ୱାର୍ଲଡ ପପୁଲେସନ ରିଭ୍ୟୁ ଅନୁସାରେ ଦୁନିଆରେ ସର୍ବାଧିକ ଜନସଂଖ୍ୟା ଥିବା ଦେଶ ହେଉଛି ଭାରତ, ୨୦୨୪ ସୁଦ୍ଧା ଭାରତର ସମୁଦାୟ ଜନସଂଖ୍ୟା ହେଉଛି ୧୪୫୦ , ୯୪୦, ୦୦୦ ଅର୍ଥାତ ୧ ଅରବ ୪୫ କୋଟି, ୯ ଲକ୍ଷ ୪୦ ହଜାର ଜନସଂଖ୍ୟା କୁ ନେଇ ଭାରତ ବର୍ଷ l ଯାହାର ନିୟନ୍ତ୍ରଣ କୁ ନେଇ ଦୀର୍ଘ ଦିନରୁ ଆଲୋଚନା ହୋଇ ଆସୁଛି l
କିନ୍ତୁ ବିଶ୍ୱରେ ଅନେକ କ୍ଷେତ୍ରରେ ଉନ୍ନତି କରି ଆଗକୁ ବଢିଥିବା ଚୀନ ବିଶ୍ୱ ଜନସଂଖ୍ୟାର ଦ୍ଵିତୀୟ ସ୍ଥାନରେ l ଏବଂ ଯାହାର ଜନସଂଖ୍ୟା ୧୪୧୯,୩୨୦, ୦୦୦ ଅଟେ l କିନ୍ତୁ କଣ ଆପଣ ଜାଣିଛନ୍ତି ଦୁନିଆର ସବୁଠୁ କମ ଜନସଂଖ୍ୟା ଥିବା ଦେଶ କିଏ ? ଯଦି ଜାଣି ନାହାନ୍ତି ତେବେ ଜାଣି ନିଅନ୍ତୁ ଯେ ସେହି ଦେଶ ଆଉ କିଏ ନୁହେଁ ତାହା ହେଉଛି ଭାଟିକାନ ସିଟି l ଯେଉଁଠି ଖୁବ କମ ଲୋକେ ବାସ କରନ୍ତି l ଭାରତର ଗୋଟିଏ ସହରରେ ଏହାଠାରୁ ଅଧିକ ଜନସଂଖ୍ୟା ଦେଖିବାକୁ ମିଳିଥାଏ l
ଏଠାରେ ମାତ୍ର ୪୯୬ ଜଣ ଲୋକେ ବାସ କରନ୍ତି l ଏବଂ ୨୦୨୩ ରେ ମଧ୍ୟ ଏଠାକାର ଜନସଂଖ୍ୟା ଏତିକି ହିଁ ଥିଲା l କେବଳ ଜନସଂଖ୍ୟା କୁ ନେଇ ଏହି ଦେଶ କମ ନୁହେଁ, ଏହି ଦେଶ ନିଜ ଏରିଆ କୁ ମଧ୍ୟ ଖୁବ ଛୋଟ ଅଟେ l ଏହି ଦେଶ ପୂର୍ବରୁ ରୋମ ର ଗୋଟିଏ ଅଂଶ ହୋଇଥିଲା l କିନ୍ତୁ ୧୯୨୯ ମସିହା ଫେବୃଆରୀ ୧୧ ତାରିଖ ରେ ରୋମ ଠାରୁ ଅଲଗା ହୋଇଥିଲା l ଏହି ଦେଶ ନାମ ରୋମ ରେ ଥିବା ଗୋଟିଏ ପାହାଡି ଭାଟିକାନ ନାମରେ ପରିଚିତ ଏବଂ ଏଠାକାର ଭାଷା ଇଟେଲିୟନ ଅଟେ l ଏହି ଦେଶରେ ଅନେକ ଗୁଡିଏ ଐତିହାସିକ ପ୍ରାଚୀର ରହିଛି l ଏବଂ ଏଠାରେ ଈସାଈ ଧର୍ମ ର ଲୋକେ ବାସ କରନ୍ତି l