Odisha news

ବିହାର, ଝାରଖଣ୍ଡ ରାଜ୍ୟରେ କାହିଁକି କରି ଥାଆନ୍ତି ଛଠ ପୂଜା ? ରାମାୟଣ ଓ ମହାଭାରତ ସହିତ କଣ ରହିଛି ଏହାର ରୋଚକ ଇତିହାସ

0

ହିନ୍ଦୁ ଧର୍ମରେ ଏଭଳି କିଛିଟା ପୂଜାପର୍ବ ରହିଛି ଯାହାକୁ ନିର୍ଦ୍ଧିଷ୍ଟ ଭାବରେ ଗୋଟିଏ ଗୋଟିଏ ସ୍ୱତନ୍ତ୍ର ରାଜ୍ୟରେ କରାଯାଇ ଥାଏ , ଯେପରିକି ରଜ , କୁମରପୁର୍ଣିମା ହେଉଛି ଓଡ଼ିଆ ଙ୍କ ର ଗୋଟିଏ ବିଶେଷ ପୂଜା ସେହିଭଳି ବିହାରୀ ଓ ଝାଡ଼ଖଣ୍ଡି  ମାନଙ୍କର ଛଠ  ପୂଜା ଅଟେ l ଏହି ଛଠ ପୂଜା ୪ଦିନ ର ବ୍ରତ ଅଟେ, ଚଳିତ ବର୍ଷ ଏହା ନଭେମ୍ବର ୫ତାରିଖ ରୁ ଆରମ୍ଭ ହୋଇ ୮ତାରିଖ ରେ ସମାପ୍ତ ହେବ l ପ୍ରଥମ ଦିନ ଗାଧୁଆ ଖିଆ, ଦ୍ଵିତୀୟ ଦିନ ଖରନା , ତୃତୀୟ ଦିନ ସନ୍ଧ୍ୟା ଅର୍ଘ୍ୟ ଓ ଶେଷ ଦିନ ଉଷା ଅର୍ଘ୍ୟ ଭାବରେ ପାଳିତ ହୋଇଥାଏ l

କିନ୍ତୁ ବର୍ତମାନ ଛଟ ପୂଜା ଭାରତର ବିଭିନ୍ନ ରାଜ୍ୟରେ ପାଳନ କରାଯାଉଛି l ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଛଟ ପୂଜା କାର୍ତିକ ମାସ ଶୁକ୍ଲପକ୍ଷ ଷଷ୍ଠୀ ତିଥିରେ ପାଳିତ ହୋଇଥାଏ l ଏହି ପର୍ବ ୪ଦିନ ଧରି ପାଳିତ ହୋଇଥାଏ l

ଛଟ ପୂଜା ର ମହତ୍ୱ –
ଛଟ ପୂଜା  କୁ ଲୋକ ଆସ୍ଥାର ମହାପର୍ବ ବୋଲି ମଧ୍ୟ କୁହାଯାଇ ଥାଏ l ପୌରାଣିକ ମାନ୍ୟତା ଅନୁସାରେ ଛଟ ମହାପର୍ବ ର ଇତିହାସ ସତ୍ୟଯୁଗ ଓ ଦ୍ୱାପର ଯୁଗ ସହିତ ଜଡିତ ଅଟେ l ପୌରାଣିକ କଥା ଅନୁସାରେ ମା ସୀତା ଓ ପ୍ରଭୁ ଶ୍ରୀରାମ ମଧ୍ୟ ଛଟ ବ୍ରତ ରଖି ସୂର୍ଯ୍ୟ ଦେବଙ୍କୁ ଆରାଧନା କରିଥିଲେ l ଏବଂ ଦ୍ୱାପର ଯୁଗରେ ପାଣ୍ଡଵ ଙ୍କ ପତ୍ନୀ ଦ୍ରୌପଦୀ ଓ କର୍ଣ୍ଣାଙ୍କ ପତ୍ନୀ ମଧ୍ୟ ଛଟ ପୂଜା କରି ସୂର୍ଯ୍ୟ ଆରାଧନା କରିଥିଲେ l

