ପୋଲସରା:୫-୦୮-୨୧: (ରଞୟ ପାଣିଗ୍ରାହୀ ସକାଳ ଖବର)ପୋଲସରା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ଏକ ସାଙ୍ଗଠନିକ ବୈଠକ ବସଷ୍ଟାଣ୍ଡ ନିକଟସ୍ଥ କଲ୍ୟାଣ ମଣ୍ଡପରେ ଆୟୋଜିତ ହୋଇଥିଲା । ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଅଧୟକ୍ଷତାରେ ଆୟୋଜିତ ବୈଠକରେ ଗଞ୍ଜାମ ଜିଲ୍ଲାର ବିଜେଡ଼ି ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ କରିବା ସହ ବିକାଶ ଓ ସାମାଜିକ ସୁରକ୍ଷାକୁ ଗୁରୁତ୍ଵ ଦେବାକୁ କହିଥିଲେ । ମୁଁ ମନ୍ତ୍ରୀ ନୁହେଁ ବିଜୁ ପରିବାରର ଜଣେ ସଦସ୍ୟ ବା କର୍ମୀ, ପ୍ରତ୍ୟେକ କର୍ମୀ ନିଷ୍ଠାର ସହ କାମକଲେ ଦଳ ସଫଳତା ପାଇବା ସହ ନିଜର ସ୍ଥିତି ସୁଦୃଢ ହେବ । ଆଗାମୀ ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ସାଙ୍ଗଠନିକ ସ୍ଥିତି ପରଖି ଥିଲେ । ଗତ ୨୨ବର୍ଷ ଧରି ରାଜ୍ୟ ସରକାର ଯେଉଁ ଯୋଜନାମାନ କରିଛନ୍ତି ତାହାକୁ ନେଇ ଲୋକଙ୍କ ନିକଟତର ହେବାକୁ ପ୍ରତି କର୍ମୀଙ୍କୁ ପରାମର୍ଶ ଦେଇଥିଲେ ଜିଲ୍ଲା ବିଜେଡ଼ି ସଭାପତି ଡ଼ା ରମେଶ ଚନ୍ଦ୍ର ଚାୟୂପଟ୍ଟନାୟକ । ଉକ୍ତ କାର୍ଯ୍ୟକ୍ରମକୁ ପୋଲସରା ବ୍ଲକ ବିଜେଡ଼ି ସଭାପତି ସୁରେନ୍ଦ୍ର ପ୍ରଧାନ ପରିଚାଳନା କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ସୁବାସ ମହାରଣା, ଜିଲ୍ଲା ଉପସଭାପତି ସଂଜିତ୍ ପାଣଗ୍ରାହୀ, ଜିଲ୍ଲା ସାଧାରଣ ସଂପାଦକ ଜଗନ୍ନାଥ ସାବତ,ପୋଲସରାର ପୂର୍ବତନ ନଗରପାଳ ପ୍ରଫୁଲ୍ଲ କୁମାର ପ୍ରଧାନ, ନଗର ବିଜେଡ଼ି ସଭାପତି ରଞ୍ଜିତ ପ୍ରଧାନ, ବ୍ଲକ ଯୁବ ବିଜେଡ଼ି ସଭାପତି ସୁଶାନ୍ତ କୁମାର ପୋଲେଇ, ବୁଗୁଡ଼ା ବ୍ଲକ ବିଜେଡ଼ି ସଭାପତି ମଦନ ଗୋପାଳ ଦୋରାଙ୍କ ସମେତ ସମସ୍ତ ନିର୍ବାଚିତ ପ୍ରତିନିଧି ଓ ଦଳୀୟକର୍ମୀ ଉପସ୍ଥିତ ଥିଲେ ।
Comments are closed.