନ କରାଯାଇଥିବା ସଂଘ ପକ୍ଷରୁ କୁହାଯାଇଛି ।

 

Leave A Reply