ଛଟ ପୂଜା ରେ କାହାକୁ ଆରାଧନା କରାଯାଇ ଥାଏ –
ଛଟ ପୂଜା ରେ ସୂର୍ଯ୍ୟ ଦେବ ଓ ଦେବୀ ସଠି ଉପାସନା କରାଯାଇ ଥାଏ l ଏହାଛଡା ଏହି ପର୍ବ ପ୍ରକୃତି, ଉଷା , ବାୟୁ, ଜଳ ଆଦି ସହିତ ମଧ୍ୟ ଜଡିତ l ଛଟ ବ୍ରତ ର ପୌରାଣିକ କଥା ରାଜା ପ୍ରିୟମ୍ବଦ ଙ୍କ ସହିତ ଜଡିତ l ଯିଏକି ନିଜ ପୁତ୍ର ର ପ୍ରାଣ ରକ୍ଷା ପାଇଁ ଛଟ ପୂଜା କରି ସୂର୍ଯ୍ୟ ଦେବ ଓ ଷଠି ଦେବୀଙ୍କୁ ପୂଜା କରିଥିଲେ l

ଆସନ୍ତୁ ଜାଣିବା ଛଠ ବ୍ରତର ଇତିହାସ –
ପୌରାଣିକ କଥା ଅନୁସାରେ ରାବଣର ବଧ ପରେ ଓ ୧୪ ବର୍ଷ ବନବାସ ପରେ ପ୍ରଭୁ ଶ୍ରୀରାମ ଅଯୋଧ୍ୟା ଫେରିଥିଲେ , କିନ୍ତୁ ପ୍ରଭୁ ଶ୍ରୀରାମଙ୍କ ଉପରେ ରାବଣ ବଧ ର ପାପ ରହିଥିଲା l ଏହି ପାପରୁ ମୁକ୍ତି ପାଇଁ ରୁଷି-ମୁନିଙ୍କ ଆଦେଶ କ୍ରମେ ରାଜସୂୟ ଯଜ୍ଞ କରାଯାଇ ଥିଲା l ଏବଂ ସେହି ସମୟରେ ମୁଗଦଳ ରୁଷି ଯଜ୍ଞ ନିମିତ୍ତ ମାତା ସୀତା ଓ ପ୍ରଭୁ ରାମଚନ୍ଦ୍ର ଙ୍କୁ ନିଜ ଆଶ୍ରମ କୁ ଡକାଇ ଥିଲେ l ମୁଗଦଲ ଋଷିଙ୍କ କଥା ଅନୁସାରେ ମା ସୀତା କାର୍ତିକ ଶୁକ୍ଲପକ୍ଷ ଷଷ୍ଠୀ ତିଥିରେ ସୂର୍ଯ୍ୟ ଦେବଙ୍କୁ ଉପାସନା କରି କରିଥିଲେ l ଏହିଭଳି ଭାବରେ ଛଠ ପର୍ବ ର ଇତିହାସ ରାମାୟଣ ସହିତ ଜଡିତ l

ମହାଭାରତରେ ମଧୁ ଛଠ ପର୍ବ ର ମହତ୍ୱ ବର୍ଣନା କରାଯାଇଛି l ମହାଭାରତ ଅନୁସାରେ ପାଣ୍ଡଵ ମାନେ ନିଜର ସମସ୍ତ ରାଜପାଟ ଜୁଆ ରେ ହାରିଯିବା ପରେ ଦ୍ରୌପଦୀ ଛଠ ବ୍ରତ କରିଥିଲେ l ସୂର୍ଯ୍ୟ ଦେବଙ୍କ କୃପାରୁ ପାଣ୍ଡବମାନେ ପୁନର୍ବାର ନିଜର ରାଜପାଟ ଫେରି ପାଇଥିଲେ l

Leave A Reply