ଆଗ କାଳରେ ଲୋକମାନେ ତେଲ ମାଲିଶ୍ ହେଉଥିଲେ । ଏହି ତେଲ ମାଲିଶ୍ ପରମ୍ପରା ଆଜି ହୁଏତ ଧୀରେ ଧୀରେ କମିବାରେ ଲାଗିଛି । କାରଣ ସମସ୍ତେ ନିଜ କର୍ମ ବହୁଳ ଜୀବନରେ ଆଧୁନିକ ଯୁଗର ପ୍ରସାଧନ ସାମଗ୍ରୀକୁ ବିଶେଷ ଭାବରେ ପ୍ରୟୋଗ କରୁଛନ୍ତି । ସେହି ପୁରାତନ ପ୍ରଣାଳୀକୁ ଭୁଲି ଗଲେଣି ପ୍ରାୟ । କିନ୍ତୁ ସେହି ତେଲ ମାଲିଶ୍ ରେ ଲୁଚି ରହିଛି ଗୋଟିଏ ସୁସ୍ଥ ଜୀବନ ର ରହସ୍ୟ ଏହା ହୁଏତ କେହି ଜାଣି ନଥିବେ ।
ଏଥିପାଇଁ ବିଶେଷ କରି ଦେଶୀ ଗାଈ ଘିଅ ଆବଶ୍ୟକ । ଦେଶୀ ଗାଈ ଘିଅ ର ବିଶେଷ ଉପୋଜୋଗ୍ ଦ୍ଵାରା ବିଭିନ୍ନ ରୋଗରୁ ନିଜକୁ ରୋକା ଯାଇ ପାରିବ ।
* ରାତିରେ ଶୋଇବା ପୁର୍ବରୁ ଦେଶୀ ଗାଈ ଘିଅକୁ କଂସା ଗିନା ସାହାଯ୍ୟ ରେ ପାଦ ତଳେ ମାଲିଶ୍ କରିବା ଦ୍ୱାରା ବାତ , ପିତ , କଫ ଜନିତ ସମସ୍ୟା ରୁ ରକ୍ଷା ପାଇ ପାରିବେ ।
* ପାଦ ତଳେ ସୋରିଷ ତେଲ ମାଲିଶ୍ କରିବା ଦ୍ୱାରା ଶରୀରକୁ ବିଭିନ୍ନ ପୋଷାକ ତତ୍ତ୍ଵ ମିଳିଥାଏ ।
* ପାଦ ତଳେ ସୋରିଷ ତେଲ ମାଲିଶ୍ କରିବା ଦ୍ୱାରା ଶରୀରରେ ଠିକ୍ ଭାବରେ ରକ୍ତ ସଞ୍ଚାଳନ ହୋଇଥାଏ ଓ ରକ୍ତ ଶର୍କରା ଶରୀରରେ ନିୟନ୍ତ୍ରିତ କରିଥାଏ ।
* ଯଦି ଆମେ ରାତିରେ ପାଦ ତଳେ ସୋରିଷ ତେଲ ମାଲିଶ୍ କଲେ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ । ଏହା ସହିତ ଭଲ ନିଦ ମଧ୍ୟ ହୁଏ ।
* ପାଦ ତଳେ ତେଲ ମାଲିଶ୍ ଦ୍ଵାରା ପେଟ ଜନିତ ସମସ୍ୟା ଦୂର ହୋଇଥାଏ । ପେଟ ସଫା ହେବା ସହ ଗ୍ୟାସ୍ ଏସିଡ଼ିଟି ଇତ୍ୟାଦି ଦୁର ହୁଏ ।
* ପ୍ରତିଦିନ ତେଲ ମାଲିସ ଦ୍ଵାରା ଶରୀରକୁ ଅଧିକ ସୁସ୍ଥ ରଖାଯାଇ ପାରିବ । ଥଣ୍ଡା ଜନିତ ସମସ୍ୟା ଦୂର ହେବ ।
Comments are closed.