Odisha news

ରାଜନୈତିକ ଛକାପଞ୍ଝାରେ ପଞ୍ଚାନନ ଙ୍କୁ ଆବାସ ଗୃହ ମନା

ପରିବାର ୬ ଜଣଙ୍କୁ ମାସିକ ୫ କିଲୋ ଚାଉଳ

ପୋଲସରା (ରଞୟ ପାଣିଗ୍ରାହୀ) ରିଖ- ସରକାର ବିଭିନ୍ନ ସଂରକ୍ଷଣ ଯୋଜନା ମାଧ୍ୟମରେ ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ହେଉଛି । ହେଲେ ନିର୍ବାଚିତ ପ୍ରତିନିଧି ଓ ବିଭାଗୀୟ ଅଧିକାରୀ ଙ୍କ ବୈମାତୃକ ମନଭାବ ଏବଂ ଦାୟିତ୍ୱ ହିନତା ଯୋଗୁଁ ଏବେବି ବହୁ ପରିବାର ଦାରିଦ୍ର୍ୟତାର କଷାଘାତରେ ପଡ଼ି ରହି ଦହଗଞ୍ଜ ହେଉଥିବା ଦେଖିବାକୁ ମିଳିଛି । ଏଭଳି ଏକ ଘଟଣାର ସତ୍ୟାସତ୍ୟ ଦେଖିବାକୁ ମିଳିଛି ପୋଲସରା ଏନ୍. ଏ.ସିର ୩ ନଂ ଓ୍ବାଡ଼ କାଳୀମନ୍ଦିର ସାହିରେ । ସାମାଜିକ ସ୍ତରରେ ସମ୍ମାନର ସହ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ପଞ୍ଚାନନ ମହାରଣା ସରକାରଙ୍କ ବିଭିନ୍ନ ଯୋଜନା ରୁ ବଞ୍ଚିତ ରହୁଥିବା ଏବେ ତାଙ୍କ ପରିବାର ଅଧିକ କଷ୍ଟ ଦେଉଛି । ପୂର୍ବ ରାଜନୈତିକ ଆକ୍ରୋଶ ଓ ଆକ୍ଷେପ କୁ ସନ୍ଦେହ କରି ଦିର୍ଘ ବର୍ଷ ହେବ ନିରୀହ ପରିବାର କୁ ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ କରାଯାଇଛି । ପରିବାରର ବୋଝ କୁ ମୁଣ୍ଡରେ ନେଇ ପଞ୍ଚାନନ ମହାରଣା କୌଳିକ ବୃତ୍ତି କୁ ଆଦରି ନେଇ କାଠ କାମ କରି ଆସୁଥିଲେ । ସମୟ ଅନୁସାରେ ଦୁଇ ପୁଅ ସନ୍ତୋଷ ମହାରଣା ଓ ଜିତେନ୍ଦ୍ର ମହାରଣା ମଧ୍ୟ ବାପା ଙ୍କୁ ଯଥା ସମ୍ଭବ ସାହାଯ୍ୟ ସହଯୋଗ କରି ଆସୁଥିଲେ । ହେଲେ ବଡ଼ ଦୁର୍ଭାଗ୍ୟ ବିଷୟ ଏହି ଅସହାୟ ପରିବାର ଦିର୍ଘ ବର୍ଷ ଧରି ରାଜନୈତିକ ପଶା ପାଲିରେ କୌଣସି ନା କୌଣସି ଦଳର ଆକ୍ରୋଶ ଶିକାର ହେଉଛନ୍ତି । ଏପରିକି ପ୍ରତିବର୍ଷ ପରି ସବୁ ଥର ପଞ୍ଚାନନ ଙ୍କ ପରିବାର ସରକାରଙ୍କ ସମସ୍ତ ସଂରକ୍ଷଣ ଯୋଜନା ରୁ ବଞ୍ଚିତ ରହୁଥିବା ନେଇ ବଡ଼ କ୍ଷେଭର ସହ ପ୍ରକାଶ କରିଛନ୍ତି ପରିବାର ସଦସ୍ୟ । ଜୀବନ ଜଞ୍ଜାଳକୁ ନେଇ ପଞ୍ଚାନନ ବହୁ ପୂର୍ବରୁ ବିପିଏଲ ତାଲିକାରେ ଅନ୍ତର୍ଭୁକ୍ତ ହୋଇ ସରକାରଙ୍କ ଯୋଜନା ଭିର୍ତ୍ତିରେ ରେସନ ସାମଗ୍ରୀ ପାଉଥିଲେ । ହେଲେ ପ୍ରମୁଖ ଦଳର ରାଜନୈତିକ ହସ୍ତକ୍ଷେପ ଓ ଆକ୍ରୋଶ କାରଣରୁ ପଞ୍ଚାନନ ମହାରଣା ଙ୍କ ଦିର୍ଘ ଦିନର ବିପିଏଲ କାର୍ଡ଼ ଟି କାଟି ଦିଆଗଲା । ପରେ ସରକାରଙ୍କ ନୂତନ ଖାଦ୍ୟ ସୁରକ୍ଷା ଯୋଜନାରେ ନିଜ ନାମ ପଞ୍ଜିକୃତ କରିବା ପାଇଁ ପୁରା ପରିବାର ବାରମ୍ବାର ପୋଲସରା ଏନ୍.ଏ.ସି କାର୍ଯ୍ୟାଳୟରେ ଆବେଦନ କରିଥିଲେ । ହେଲେ ରାଜନୈତିକ ଛକାପଞ୍ଝା ମଧ୍ୟରେ ଉକ୍ତ ପରିବାରର ସମସ୍ତ ସଦସ୍ୟଙ୍କୁ ବାଦ୍ ଦେଇ ପଞ୍ଚାନନ ଙ୍କ ସ୍ତ୍ରୀ ତ୍ରିବେଣୀ ମହାରଣା ଙ୍କ ନାମରେ ବହୁ କଷ୍ଟରେ ରେସନ କାର୍ଡ଼ ଟି ହୋଇଥିଲା । ହେଲେ ଦୁର୍ଭାଗ୍ୟ ବଶତଃ ଏପରିକି ରେସନ କାର୍ଡ଼ ପାଇବାର ଚାରି ପାଞ୍ଚ ମାସ ପରେ ଉକ୍ତ ଖାଦ୍ୟ ସୁରକ୍ଷା ଯୋଜନାରୁ ସ୍ତ୍ରୀ ତ୍ରିବେଣୀ ଙ୍କ ନାଁ ଙ୍କୁ ମଧ୍ୟ କାଟିଦେଲେ । ସେପଟେ ଟିଣ ଛପର ଘରକୁ ନେଇ ଖରା ବର୍ଷାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଉକ୍ତ ପରିବାର । ଯାହାକୁ ନେଇ ପଞ୍ଚାନନ ଙ୍କ ପରିବାର ଦୁଇ ଦୁଇଟି ଯୋଜନା କୁ ଆଶା କରି ବାରମ୍ବାର ଏନ୍. ଏ.ସି କାର୍ଯ୍ୟାଳୟ କୁ ଦୌଡି ଦୌଡି ଶେଷରେ ମାନସିକ ଶାରୀରିକ ସ୍ତରରେ ଭାଙ୍ଗି ପଡିଛନ୍ତି ଉକ୍ତ ପରିବାର । ପରିବାର ଏଭଳି କଷ୍ଟ ଯନ୍ତ୍ରଣା କୁ ନେଇ ଆବାସ ଯୋଜନାରେ ଗୃହ ଓ ରେସନ କାର୍ଡ଼ ଖଣ୍ଡେ ପାଇବା ପାଇଁ ସରକାରୀ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀ ଓ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଗୁହାରୀ କରିଥିଲେ ମଧ୍ୟ କେହିବି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ପୁରା ପରିବାର । ବର୍ତ୍ତମାନ ବହୁ ଅପତ୍ତି ଅଭିଯୋଗ ପରେ ଖାଦ୍ୟ ସୁରକ୍ଷା ଯୋଜନାରେ ଘରର ଅନ୍ୟ ସଦସ୍ୟଙ୍କୁ ବାଦ୍ ଦେଇ କେବଳ ଜଣେ ବାପା ପଞ୍ଚାନନ ମହାରଣା ଙ୍କୁ ଖାଦ୍ୟ ସୁରକ୍ଷା ଯୋଜନା ରେ ସାମିଲ କରାଯାଇଛି । ସରକାରଙ୍କ ସଂରକ୍ଷଣ ବ୍ୟବସ୍ଥା ଓ ଏହାର କାର୍ଯ୍ୟ କାରିତାକୁ ନେଇ ପରିବାରର ୬ ଜଣ ସଦସ୍ୟଙ୍କୁ ମିଳୁଛି ମାତ୍ର ୫ କିଲୋ ଚାଉଳ । ଯାହାକି ସମୁଦ୍ର କୁ ସଂଙ୍ଖେ ପରି ପୁରା ପରିବାର କଟାକ୍ଷ କରି ରାଜନୈତିକ ହସ୍ତକ୍ଷେପ ଯୋଗୁଁ ଏପରି ଆକ୍ରୋଶ ଶିକାର ହେବାକୁ ପଡୁଛି ବୋଲି ସିଧାସଳଖ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ପୋଲସରା ବିଜେପିର ସାଙ୍ଗଠନିକ ନେତା ଦିନବନ୍ଦୁ ସାହୁ କୁହନ୍ତି ଯୋଗ୍ୟ ହିତାଧିକାରୀ ମାନେ ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଥିବା ବେଳେ ଅଯୋଗ୍ୟ ମାନେ ନିର୍ବାଚିତ ପ୍ରତିନିଧି ଓ ବିଭାଗୀୟ ଅଧିକାରୀଙ୍କ ମୋଟା ଅଙ୍କର ହାତ ଗୁଞ୍ଜା ଦେଇ ସରକାରଙ୍କ ସବୁ ଯୋଜନା ଗୁଡିକୁ ହାତେଇ ନେଉଥିବାରୁ ପଞ୍ଚାନନ ଭଳି ଅସଂଖ୍ୟ ଯୋଗ୍ୟ ହିତାଧିକାରୀ ସରକାରଙ୍କ ଯୋଜନା ରୁ ବଞ୍ଚିତ ହେଉଛନ୍ତି । ଉକ୍ତ ଘଟଣା କୁ ନେଇ ପୋଲସରା କାର୍ଯ୍ୟ ଅଧିକାରୀ ପ୍ରସନ୍ନ କୁମାର ଦାସ ଙ୍କ ଯୋଗାଯୋଗ ବେଳେ ସେ ଅସୁସ୍ଥ ଥିବା ଜଣାପଡିଛି । ହେଲେ ଅନ୍ୟ ପଟେ ଗୋଷ୍ଠୀ ସଂଘଠିକା ଅନିତା ଅଂଶୁମାଳୀ ସାହୁ ନୂତନ ଭାବେ କାର୍ଯ୍ୟାଳୟରେ ଯୋଗ ଦେଇଥିବାରୁ କିଛି ଜାଣିନଥିବା ପ୍ରକାଶ କରିଥିଲେ । ଆଉ ଏପଟେ ସାଧାରଣରେ ଜୀବନ ଅତିବାହିତ କରୁଥିବା ପରିବାର ୬ ଜଣ ରାଜନୈତିକର ଆକ୍ରୋଶର ଶିକାର ହୋଇ କଷ୍ଟ ଯନ୍ତ୍ରଣାରେ ଦଇବକୁ ଭରସା କରି ଚାହିଁ ରହି ଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ତୁରନ୍ତ ଉକ୍ତ ପରିବାର କୁ ତୁରନ୍ତ ସରକାରୀ ସାହାଯ୍ୟ ଏବଂ ସହଯୋଗ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।

Comments are closed.