ଆମେ ସମସ୍ତେ ନିଜକୁ ରୋଗଠାରୁ ଦୂରେଇ ରଖିବା ପାଇଁ ଚାହିଁ ଥାଆନ୍ତି l ସେଥିପାଇଁ ପ୍ରୋଟିନ ର ସେବନ କରିବାକୁ ଗୁରୁତ୍ୱ ଦେଇଥାଉ l କାହିଁକି ନା ପ୍ରୋଟିନ ଶରୀର ପାଇଁ ଖୁବ ଜରୁରୀ ମାଇକ୍ରୋ ନ୍ୟୁଟ୍ରିଏଣ୍ଟସ ମାନଙ୍କ ମଧ୍ୟରୁ ଗୋଟିଏ l ଏହା ଶରୀରର ମାଂସପେଶୀ ଗୁଡିକ ର ଗ୍ରୋଥ କୁ ନେଇ ହର୍ମୋନ ରେଗୁଲେଟ ଓ ଇମ୍ୟୁନ ଜଙ୍କ୍ସନ କୁ ଉନ୍ନତ କରିବା ପାଇଁ ଆବଶ୍ୟକ ଅଟେ l କିନ୍ତୁ ଡାକ୍ତରଙ୍କ ମତ ଅନୁସାରେ ଯେକୌଣସି ଜିନିଷ ଆବଶ୍ୟକତା ଠାରୁ ଅଧିକ ବ୍ୟବହାର କରିବା ବା ସେବନ କରିବା ଶରୀର ପାଇଁ କ୍ଷତିକାରକ ଅଟେ l
ଆଜିକାଲି ପ୍ରାୟ ସମସ୍ତେ ବଡି ବିଲଡିଂ ଚକର ରେ ହାଇ ପ୍ରୋଟିନ ଯୁକ୍ତ ଭୋଜନ କରୁଛନ୍ତି l କିନ୍ତୁ ଗବେଷଣା କହୁଛି ହାଇ ପ୍ରୋଟିନ ଯୁକ୍ତ ଖାଦ୍ୟ ଶରୀର ପାଇଁ କ୍ଷତିକାରକ ଅଟେ l ଆଜି ଆସନ୍ତୁ ଜାଣିବା ହାଇ ପ୍ରୋଟିନ ଯୁକ୍ତ ଖାଦ୍ୟ ଶରୀର ପାଇଁ କେଉଁସବୁ କ୍ଷତି କରିଥାଏ l
– ଲୋକେ ଓଜନ ହ୍ରାସ କରିବା ପାଇଁ ଉଚ୍ଚ ପ୍ରୋଟିନ ଯୁକ୍ତ ଭୋଜନ କରି ଥାଆନ୍ତି l କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଅଧିକ ପ୍ରୋଟିନ ଯୁକ୍ତ ଭୋଜନ କରିବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ l ଗୋଟିଏ ଗବେଷଣା ଅନୁସାରେ ଅଧିକ ପ୍ରୋଟିନ ସେବନ କରିବା ଦ୍ୱାରା ତାହା ଆମ ଶରୀରରେ ଫ୍ୟାଟ ଭଳି ସ୍ତର ହୋଇଥାଏ ଯାହା ଶରୀରରେ ଅମିନୋ ଏସିଡ ବୃଦ୍ଧି କରିବାର କାରଣ ହୋଇଥାଏ l
– ଅଧିକ ପ୍ରୋଟିନ ସେବନ କରିବା ଦ୍ୱାରା ଆପଣ ପ୍ରତ୍ୟେକ ସମୟରେ ଥକା ଥକା ଅନୁଭବ କରିବେ l କାହିଁକି ନ ଏହା ଆପଣଙ୍କ କିଡ୍ନୀ, ଲିଭର, ଇତ୍ୟାଦି ଉପରେ ଅଧିକ ଷ୍ଟ୍ରେସ ପକାଇଥାଏ l ଯାହାଦ୍ୱାରା ଆପଣ ଥକା ଥକା ଅନୁଭବ କରିପାରନ୍ତି l
– ଅଧିକ ପ୍ରୋଟିନ ହଜମ କରିବା କଷ୍ଟକର ଅଟେ l ତେଣୁ ପାଚନ ସମ୍ବନ୍ଧୀୟ ସମସ୍ୟାର କାରଣ ହୋଇପାରେ l ଏହାଛଡା କୋଷ୍ଠ କାଠିନ୍ୟ ସହିତ ଗ୍ୟାସ ସମସ୍ୟା ମଧ୍ୟ ହୋଇପାରେ l
– ଅଧିକ ମାତ୍ରାରେ ପ୍ରୋଟିନ ସେବନ କରିବା ଦ୍ୱାରା ଶରୀର ରୁ କ୍ୟାଲସିୟମ ଲସ ହେବାର ଆଶଙ୍କା ରହିଥାଏ l ଏହାଦ୍ୱାରା ହାଡ଼ ଦୁର୍ବଳ ହୋଇ ଗଣ୍ଠି ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ l l ରିସର୍ଚ୍ଚ ଗେଟ ର ସୂଚନା ଅନୁସାରେ ଯେଉଁ ଲୋକମାନେ ହାଇ ପ୍ରୋଟିନ ଯୁକ୍ତ ଭୋଜନ ଗ୍ରହଣ କରି ଥାଆନ୍ତି ସେମାନଙ୍କ ହାଡ଼ ଦୁର୍ବଳ ହେଉଥିବାର ଦେଖିବାକୁ ମିଳିଛି l
– ପ୍ରୋଟିନ ଅଧିକ ମାତ୍ରାରେ ସେବନ କରିବା ଦ୍ୱାରା କିଡ୍ନୀ ସମ୍ବନ୍ଧୀୟ ସମସ୍ୟା ହୋଇପାରେ l ଏହାଛଡା ଡି -ହାଇଡ୍ରେସନ ସମସ୍ୟା ମଧ୍ୟ ଦେଖା ଦେଇପାରେ l ତେଣୁ ପ୍ରୋଟିନ ଅଧିକ ସେବନ କରୁଥିଲେ ସତର୍କ ରୁହନ୍ତୁ l