Odisha news

ସବୁବେଳେ ମୁଣ୍ଡ ବ୍ୟଥା ହେଉଛି କି ? ଦୈନନ୍ଦିନ ଜୀବନରେ ଏହି ୪ଟି ପରିବର୍ତ୍ତନ ଦେବ ଆପଣଙ୍କୁ ଆରାମ

ପ୍ରାୟତଃ ସମସ୍ତ ବ୍ୟକ୍ତିଙ୍କର କେବେ ନା କେବେ ମୁଣ୍ଡ ବ୍ୟଥା ହୋଇ ଥିବାର ଦେଖା ଯାଇଥାଏ । ଆଉ କିଛି ବ୍ୟକ୍ତିଙ୍କର ପ୍ରାୟ ସବୁବେଳେ ମୁଣ୍ଡ ବ୍ୟଥା ହୁଏ । ଏହି ମୁଣ୍ଡ ବ୍ୟଥା କାରଣରୁ ଆମ କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଥାଏ ଓ ମାନସିକ ସ୍ତରରେ ଖୁବ୍ ପ୍ରଭାବ ପକାଇ ଥାଏ । ଏହି ଯନ୍ତ୍ରଣା ରୁ ଆରାମ ପାଇବା ପାଇଁ ଦୈନନ୍ଦିନ ଜୀବନରେ କିଛିଟା ପରିବର୍ତ୍ତନ ଆଣିବା ଆବଶ୍ୟକ ।
* ସ୍ବାସ୍ଥ୍ୟକର ଖାଦ୍ୟ – ସକାଳୁ ଉଠି ଶୋଇବାକୁ ଯିବା ପର୍ଯ୍ୟନ୍ତ ଖାଉଥିବା ଅଧିକାଂଶ ଖାଦ୍ୟ ଆମ ମୁଣ୍ଡ ଯନ୍ତ୍ରଣା ର କାରଣ ମଧ୍ୟ ହୋଇଥାଏ । କାଫିନ , ଚା , ଅଲ୍କୋହଲ , ପ୍ରୋଶେଷ ଫୁଡ୍ ର ଅଧିକ ସେବନ ମୁଣ୍ଡ ବ୍ୟଥାର କାରଣ ହୋଇଥାଏ । ଧ୍ୟାନ ଦିଅନ୍ତୁ ଯେ କେଉଁ ଖାଦ୍ୟ ଦ୍ଵାରା ଆପଣଙ୍କ ମୁଣ୍ଡ ବ୍ୟଥା ହେଉଛି । ଆପଣଙ୍କ ନିୟମିତ ଖାଦ୍ୟରେ ସବୁଜ ପନିପରିବା , ଫଳମୂଳ ସାମିଲ କରିବା ଉଚିତ୍ ।
* ମାନସିକ ଅଶାନ୍ତି – ମାନସିକ ଚାପ ମଧ୍ୟ ମୁଣ୍ଡ ବ୍ୟଥା ର ଗୋଟିଏ କାରଣ । ମାନସିକ ଦୁଶ୍ଚିନ୍ତା କୁ କମ୍ କରିବା ପାଇଁ ମେଡିଟେଶନ , ଯୋଗାସନ ଓ ବ୍ୟାୟାମ ଇତ୍ୟାଦି ନିୟମିତ ଭାବରେ କରିବା ଆବଶ୍ୟକ । ତେଣୁ ଏହିସବୁ ଅଭ୍ୟାସ ମଧ୍ୟ ମୁଣ୍ଡ ବ୍ୟଥା କୁ କମ୍ କରିଥାଏ ।
* ନିଶା ଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ – ନିଶା ଦ୍ରବ୍ୟ ଓ ଧୁମ୍ରପାନ ଦ୍ଵାରା ମଣିଷର ଅନ୍ତନଳୀ ପ୍ରଭାବିତ ହୋଇଥାଏ ଓ ଈମ୍ୟୁନ ସିଷ୍ଟମ ମଧ୍ୟ ପ୍ରଭାବିତ ହୋଇଥାଏ । ମାଦକ ଦ୍ରବ୍ୟ ରେ ନିକୋଟିନ ଥିବା କାରଣରୁ ଆମର ସ୍ବାସ୍ଥ୍ୟ ପ୍ରଭାବିତ ହୋଇଥାଏ ।
* ଶୋଇବାର ସମୟ – ଦିନଯାକ କାମ କରିବା ପରେ ଆପଣଙ୍କ ଶରୀରରେ ଥକା ଅନୁଭବ ହୋଇଥାଏ ଓ ଏହାକୁ ଦୁର କରିବା ପାଇଁ ଟିକେ ଶୋଇବା ନିହାତି ଆବଶ୍ୟକ । ମସ୍ତିଷ୍କ ଉପରେ ବୋଝ ଦେଇ ମସ୍ତିଷ୍କ କୁ ଭାରାକ୍ରାନ୍ତ କରିବା ଆବଶ୍ୟକ ନୁହେଁ । ଗୋଟିଏ ସୁଖ ନିଦ୍ରା ମୁଣ୍ଡ ବ୍ୟଥା କୁ ଦୂରେଇ ପାରିବ ।

Comments are closed.