Odisha news

ପ୍ରିୟଙ୍କାଙ୍କ ନୂଆ ରେକର୍ଡ଼

0

ଅନ୍ତର୍ଜାତୀୟ ଷ୍ଟାର୍‌ ପ୍ରିୟଙ୍କା ଚୋପଡ଼ା ଜୋନସ୍‌ ଏକ ନୂଆ ରେକର୍ଡ଼ କରିଛନ୍ତି । ତାଙ୍କର ଏକ ବହି ‘ଅନ୍‌ଫିନିସ୍‌ଡ୍‌’ ରିଲିଜ୍‌ ହୋଇଛି । ଅଭିନୟ ପରେ ଏବେ ପ୍ରିୟଙ୍କାଙ୍କ ଲେଖାକୁ ଫ୍ୟାନ୍‌ମାନେ ପସନ୍ଦ କରୁଛନ୍ତି । ରିଲିଜ୍‌ ହେବାର ମାତ୍ର ୧୨ ଘଣ୍ଟାରେ ଏ ବହି ଆମେରିକାର ବେଷ୍ଟ୍‌ ସେଲର୍‌ ହୋଇଛି । ଏହି ଅଭିଜ୍ଞତାକୁ ସେ ଫ୍ୟାନ୍‌ଙ୍କ ସହ ସେୟାର କରିଛନ୍ତି । ୟୁଏସ୍‌ର ଟପ୍‌ ୧୦ ବୁକ୍ସ ଲେଖିଛି ୨୪ ଘଣ୍ଟାରେ ବେଷ୍ଟ ସେଲର୍‌ରେ ପ୍ରିୟଙ୍କାଙ୍କ ବହି ପ୍ରଥମ । ପ୍ରିୟଙ୍କା ଲେଖିଛନ୍ତି, ‘ୟୁଏସ୍‌ରେ ଯେଉଁମାନେ ୧୨ ଘଣ୍ଟାରେ ନମ୍ବର ୱାନ୍‌ ପର୍ଯ୍ୟନ୍ତ ପହଞ୍ଚାଇଛନ୍ତି ସେମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ । ଆଶା କରୁଛି ଆପଣମାନଙ୍କୁ ଏହି ବହି ପସନ୍ଦ ଆସିବ ।’ ପ୍ରିୟଙ୍କା ଏ ବହିରେ ଜୀବନର ପ୍ରତ୍ୟେକ ଛୋଟବଡ଼ ଘଟଣା ଉପସ୍ଥାପନ କରିଛନ୍ତି । ପ୍ରିୟଙ୍କା ଶେଷଥର ବଲିଉଡ୍‌ ମୁଭି ଦ ସ୍କାଏ ଇଜ୍‌ ପିଙ୍କ୍‌ରେ ନଜରକୁ ଆସିଥିଲେ । ଅପ୍‌କମିଙ୍ଗ୍‌ ଫିଲ୍ମ ଦ ହ୍ୱାଇଟ୍‌ ହାଉସ୍‌ର ସୁଟିଂ ପାଇଁ ଦିଲ୍ଲୀ ଆସିଥିଲେ । ଏଥିସହ ୱି କ୍ୟାନ୍‌ ବି ହିରୋଜ୍‌, ଦ ମାଟ୍ରିକ୍ସ ୪ରେ କାମ କରୁଛନ୍ତି ।

Nalco
Leave A Reply