Odisha news

ରେଷ୍ଟୁରାଣ୍ଟ ରେ ଭୋଜନ କରିବା ପରେ ଟିପ୍ କାହିଁକି ଦିଆଯାଏ ? କେବେଠୁ ଆରମ୍ଭ ହୋଇଥିଲା ଏହି ପରମ୍ପରା ଓ କଣ ରହିଛି ଏହା ପଛର କାରଣ

ଆମେ ପ୍ରାୟତଃ ନିଜ ବନ୍ଧୁ ଓ ସମ୍ପର୍କୀୟ ମାନଙ୍କ ସହିତ ଖାଇବା ପାଇଁ ଯାଇଥଉ । ଖାଇସାରିବା ପରେ ୱେଟର ବିଲ୍ ନେଇ ଆସିଥାଏ । ଆମେ ସେହି ବିଲ୍ କୁ ଦେଖି ତାକୁ ବିଲ୍ ସହ କିଛି ଅଧିକ ପଇସା ଦେଉ, ଯେପରିକି ଯଦି ବିଲ୍ ର ପରିମାଣ ହୋଇଛି ୩୬୪୦ ଟଙ୍କା , ତେବେ ଆମେ ୱେଟର୍ କୁ ଦେଇଥାଉ ୪୦୦୦ ଟଙ୍କା ଦେଇଥାଉ । ସେ ତା ପରେ କାଉଣ୍ଟର କୁ ଆସି ବାକି ପଇସା ନେଇ ଆମକୁ ଫେରାଇ ଥାଏ । ଆମେ ସେହି ଫେରିଥିବା ବାକି ପଇସାରୁ ଖୁସିରେ କିଛି ପରିମାଣର ପଇସା ଦିଆଯିବାକୁ କ କୁହାଯାଇଥାଏ ଟିପ ।
ଏହି ଟିପ ଦେବା ଆପଣଙ୍କୁ କିଏ ଶିଖାଇ ଥିଲେ ଆପଣ ଜାଣିଛନ୍ତି କି ? ଆପଣ ଭାବୁଥିବେ ଯେ ରେଷ୍ଟୁରାଣ୍ଟ କୁ ଯାଇଥିଲୁ ୱେଟର ଖାଇବାକୁ ଦେଲା ସେଥିପାଇଁ ଟିପ ଦେଲୁ । କିନ୍ତୁ ଏହି ଟିପ ଦେବାର ପରମ୍ପରା କେବେଠୁ ଆରମ୍ଭ ହେଲା ସେ ବିଷୟରେ ହୁଏତ ଆମେ ମାନେ ଜାଣି ନାହୁଁ । ହୁଏତ ଆମ ମାନଙ୍କ ମଧ୍ୟରୁ କିଛି ବ୍ୟକ୍ତି କହିପାରନ୍ତି ସେବା କରୁଥିବା ବ୍ୟକ୍ତିକୁ କିଛି ଖୁସିରେ ପଇସା ଦେବା ଆବଶ୍ୟକ । ଟିପ ଦେବାର ପରମ୍ପରା କେବେଠୁ ଆରମ୍ଭ ହୋଇଥିଲା ଆପଣ ଜାଣନ୍ତି କୁ ? ଆସନ୍ତୁ ଜାଣିବା ।
କେବେଠୁ ଆରମ୍ଭ ହେଲା –
* ଖଇବା ପରେ ଟିପ ଦେବାର ପରମ୍ପରା ଇଂରେଜ ମାନଙ୍କ ନିକଟରୁ ୧୬୦୦ ଶତାବ୍ଦୀ ରେ ଆରମ୍ଭ ହୋଇଥିଲା , ଏହି ସମୟରେ ସଂଯୋଗ ବଶତଃ ଇଂରେଜ ମାନେ ଭାରତରେ ପାଦ ଦେଇଥିଲେ । ଏହି ସମୟରେ ଇଷ୍ଟ୍ ଇଣ୍ଡିଆ କମ୍ପାନୀ ସ୍ଥାପନା ହୋଇଥିଲା । ଗୋଟିଏ ତଥ୍ୟ ଆଧାରରେ ୧୬୦୦ ଶତାବ୍ଦୀ ରେ ଇଂରେଜ ମାନେ ତାଙ୍କ ବଙ୍ଗଳା ରେ କାମ କରୁଥିବା କର୍ମଚାରୀ ମାନଙ୍କୁ ଭଲ ସେବା ଦେବାପାଇଁ ଖୁସିରେ କିଛି ଛୋଟ ଆକାରର ରାଶି ପୁରସ୍କାର ଭାବରେ ଦେଉଥିଲେ । ଏହାପରେ ଏହା ଗୋଟିଏ ଚଳଣି ରେ ପରିବର୍ତନ ହୋଇଗଲା ।
* ଆଉ ଗୋଟିଏ ତଥ୍ୟ ଆଧାରରେ କୁହାଯାଇଛି ଯେ ଆମେରିକାରେ ଟିପ ଦେବାର ଆରମ୍ଭ ୧୮ ଶତାବ୍ଦୀ ବେଳକୁ ଆରମ୍ଭ ହୋଇଥିଲା । ଏହା ଆମେରିକାର ଆଭିଜାତ୍ୟର ଘରର କୋଟି ପତି ଲୋକଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ସେହି ସମୟରେ ସମାଜର ଗୋଟିଏ ବର୍ଗ ନିଜର ଆଭିଜାତ୍ୟର କ୍ଷମତା ଦେଖାଇବା ପାଇଁ ନିଜ ସେବା କରୁଥିବା ବ୍ୟକ୍ତିକୁ ଟିପ୍ ଦେଉଥିଲେ । ସେମାନଙ୍କର ଧାରଣା ରହିଥିଲା ଯେ ଯଦି ସେମାନଙ୍କୁ ଟିପ୍ ଦେବା ଦ୍ଵାରା ସେମାନେ ତାଙ୍କର ବିଶେଷ ଧ୍ୟାନ ରଖିବେ ।
ଯାହା ହେଉ ନା କାହିଁକି ଏହି ପରମ୍ପରା ମଣିଷ ସମାଜ କୁ ଗୋଟିଏ ଭଲ ସିଷ୍ଟାଚାର ଶିଖାଇ ଦେଇ ଯାଇଛି । ଅନ୍ତତଃ ଏହି କାର୍ଯ୍ୟ ଅନ୍ୟ ପାଇଁ ଆମ ମନରେ ଗୋଟିଏ ଭଦ୍ର ଭାବନା ଜାଗ୍ରତ କରୁଛି ।

Comments are closed.