Odisha news

“ସିଂହାସନୀ” ପୁସ୍ତକ ଉନ୍ମୋଚିତ

0

ପୋଲସରା:08/01/22(ରଞ୍ଜୟ ପାଣିଗ୍ରାହୀ ) : ପୋଲସରା ନିକଟସ୍ଥ ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ ପ୍ରଖ୍ୟାତ ଶକ୍ତି ପୀଠ ମା” ସିଂହାସନୀ ଙ୍କ ଆବିର୍ଭାବ, ମହିମା ଇତିହାସ ପୃଷ୍ଠ ଭୂମି କୁ ନେଇ ସାହିତ୍ୟିକ, କବି କୃଷ୍ଣ ଚନ୍ଦ୍ର ତ୍ରିପାଠୀ ଙ୍କ ଦ୍ୱାରା ରଚିତ “ସିଂହାସନୀ ” ପୁସ୍ତକ ସିଂହାସନୀ ପୀଠ ରେ ଲୋକାର୍ପିତ ହୋଇଯାଇଛି l ବିଶିଷ୍ଟ ଶିକ୍ଷାବିତ ଶ୍ରୀମତୀ ସୁକାନ୍ତି ସାହୁ,ପ୍ରଭାକର ପ୍ରଧାନଓ ପର୍ଶୁରାମ ପ୍ରଧାନ କେ ସୁମିତା ପାତ୍ର ପ୍ରମୁଖ ଉକ୍ତ ପୁସ୍ତକ ବିଷୟ ର ବିଷୟ ବସ୍ତୁ ଉପରରେ ଆଲୋଚନା କରିଥିଲେ l ପୁସ୍ତକ ଟି ଖୁବ ଆକର୍ଷଣୀୟ ଉପାଦେୟ ହୋଇଛି l ଉକ୍ତ ଉତ୍ସବ ରେ ଶ୍ରୀମତୀ କେ. ସୁମିତା ପାତ୍ର, ଶ୍ରୀ ଶ୍ୟାମ ସୁନ୍ଦର ସାହୁ, ଶ୍ରୀ ବୃନ୍ଦାବନ ପ୍ରଧାନ, ରାଷ୍ଟପତିପୁରସ୍କାର ପ୍ରାତ ଶ୍ରୀ ରାଧାଶ୍ୟାମ ପଣ୍ଡା,କେ. ସନ୍ତୋଷ କୁମାର ପାତ୍ର, ଶ୍ରୀ ସୁପ୍ରଜିତ ସାହୁକେ ବିନାୟକ ପାତ୍ର ପ୍ରମୁଖ ଙ୍କ ସମେତ ବହୁ ସ୍ଥାନୀୟ ବାସିନ୍ଦା ଯୋଗ ଦେଇଥିଲେ l

Govt
Leave A Reply