ପୋଲସରା,୦୮/୧୨/୨୦ (ରଞୟ ପାଣୀଗ୍ରାହି)।( ପୋଲସରା ଅଞ୍ଚଳରେ ଧାନମଣ୍ଡି ଖୋଲିବାରେ ବିଳମ୍ବ କୁ ନେଇ ଚିନ୍ତାରେ ରହିଛନ୍ତି ଚାଷୀ କୂଳ। ଏହାର ସୁଯୋଗ ନେଇ ପୋଲସରା ଅଞ୍ଚଳରେ ଏବେ ଧାନ ଉଠାଇବା ପାଇଁ ଦଲାଲ ମାନେ ସକ୍ରିୟ ହୋଇ ସଜବାଜ ହେଲେଣି । ଯାହାକି ପରିଶ୍ରମ କରି ଲକ୍ଷ ଲକ୍ଷ ଲୋକଙ୍କ ପେଟରେ ଦାନା ଯୋଗାଉଥିବା ଚାଷୀ ମାନଙ୍କ ଠାରୁ ଶାଗମାଛ ଦର ଠାରୁ ବହୁତ କମ୍ ଦାମରେ ଧାନ କିଣି ନେଉଥିବା ପୋଲସରା ଲଙ୍ଗେଳେଶ୍ବର କୃଷକ ସଂଘ ପକ୍ଷରୁ ଅଭିଯୋଗ ହୋଇଛି ।
ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ତୁରନ୍ତ ଧାନମଣ୍ଡି ଖୋଲିବା ପାଇଁ ସଂଘର ସଭାପତି ବୃନ୍ଦାବନ ବେହେରା ଦାବି କରିଛନ୍ତି । ସେ କହିଛନ୍ତି ଯେ ଗତବର୍ଷ ଧାନମଣ୍ଡିରେ ବ୍ଯାପକ ଅବ୍ଯବସ୍ଥା ହୋଇଥିଲା । ଶହଶହ ପଞ୍ଜିକୃତ କରିଥିବା ଚାଷୀ ଧାନ ବିକ୍ରି ପାଇଁ ଟୋକେନ୍ ପାଇଥିଲେ ମଧ୍ୟ ଟାର୍ଗେଟ ନମିଳିବାରୁ ଧାନ ବିକ୍ରୟ ରୁ ବଞ୍ଚିତ ହୋଇଥିଲେ । ଏହି ଅସୁବିଧା ଫଳରେ ଚାଷୀ ଆନ୍ଧ୍ରବେପାରୀ ଓ ଅସାଧୁ ମିଲରଙ୍କୁ ଧାନବିକ୍ରି କରିବାକୁ ବାଧ୍ୟ ହୋଇଥିଲେ ଏଥିପାଇଁ ତୁରନ୍ତ ରାଜ୍ୟସରକାର ମଣ୍ଡିରେ ଚାଷୀଙ୍କ ଠାରୁ ଧାନ କିଣିବା ବ୍ଯବସ୍ଥା କରିବା ପାଇଁ ସଂଘ ଦାବି କରିଛି । ଚଳିତ ବର୍ଷ ସମବାୟ ସମିତି ଓ ସ୍ବଂୟ ସହାୟକା ଗୋଷ୍ଠୀ ମାଧ୍ୟମରେ ଧାନବିକ୍ରି ନେଇ ଏକ ପ୍ରସ୍ତୁତି ହୋଇ ପୋଲସରା ବ୍ଳକରେ ଚଳିତ ମାସ ୧୬ ତାରିଖରେ ଧାନମଣ୍ଡି ଖୋଲିବା ନିସ୍ପତି ହୋଇଛି ।
ଏହିଭଳି ନିସ୍ପତି ମଧ୍ୟରେ ଚାଷୀମାନେ ନିଜର କଠିନ ପରିଶ୍ରମରେ ଉପାର୍ଜିତ ଅମଳର ଧାନ ସାଇତି ରଖିବା ପାଇଁ ଆବଶ୍ୟକ ସ୍ଥାନ ନଥିବା ବେଳେ ଧାନକୁ କିପରି ଭାବରେ ସୁରକ୍ଷିତ ରଖିବେ ଚିନ୍ତାରେ ଏବେ ଚାଷୀ କୂଳ । ଆଉ ଏପଟେ ଧାନମଣ୍ଡି ଖୋଲିବାର ବିଳମ୍ବ କୁ ନେଇ ଆନ୍ଧ୍ର ବେପାରୀ ଓ ଗାଁ ଗାଁରେ ଥିବା ଦଲାଲ ଏଜେଣ୍ଟ ଚାଷୀମାନଙ୍କୁ ପ୍ରଲୋଭିତ କରାଇ ଧାନ କିଣିବା ପାଇଁ ଜାଲ ବିଛେଇ ବସିଛନ୍ତି । ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଇ ସାରା ବିଶ୍ବକୁ ଅନ୍ନ ଯୋଗାଉଥିବା ଅନ୍ନଦାତା ମାନଙ୍କୁ ତାଙ୍କ ଧାନର ମୂଲ୍ୟ ନିର୍ଧାରିତ ଧାର୍ଯ୍ୟ ହିସାବରେ ମିଲର ମାନଙ୍କୁ ନେବାପାଇଁ କୁହନ୍ତୁ ଏବଂ ସାକାରାତ୍ମକ ମନ ଭାବନା ଚାଷୀ କୂଳ ପ୍ରତି ରଖନ୍ତୁ । କୃଷକ ସଙ୍ଗଠନ ପକ୍ଷରୁ ସମସ୍ତ ଚାଷୀଙ୍କୁ ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ରେ ବିକ୍ରୟ କରିବା ପାଇଁ ଆହ୍ୱାନ କରିଛନ୍ତି ସଭାପତି ବୃନ୍ଦାବନ ବେହେରା , ବିପ୍ର ଚରଣ ରାଉତ ରଘୁନାଥ ସାହୁ ଓ ରୀନାରାଣୀ ଦେବୀ ସମେତ ବହୁ ସଦସ୍ୟ ଦାବି କରିଛନ୍ତି ।