ପୋଲସରା :(ରଞ୍ଜୟ ପାଣିଗ୍ରାହୀ ): ଗଞ୍ଜାମ ଜିଲ୍ଲା କୋଦଳା ନିକଟସ୍ଥ ମା’ ବାଘୁଆ ଠାକୁରାଣୀ ମନ୍ଦିର ପରିସରରେ “ଓଡିଶା ଏକ୍ସପ୍ରେସ ” ଜିଲ୍ଲା ପ୍ର ତିନିଧି ଅନିଳ କୁମାର ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରତିନିଧି ମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି. ବୈଠକରେ ଖବର କାଗଜ ର ପ୍ରସାରଣ ବୃଦ୍ଧି ସାଙ୍ଗକୁ ପ୍ରତିନିଧି ମାନଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିଲା.ଗଞ୍ଜାମ ଜିଲ୍ଲା ର ସମସ୍ତ ବ୍ଲକ ଅଂଚଳ ରେ କିପରି ଓଡିଶା ଏକ୍ସପ୍ରେସ ଲୋକଙ୍କ ନିକଟରେ ପହଂଚିବ ତାହା ଉପରେ ଜିଲ୍ଲା ପ୍ରତିନିଧି ଶ୍ରୀ ପାଢ଼ୀ ମତବ୍ୟକ୍ତ କରିଥିଲେ. ବୈଠକ ରେ ଛତ୍ରପୁର ଉପଖଣ୍ଡ ପ୍ରତିନିଧି ବସନ୍ତ କୁମାର ପଟ୍ଟନାୟକ, କବିସୂର୍ଯ୍ୟନଗର ର ନାରାୟଣୀ ପ୍ରସାଦ ମିଶ୍ର, ହିଞ୍ଜିଳି ର ସିମାଞ୍ଚଳ ନାହାକ, କୁକୁଡାଖଣ୍ଡି ର ପ୍ରକାଶ ଚନ୍ଦ୍ର ସାହୁ, କୋଦଳା ର ଦିବାକର ପାଣ୍ଡୀ, ଦିଗପହଣ୍ଡି ର ବି. ଜିତୁ, ପୁରୁଷୋତ୍ତମପୁର ର ବିକାଶ ଦାଶ, ଆସିକା ର ଏସ. ନରସିଂହ ଆଚରି, ପୋଲସରା ର ରଞ୍ଜୟ ପାଣିଗ୍ରାହୀ,ବୁଗୁଡ଼ା ର ହର ପ୍ରସାଦ ପାଢ଼ୀ, ପ୍ରମୁଖ ଉପସ୍ଥିତ ଥିଲେ.