Odisha news

ବିପଦର ବନ୍ଧୁ ସଂଗଠନ ପକ୍ଷରୁ ରୋଗୀଙ୍କୁ ଫଳ ବଣ୍ଟନ

ପୋଲସରା – (୦୯-୧୦-୨୦୨୧)ରଞ୍ଜୟ ପାଣିଗ୍ରାହୀ ) : ବିପଦର ବନ୍ଧୁ ଅନୁଷ୍ଠାନ (ଓଡ଼ିଶା) ତରଫରୁ ଚିନ୍ମୟ ଦଳାଇ ବାପାଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଏକ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ପବିତ୍ର ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ବିପଦର ବନ୍ଧୁ (ଓଡ଼ିଶା) ଅନୁଷ୍ଠାନର କର୍ମକର୍ତ୍ତା ମାନେ ବୁଦ୍ଧଖୋଲ ବୃଦ୍ଧାଶ୍ରମ ରହୁଥିବା ବୃଦ୍ଧ ବୃଦ୍ଧା ମାନଙ୍କୁ ଫଳ ବଣ୍ଟନ କରିଥିଲେ। ପରେ ବୁଗୁଡ଼ା,ପୋଲସରା, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମଧ୍ୟରେ କିଛି ରୋଗୀଙ୍କୁ ମଧ୍ୟ ପାଉଁରୁଟି, କଦଳୀ , ଆପେଲ ଏବଂ ବିସ୍କୁଟର ପ୍ୟାକେଟ ବଣ୍ଟନ କରିଥିଲେ।ସେହିପରି ବାଲିପଦର ଲୁଇସ୍ ବ୍ରେଲି ଆନ୍ତର୍ଜାତିକ ଦୃଷ୍ଟିହୀନ ସଂଗଠନ ସ୍କୁଲରେ ମଧ୍ୟ ଭିନ୍ନକ୍ଷମ ମାନଙ୍କୁ କିଛି ସହାୟତା ପ୍ରଦାନ କରିଥିଲେ।। ଉକ୍ତ ସମୟରେ ବିପଦର ବନ୍ଧୁ (ଓଡ଼ିଶା) ଅନୁଷ୍ଠାନର ଗୌରହରୀ ପଲାଇ, ସଙ୍ଗୀତ ନିର୍ଦ୍ଦେଶକ ତଥା ଅଭିନେତା ରାଇରଞ୍ଜନ ନନ୍ଦ, ସଙ୍ଗୀତ ନିର୍ମାତା ମାଧବ ମହାରଣା, ଉପସ୍ଥାପକ ତଥା ଯୁବକବି ଶିବାନନ୍ଦ ବାରିକ୍, ମିଟୁ ଗୌଡ଼, ରାଜେଶ ଡାକୁଆ, ମଙ୍ଗୁଳୁ ଗୌଡ଼, ହୀନ ପ୍ରଧାନ, ବ୍ରହ୍ମାନନ୍ଦ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।।

Comments are closed.