ଚଣ୍ଡିଖୋଲ,୨୦/୯ : ବାଲିଚନ୍ଦ୍ରପୁର ଥାନାରୁ କେତେକ ଆସାମୀଙ୍କୁ ଚଣ୍ଡିଖୋଲ କୋର୍ଟରେ ହାଜର କରିବାକୁ ଦୃତଗତୀରେ ଆସୁଥିବା ଏକ ପୋଲିସ ଭ୍ୟାନ ଚଣ୍ଡିଖୋଲ ଟ୍ରାଫିକ ଛକ ଉପରେ ଭାରସାମ୍ୟ ହରାଇ ଲୋକ ମାନଙ୍କ ଉପରେ ମାଡିଯିବା ପରି ଏକ ସ୍ପର୍ଶକାତର ଘଟଣା ଘଟିଯାଇଛି!ଏହି।ଦୁର୍ଘଟଣାରେ ଗାଡିତଳେ ଚାପିହୋଇ ଜଣେ ବାଇକ ଆରୋହୀ ଓ ଦୁଇଜଣ ପେଡା ବିକାଳୀ ଗୁରୁତର ଆହତ ହୋଇଛନ୍ତି! ଆହତ ମାନଙ୍କୁ ଶଙ୍କଟାପନ୍ନ ଅବସ୍ଥାରେ ପ୍ରଥମେ ବଡଚଣା ଓ ପରେ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି!ଏହି।ଘଟଣାରେ ଚଣ୍ଡିଖୋଲ ଫାଣ୍ଡି ପୋଲିସ ଏକ ମାମଲା ରୁଯୁକରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି! ଗୁରୁତର ଆହତ ମୋଟର ସାଇକେଲ ଆରୋହୀଙ୍କ ନାମ ବିକାଶ ରାଉତରାୟ ଓ ତାଙ୍କ ଘର ଯାଜପୁର ଟାଉନର ବିରଜାପୁଳ ବୋଲି ଜଣା ପଡିଥିଲା ବେଲେ ପେଡା ବିକାଳୀ ଦୁଇଜଣଙ୍କ ପ୍ରକୃତ ପରିଚୟ ମିଳିନାହିଁ! ଏହି।ଘଠଣା ପରେ ଦୁର୍ଘଟଣା ଘଟାଇବା ପୋଲିସ ଭ୍ୟାନକୁ ବଡଚଣା ଥାନାରେ ଅଟକ ରଖାଯାଇଥିବା ଜଣା ପଡିଛି! ଏହି ଘଟଣାକୁ ନେଇ ଚଣ୍ଡିଖୋଲ ବଜାର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଏଠାରେ ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଦାବି ହୋଇଛି!
