Odisha news

ପ୍ରାଗ୍‌ ଓପନ୍‌ କ୍ୱାର୍ଟର୍‌ରେ ୱାରିଙ୍କାଙ୍କୁଭେଟିବେ ସୁମିତ୍‌

0

ପ୍ରାଗ୍‌, ୧୯ା୮ (ଏଜେନ୍ସି) : ଭାରତୀୟ ଶୀର୍ଷ ସିଙ୍ଗଲ୍ସ ଟେନିସ୍‌ ଖେଳାଳି ସୁମିତ୍‌ ନାଗଲ ପ୍ରାଗ୍‌ ଓପନ୍‌ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଷଷ୍ଠ ସିଡ୍‌ ତଥା ବିଶ୍ୱ ର୍ୟାଙ୍କିଙ୍ଗ୍‌ର ୧୨୭ତମ ସ୍ଥାନରେ ଥିବା ସୁମିତ୍‌ ୫-୭, ୭-୬, ୬-୩ ସେଟ୍‌ରେ ନିମ୍ନ ର୍ୟାଙ୍କର କିରି ଲେହେଚକଙ୍କୁ ହରାଇ ଥିଲେ । ବିଜୟୀ ହେବା ପାଇଁ ସୁମିତ୍‌ଙ୍କୁ ୨ଘଣ୍ଟା ୨୧ ମିନିଟ୍‌ର କଡ଼ା ସଂଘର୍ଷ କରିବାକୁ ପଡ଼ିଥିଲା । କ୍ୱାର୍ଟର୍‌ ଫାଇନାଲ୍‌ରେ ସୁମିତ୍‌ ୩ଥରର ଗ୍ରାଣ୍ଡ ସ୍ଲାମ୍‌ ବିଜେତା ଷ୍ଟାନିସ୍‌ଲାସ ୱାରିଙ୍କାଙ୍କୁ ଭେଟିବାର ସମ୍ଭାବନା ଅଛି । ସ୍ୱିଜରଲାଣ୍ଡର ୱାରିଙ୍କା ଜର୍ମାନୀର ଓସ୍କାର୍‌ ଓଟେଙ୍କୁ ଦ୍ୱିତୀୟ ରାଉଣ୍ଡରେ ଭେଟିବେ । ଏହି ମ୍ୟାଚ୍‌ର ବିଜେତା କ୍ୱାର୍ଟର୍‌ ଫାଇନାଲ୍‌ରେ ସୁମିତ୍‌ଙ୍କ ସହ ମ୍ୟାଚ୍‌ ଖେଳିବେ । ସେହିଭଳି ଡବ୍ଲସରେ ସୁମିତ୍‌ ଭାଗ ନେଇଛନ୍ତି । ଅନ୍ୟତମ ଭାରତୀୟ ଯୋଡ଼ି ଡିଭିଜ୍‌ ସରଣ ଓ ଏନ୍‌.ଶ୍ରୀରାମ ବାଲାଜୀ ଡବଲ୍ସ ମୁକାବିଲାକୁ ଓହ୍ଲାଇବେ ।

Leave A Reply