Odisha news

ଭାରତର ଏହି ରାଜ୍ୟରେ ରହିଛନ୍ତି ସବୁଠୁ ଅଧିକ ଗରିବ

0

ଫୋବର୍ସ ଇଣ୍ଡିଆ ପକ୍ଷରୁ ଭାରତର ଦାରଦ୍ର୍ୟ ସୀମାରେଖାକୁ ନେଇ ଗୋଟିଏ ରିପୋର୍ଟ ପ୍ରସ୍ତୁତ କରାଯାଇଛି ଏବଂ ଏହି ରିପୋର୍ଟ କୁ ମଧ୍ୟ ପ୍ରକାଶିତ କରାଯାଇଛି l ଏହି ରିପୋର୍ଟ ରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ୱାରା ଫେବୃଆରୀ ୨୦୨୪ ରେ ପ୍ରକାଶିତ ହୋଇଥିବା ରିସର୍ଚ୍ଚ କୁ ନେଇ ଆଲୋଚନା ହୋଇଛି l ଫୋବର୍ସ ଇଣ୍ଡିଆର ରିପୋର୍ଟ ଅନୁସାରେ ଭାରତରେ ଦାରିଦ୍ର୍ୟ ସୀମାରେଖା ଦର ୪ .୫ ପ୍ରତିଶତ ରୁ ୫ ପ୍ରତିଶତ ଅଟେ l

ଫୋବର୍ସ ଇଣ୍ଡିଆର ଏହି ରିପୋର୍ଟ ରେ ବିହାର କୁ ଭାରତର ସବୁଠୁ ଗରିବ ରାଜ୍ୟ ବୋଲି ଦର୍ଶା ଯାଇଛି l ଏହି ରିପୋର୍ଟ ରେ ବିଶେଷ ଭାବରେ ବିହାର ର ଅଶିକ୍ଷା, ଦାରିଦ୍ର୍ୟତା, ଇନ୍ଫlଷ୍ଟ୍ରକ୍ଚର ରେ କମି ଏବଂ ଇଣ୍ଡଷ୍ଟ୍ରିଆଲ ଗ୍ରୋଥ ରେ କମି କୁ ମୁଖ୍ୟ କାରଣ ଦର୍ଶା ଯାଇଛି l ଇଣ୍ଡିଆ ଟୁଡ଼େ ରେ ୨୦୨୧ ରେ ନୀତି ଆୟୋଗ ର ରିପୋର୍ଟ ଆଧାରରେ ଗୋଟିଏ ଖବର ପ୍ରକାଶିତ ହୋଇଥିଲା l

ସେହି ରିପୋର୍ଟ ଅନୁସାରେ ବିହାର ରେ ଗରିବୀ ଦର ୫୧ .୯୧ ପ୍ରତିଶତ ପାଖାପାଖି ଦର୍ଶା ଯାଇଥିଲା l ବିହାର ରେ ସଡକ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା , ପରିବହନ ବ୍ୟବସ୍ଥା , ଉଦ୍ୟୋଗୀକ ନିବେଶ ରେ କମି କୁ ଏଠାରେ ବିକାଶ ରେ ମୁଖ୍ୟ ବାଧା ଭାବରେ ଦର୍ଶା ଯାଇଥିଲା l

ଏବଂ ଏହି ରିପୋର୍ଟ ରେ ଦ୍ଵିତୀୟ ସ୍ଥାନରେ ଝାରଖଣ୍ଡ କୁ ରଖା ଯାଇଥିଲା, ଝାରଖଣ୍ଡ ରେ ଦାରିଦ୍ର୍ୟ ସୀମାରେଖା ୪୨.୧୬ ପ୍ରତିଶତ ରହିଛି l

Leave A Reply