Odisha news

ଗବେଷଣା କଣ କହୁଛି : ଗର୍ଭବତୀ ଅବସ୍ଥାରେ ଏହି ସବୁ ଲକ୍ଷଣରୁ ଜାଣିବେ ଆପଣ କନ୍ୟା ସନ୍ତାନ ନା ପୁତ୍ର ସନ୍ତାନ ର ଜନନୀ ହେବେ

ଗର୍ଭବତୀ ଅବସ୍ଥାରେ ଗୋଟିଏ ମା ନିକଟରେ ବିଭିନ୍ନ ଲକ୍ଷଣ ଦେଖା ଦେଇଥାଏ । ସେହି ଲକ୍ଷଣ ମାନଙ୍କ ମଧ୍ୟରୁ କିଛିଟା ସତ୍ୟ ହୋଇଥାଏ ଯେଉଁଥିରୁ ଜାଣି ହୁଏ ପୁଅ ହେବ ନା ଝିଅ । କାରଣ ସବୁ ନାରୀ ନିଜ ଗର୍ଭସ୍ଥ ସନ୍ତାନ କୁ ଏମିତି କିଛି ଚିନ୍ତା କରି ଥାଆନ୍ତି ।
ଗର୍ଭାବସ୍ଥା ରେ ମା ର ଓଜନ ବଢିବାର ସମ୍ପର୍କ ଗର୍ଭସ୍ଥ ଶିଶୁର ଲିଙ୍ଗ କୁ ମଧ୍ୟ ଦର୍ଶାଇ ଥାଏ ବୋଲି ଗବେଷଣାରୁ ଜଣା ପଡ଼ିଛି । ଏହି ଗବେଷଣା ରେ ବିଶେଷ ଭାବରେ ମାର ଓଜନ ବୃଦ୍ଧି ହେବା ଦ୍ବାରା ଶିଶୁର ଲିଙ୍ଗ ସହିତ ସମ୍ପର୍କ ରହିଛି ବୋଲି ଜଣା ପଡିଛି ।
ଗବେଷଣା କଣ କହୁଛି –
ପବ୍ଲିକ ଲାଇବ୍ରେରୀ ଅଫ ସାଇନ୍ସ ଦ୍ଵାରା ପ୍ରକାଶ ପାଇଥିବା ଗୋଟିଏ ଖବର ଅନୁସାରେ ୨୫ ବର୍ଷ ପର୍ଯ୍ୟନ୍ତ ୭୦ ମିଲିୟନ ଶିଶୁଙ୍କୁ ବିଶ୍ଳେଷଣ କରାଯାଇଥିଲା । ଏହି ଗବେଷଣା ରେ କୁହା ଯାଇଥିଲା ଯେ ଓଜନ ବଢିବାର ସମ୍ପର୍କ ପୁଅ ହେବାର ଲକ୍ଷଣ ମାନଙ୍କ ମଧ୍ୟରୁ ଗୋଟିଏ ।
କେତେ ଓଜନ ବଢିବା ଆବଶ୍ୟକ –
ଗବେଷଣା ଅନୁସାରେ କିଛି ଗର୍ଭବତୀ ମହିଳାଙ୍କ ଓଜନ ୧୦କେଜି ପାଖାପାଖି ବଢିଲା । ସେଥି ମଧ୍ୟରୁ ୪୯% ମହିଳା କନ୍ୟା ସନ୍ତାନ କୁ ଜନ୍ମ ଦେଇଥିଲେ । ଏହାପରେ ଦେଖା ଯାଇଥିଲା ଯେ କିଛି ମହିଳା ଙ୍କ ଓଜନ ଅଧିକ ବଢିବାର ଲକ୍ଷ କରାଯାଇଥିଲା , ପାଖାପାଖି ୨୦-୨୫ କେଜି ସେମାନେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ।
କଣ ତଥ୍ୟ ଆସିଲା –
ସମସ୍ତ ତଥ୍ୟ ଆଧାରରେ ଡାକ୍ତରମାନେ ମତ ଦେଇଥିଲେ ଯେ ପୁରୁଷ ଭ୍ରୁଣ ର ମେଟାବୋଲିଯିମ୍ ରେଟ୍ ଅଧିକ ରହିଥାଏ ଓ ସେମାନଙ୍କୁ ଠିକ୍ ଭାବରେ ବିକଶିତ ହେବା ପାଇଁ ଅଧିକ କ୍ୟାଲୋରୀ ଆବଶ୍ୟକତା ରହିଥାଏ ।
ଏହି କାରଣରୁ ପୁତ୍ର ସନ୍ତାନ ଗର୍ଭରେ ଥିଲେ ମା ମାନଙ୍କର ଓଜନ ଅଧିକ ବଢ଼ିଥାଏ ।

Comments are closed.