Odisha news

ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଗଭୀର ଶୋକ

0

ଭୁବନେଶ୍ୱର,ତା.୩୧/୦୮: ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଗଭୀର ଶୋକ ପ୍ରକାଶ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି ।

ସ୍ୱର୍ଗତଃ ମୁଖାର୍ଜୀ ଜଣେ ଦକ୍ଷ ଏବଂ ଜନପ୍ରିୟ ରାଜନେତା ଥିଲେ । ସେ ଭାରତ ରାଜନୀତିରେ ପାଂଚ ଦଶନ୍ଧି ଧରି ସକ୍ରିୟ ଥିଲେ । ସ୍ୱର୍ଗତଃ ମୁଖାର୍ଜୀ ୨୦୧୨ ରୁ ୨୦୧୭ ଯାଏ ଦେଶର ୧୩ ତମ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ । ରାଷ୍ଟ୍ରପତି ହେବା ପୂର୍ବରୁ ସେ କେନ୍ଦ୍ରସରକାରରେ ପ୍ରତିରକ୍ଷା, ବୈଦେଶିକ ଏବଂ ଅର୍ଥମନ୍ତ୍ରୀ ଭାବେ ଦାୟୀତ୍ୱ ତୁଲାଇଥିଲେ ।

ତୃଣମୂଳସ୍ତରରେ ସେ ଅନେକ ଲୋକହିତକର କାର୍ଯ୍ୟ କରିଛନ୍ତି । ଦେଶ ହିତରେ ସେ ଅନେକ ବୈପ୍ଲବିକ ପରିବର୍ତନ ଆଣିଥିଲେ । ରାଜନୈତିକ କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ । ଦୀର୍ଘଦିନ ଧରି ତାଙ୍କ ଦେହ ଅସୁସ୍ଥ ଥିବା ଯୋଗୁଁ ସେ ଆର୍ମିର ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମୃତୁ୍ୟବେଳକୁ ସ୍ୱର୍ଗତଃ ମୁଖାର୍ଜୀଙ୍କୁ ୮୪ ବର୍ଷ ହୋଇଥିଲା । ସ୍ୱର୍ଗତଃ ମୁଖାର୍ଜୀଙ୍କ ବିୟୋଗରେ ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ମର୍ମାହତ ବୋଲି କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

Leave A Reply