Odisha news

ଭାଦ୍ରବ ସଂକ୍ରାନ୍ତିରେ ତ୍ରିବେଣୀ ସଂକୀର୍ତ୍ତନ ଶୁଭାରମ୍ଭ

0

ବାଲେଶ୍ୱର -୨୦/୦୯ : ତ୍ରିବେଣୀ ତୀର୍ଥର ଶୁଭ ଶାନ୍ତି ଓ ଆଧ୍ୟାତ୍ମିକ ପରିବେଶ ବୃଦ୍ଧି ନିମନ୍ତେ ମାସର ପ୍ରତି ସଂକ୍ରାନ୍ତୀରେ ସକାଳ ୬ଘଟିକାରୁ ବାବା ତ୍ରିବେଣୀଶ୍ୱର ପୀଠରୁ ପ୍ରଭାତଫେରି ସଂକୀର୍ତ୍ତନ ଦଳ ବାହାରି ତ୍ରିବେଣୀ ସଙ୍ଗମସ୍ଥଳରେ ପହଞ୍ଚବ ତୀର୍ଥ ଆଳତି କରି ପୁଣି ତି୍ରବେଣୀଶ୍ୱର ପୀଠକୁ ଫେରିଛନ୍ତି । ଭାଦ୍ରବମାସର କନ୍ୟା ସଂକ୍ରାନ୍ତୀ ଅବସରରେ ସକାଳ ୬ଘଟିକାରେ ତ୍ରିବେଣୀ ସଂକ୍ରାନ୍ତି ସଂକୀର୍ତ୍ତନ ଶୁଭାରମ୍ଭ କରାଯାଇଛି । କାଠସଙ୍ଗଡ଼ାର ମା ନିମକାଳୀ ସଂକୀର୍ତ୍ତନ ମଣ୍ଡଳୀ ଭକ୍ତମାନେ ଖୋଳ, କରତାଳ, ଝାଞ୍ଜ,ଶଙ୍ଖବାଦନ ସହ ମହାମନ୍ତ୍ର ଗାଇ ଗାଇ ସଂକୀର୍ତ୍ତନ କରିଥିଲେ । ଏହି ପ୍ରଭାତଫେରି ସଂକୀର୍ତ୍ତନକୁ ତି୍ରବେଣୀ ଭାଗବତ ପୀଠର ମଠାଧିଶ ବାବଜୀ ଜୟାନନ୍ଦ ଦାସ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବା ବେଳେ ତ୍ରିବେଣୀ ତୀର୍ଥ ଉନ୍ନୟନ ପରିଷଦର ସଭାପତି ପର୍ଶୁରାମ ବେହେରା,କାର୍ଯ୍ୟକାରୀ ସଭାପତି ଶିଳ୍ପୀ କେଶୁଦାସ ସହସମ୍ପାଦକ ନିରଞ୍ଜନ ଗିରି, ପରିକ୍ଷିତ ଗିରି, ଦୀନବନ୍ଧୁ ଖଟୁଆ, ଶ୍ରୀୟା ଦାସ, ରଜତ ସ୍ୱାଇଁ ପ୍ରମୁଖ ସାମିଲ ଥିବା ବେଳେ କାଠସଙ୍ଗଡ଼ା ଗ୍ରାମବାସୀ ଶଙ୍ଖ ହୁଳହୁଳି ବଜାଇ,ସଂକୀର୍ତ୍ତନ ଦଳକୁ ସ୍ୱାଗତ କରିଥିଲେ । ଏହି ତ୍ରିବେଣୀ ସଂକ୍ରାନ୍ତି ସଂକୀର୍ତ୍ତନ ପ୍ରତିମାସର ସଂକ୍ରାନ୍ତିରେ କରାଯିବ ବୋଲି ମଠାଧୀଶ ବାବାଜୀ ଦୟାନନ୍ଦ ଦାସ ଓ ପରିଷଦର ସଭାପତି ପର୍ଶୁରାମ ବେହେରା ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି ଏହି ପବିତ୍ର ତ୍ରିବେଣୀ ଗଣ୍ଡରେ ୧୯୯୯ମସିହା ଠାରୁ ଅଦ୍ୟାବଧି ୧୬ଜଣରୁ ଉଦ୍ଧ୍ୱର୍ ଲୋକ ଜଳସମାଧି ନେଇଛନ୍ତି

IEC 2 years
Leave A Reply