Odisha news

ପୋଲସରା ରେ ନିର୍ମାଣ ହେବ ଇଣ୍ଡୋର ଷ୍ଟାଡିୟମ ।ମୁଖ୍ୟମନ୍ତ୍ରୀ ଙ୍କୁ ଶୁଭେଚ୍ଛା ଜନାଇଲେ ବୁଦ୍ଧିଜୀବୀ, କ୍ରୀଡାପ୍ରେମୀ ଓ ବିଜୁପ୍ରେମୀ।

ପୋଲସରା (ପୋଲସରା ରୁ ରଞୟ ପାଣିଗ୍ରାହୀ) ଗଞ୍ଜାମ ଜିଲ୍ଲା ପୋଲସରା ରେବୁଧବାର ବସ ଷ୍ଟାଣ୍ଡ ନିକଟ କୋଣାର୍କ କଲ୍ୟାଣ ମଣ୍ଡପ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳର ବିକାଶ ଉପରେ ଆଲୋକପାତ କରିବାସହିତ ପୋଲସରା ନିର୍ବାଚନ ମଣ୍ଡଳୀ ର ପୋଲସରା ଓ ବୁଗୁଡା ବ୍ଲକରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ବିଧାୟକ ସାହୁ ଦାବିକରିଆସୁଥିଲେ ତାହା ଆଜି ସାକାର ହୋଇଛି ।ଏଥିସହିତ ଇଣ୍ଡୋର ଷ୍ଟାଡିୟମ ଲାଗି ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ ମିଳିଛି।ଏହି ଖୁସିରେ ପୋଲସରା ଅଞ୍ଚଳର କ୍ରୀଡ଼ାପ୍ରେମୀ , ବୁଦ୍ଧିଜୀବୀ,ଛାତ୍ର ଛାତ୍ରୀ,ବିଜୁ ଜନତା ଦଳର ସମସ୍ତ କର୍ମ କର୍ତ୍ତା ମାନେ ପୋଲସରା ଠାରେ ମୁଖ୍ୟମନ୍ତ୍ରୀ ଙ୍କୁ ଶୁଭେଚ୍ଛା ସହ ସାଧୁବାଦ ଜଣାଇଛନ୍ତି।ଏହି ଅବସରରେ ଚାଲେଞ୍ଜ ଟୁ ଅପରଚୁନିଟି ନାମକ ଏକ ପୁସ୍ତକ କୁ ଉନ୍ମୋଚନ କରିଥିଲେ।ଏବଂ ଖେଳାଳି ମାନଙ୍କୁ କ୍ରୀଡା ଉପକରଣ ବଣ୍ଟନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଏନଏସି ର ପୂର୍ବତନ ନଗରପାଳ ପ୍ରଫୁଲ୍ଲ କୁମାର ପ୍ରଧାନ, ଶିକ୍ଷାବିତ ସୁକାନ୍ତି ସାହୁ,ଗୋପାଳକୃଷ୍ଣ ସାହୁ,ମୋତିରାମ ସାହୁ,ସନ୍ତୋଷ କୁମାର ବେହେରା, ରତ୍ନାକର ସାହୁ,ନଗର ବିଜେଡି ସଭାପତି ରଞ୍ଜିତ କୁମାର ସାହୁ ସମେତ ବହୁ ବୁଦ୍ଧିଜୀବୀ, କ୍ରୀଡାପ୍ରେମୀ, ଛାତ୍ରୀଛାତ୍ର ବିଜୁପ୍ରେମୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.