ପ୍ରଧାନମନ୍ତ୍ରୀ ମୋଦୀ ୨୦୨୪ ରେ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ର ଆରମ୍ଭ କରିଛନ୍ତି l ଏହି ଯୋଜନା ଅନୁସାରେ ସରକାରଙ୍କ ପକ୍ଷରୁ ୩୦୦ ୟୁନିଟ ମାଗଣା ବିଜୁଳି ଦେବା ପାଇଁ ପ୍ରତିଶୃତି ଦିଆଯାଇ ଥିଲା l ସେଥିପାଇଁ ଘର ଛାତ ଉପରେ ସୋଲାର ପ୍ୟାନେଲ ଲଗାଇବା ପାଇଁ ସବ୍ସିଡି ଦିଆଯାଉଛି l ଏଥିରେ ସବସିଡି ମୂଲ୍ୟ ୭୮ ହଜାର ଟଙ୍କା ରଖାଯାଇଛି l ଏହି ଯୋଜନାର ଲାଭ ଆପଣ ମଧ୍ୟ ନେଇ ପାରିବେ l କିନ୍ତୁ ଏହି ପଇସା ଆପଣ କିଭଳି ଓ କେମିତି ପାଇବେ ତାହା ପ୍ରଥମେ ଜାଣିବା ଜରୁରୀ l
ଏହି ଯୋଜନା ଅନ୍ତର୍ଗତ ୨ କିଲୋୱାଟ ପର୍ଯ୍ୟନ୍ତ ବିଜୁଳି ଉତ୍ପାଦନ ପାଇଁ ସୋଲାର ପ୍ୟାନେଲ ବାବଦରେ ୬୦ % ଓ ୨ରୁ ୩ କିଲୋୱାଟ ବିଜୁଳି ଉତ୍ପାଦନ ପାଇଁ ପ୍ୟାନେଲ ବାବଦରେ ୪୦ ପ୍ରତିଶତ ସବସିଡି ସରକାର ଙ୍କ ପକ୍ଷରୁ ଦିଆଯାଉଛି l ସବ୍ସିଡି ର ସୀମା ୩ କିଲୋୱାଟ ମଧ୍ୟରେ ସୀମିତ ରଖାଯାଇଛି l ସେହି ଅନୁସାରେ ଦେଖିବାକୁ ଗଲେ ୧ କିଲୋୱାଟ ପାଇଁ ୩୦ ହଜାର, ୨ କିଲୋୱାଟ ପାଇଁ ୬୦ ହଜାର ଓ ୩ କିଲୋୱାଟ ପାଇଁ ୭୮ ହଜାର ସବ୍ସିଡି ମିଳିବ l
୨୦୨୪ ବଜେଟ ଅନୁସାରେ ସରକାର ୧କୋଟି ପରିବାର ଙ୍କୁ ୩ଶହ ୟୁନିଟ ବିଜୁଳି ଦେବାକୁ କହିଥିଲେ l ଏହି ଯୋଜନା ପାଇଁ ପ୍ରଥମେ ଆପଣଙ୍କୁ ଅନଲାଇନ ରେ ଆବେଦନ କରିବାକୁ ପଡିବ l ଯାହାକୁ ଆପଣ ଅଫିସିଆଲ ୱେବସାଇଟ ଜରିଆରେ କରି ପାରିବେ l ଏହାପରେ ଆପଣ ନିଜ ବ୍ୟାଙ୍କ ଖାତାର ସମସ୍ତ ତଥ୍ୟ ଦେବେ ଏବଂ କ୍ୟାନସେଲ ଚେକ ମଧ୍ୟ ଦେବାକୁ ପଡିବ l ଏବଂ ସବ୍ସିଡି ମିଳିବାକୁ ପାଖାପାଖି ୩୦ ଦିନ ସମୟ ଲାଗିପାରେ l