Odisha news

ଶୀତଋତୁ ରେ ଡାଳିମ୍ବ ଖାଇବାର ୧୦ଟି ଚମତ୍କାର ଲାଭ, ନିୟମିତ ସେବନ ଦ୍ୱାରା ବ୍ରେଷ୍ଟ କ୍ୟାନ୍ସର ଓ ପ୍ରୋଷ୍ଟେଟ କ୍ୟାନ୍ସର ରୁ ମିଳିବ ଉପଶମ  

0

ହିନ୍ଦୀରେ ଗୋଟିଏ ଢଗ ରହିଛି ଏକ ଅନାର ଶୋ ବୀମାର , ତେଣୁ ଡାଳିମ୍ବ ଔଷଧୀୟ ଗୁଣରେ ଭରପୁର ଅଟେ l ଡାଳିମ୍ବ ରେ ଭିଟାମିନ -ଇ, ସି ଭରପୁର ମାତ୍ରାରେ ରହିଥାଏ , ଯାହାକି ସୁସ୍ଥ ପାଚନ କ୍ରିୟା ପାଇଁ ଜରୁରୀ ଅଟେ l ଏହାଛଡା ଡାଳିମ୍ବ ଭିଟାମିନ କେ, ସି, ବି, ଆଇରନ , ପୋଟାସିୟମ, ଜିଙ୍କ ଓ ଓ଼ମେଗl  -6 ଫ୍ୟାଟି ଏସିଡ ରେ ଭରପୁର ଅଟେ l ଆସନ୍ତୁ ଜାଣିବା ଡାଳିମ୍ବ ର ୧୦ଟି ଚମତ୍କାର ଲାଭ l

– ଡାଳିମ୍ବ ରେ ପୋଲିଫାଇନାଲସ କାରଣରୁ ଏହାର ମଞ୍ଜି ଗୁଡିକ ନାଲି ଅଟେ l ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ସେଲସ କୁ ନଷ୍ଟ ହେବାରୁ ରକ୍ଷା କରିଥାଏ l

– ଡାଳିମ୍ବ ଜୁସ ସେବନ ଦ୍ୱାରା ଆପଣଙ୍କ ଶରୀର କୁ ଆବଶ୍ୟକୀୟ ଭିଟାମିନ ସି ମିଳିଥାଏ l ଯେଉଁ କାରଣରୁ ରୋଗ ପ୍ରତି ରୋଧକ କ୍ଷମତା ବୃଦ୍ଧି ହୋଇଥାଏ l ଗୋଟିଏ ଡାଳିମ୍ବ ରେ ପାଖପାଖି ୪୦ ପ୍ରତିଶତ ଭିଟାମିନ ସି ରହିଥାଏ l

– ଡାଳିମ୍ବ ରେ ଥିବା ଆଣ୍ଟିଅକ୍ସିଡାଣ୍ଟ ପେଟ ଜନିତ ସମସ୍ତ ସମସ୍ୟା କୁ ଦୂର କରିଥାଏ ଏବଂ ଅନ୍ତ କୋଷକୁ ମଧ୍ୟ ସୁରକ୍ଷିତ ରଖିଥାଏ l

– ଯଦି ଆପଣ ଅର୍ଥାରଇଟିସ ସମସ୍ୟା ରେ ପୀଡିତ ଅଟନ୍ତି ତେବେ ନିୟମିତ ଗୋଟିଏ ଡାଳିମ୍ବ ନିହାତି ଖାଆନ୍ତୁ l ଡାଳିମ୍ବ ଜୁସ ନିୟମିତ ସେବନ ଦ୍ୱାରା ଅଷ୍ଟ୍ରିୟାପରସିସ , ରୁମେଟାଇଡ ଅର୍ଥାରଇଟିସ ଏବଂ ଅନ୍ୟ ଗଣ୍ଠି ଯନ୍ତ୍ରଣା ସମସ୍ୟା ଦୂର ହୋଇଥାଏ l

– ହୃଦ ରୋଗୀ ମାନଙ୍କ ପାଇଁ ଡାଳିମ୍ବ ଖୁ ଲାଭ ଦାୟକ l ଏହାକୁ ସେବନ କରିବା ଦ୍ୱାରା ରକ୍ତ ସଂଚାଳନ ଭଲ ହୋଇଥାଏ l ଏବଂ କୋଲେଷ୍ଟ୍ରଲ ସମସ୍ୟା ମଧ୍ୟ ଠିକ ରହିଥାଏ ଏବଂ ହାର୍ଟ ସୁରକ୍ଷିତ ରୁହେ l

– ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଡାଳିମ୍ବ ରାମବାଣ ସଦୃଶ , ନିୟମିତ ସେବନ ଦ୍ୱାରା ରକ୍ତଚାପ ସନ୍ତୁଳିତ ରହିଥାଏ l

–  ଗୋଟିଏ ଅଧୟନ ଅନୁସାରେ ଡାଳିମ୍ବ ନିୟମିତ ସେବନ କରିବା ଦ୍ୱାରା ମେମୋରୀ ପୱାର ଷ୍ଟ୍ରଙ୍ଗ ହେବାରେ ସାହାଯ୍ୟ ମିଳିଥାଏ l

– ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଡାଳିମ୍ବ ଖୁବ ଲାଭକାରୀ l  ମଧୁମେହ ରୋଗୀ ସେବନ କରିବା ଦ୍ୱାରା ଶରୀରରେ ଇନ୍ସୁଲିନ ସ୍ତର ଠିକ ରହିଥାଏ l

– ଅନେକ ସମୟ ରେ ରୋଗରେ ପୀଡିତ ହେବା ଦ୍ୱାରା ଶରୀର ଦୁର୍ବଳ ହୋଇଯାଇ ଥାଏ, ଏବଂ ଡାଳିମ୍ବ ସେବନ ଦ୍ୱାରା ଶରୀରରେ ଶକ୍ତି ଜାଗ୍ରତ ହୋଇଥାଏ l

– ନିୟମିତ ଡାଳିମ୍ବ ରସ ସେବନ ଦ୍ୱାରା ବ୍ରେଷ୍ଟ କ୍ୟାନ୍ସର ସମସ୍ୟା ଦୂର ହୋଇଥାଏ, ଏଥିରେ ଥିବା ତତ୍ୱ ପ୍ରୋଷ୍ଟେଟ କ୍ୟାନ୍ସର ଉପରେ ରୋକ ଲଗାଇବାରେ ସାହାଯ୍ୟ କରିଥାଏ l

Leave A Reply