ବାଲେଶ୍ୱର -୨୦/୦୯ : -ଓଡ଼ିଶାର ଅନ୍ୟତମ ପ୍ରତିଷ୍ଠିତ ଚିତ୍ରଶିଳ୍ପୀ,କବିସାହିତି୍ୟକ ଅଶୋକ କୁମାର ମହାନ୍ତିଙ୍କୁ ବାଲେଶ୍ୱର ଚିତ୍ରଶିଳ୍ପୀ ଓ ସାହିତ୍ୟ ପରିବାର ତରଫରୁ ଶାନ୍ତିକାନନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ମରୁତ ରାଉତଙ୍କ ଆବାହକତ୍ୱ ଓ କବି ଶ୍ରୀଦେବଙ୍କ ପରି·ଳନାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଉପସ୍ଥିତ ଅତିଥିମାନେ ସ୍ୱର୍ଗତଃ ଅଶୋକ କୁମାର ମହାନ୍ତିଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ସ୍ୱର୍ଗତଃ ଆତ୍ମାର ସଦଗତି ନିମନ୍ତେ ୨ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ତାଙ୍କର ବୁକ୍କଭର, ଇଲୁଷ୍ଟ୍ରେସନ,ପେଣ୍ଟିଂ ସହ କଳା ଉପରେ ଆଲୋଚନା କରାଯିବା ସହ ପ୍ରିୟତମା କବିତା ବିଷୟରେ ବିଷଦ୍ ଭାବେ ଆଲୋଚନା କରାଯାଇ ସ୍ୱର୍ଗତଃ ମହାନ୍ତିଙ୍କ ସ୍ମୃତି·ରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିରିଶ ଚନ୍ଦ୍ର ଚାନ୍ଦ, ଶିଶୁ ସାହିତି୍ୟକ ମାଳାକାର,ବ୍ରଜଷଡ଼ଙ୍ଗୀ, କେଶୁ ଦାସ,ତାପସ ପଣ୍ଡା, ଅରୁଣ ଜେନା,ବିଶ୍ୱଜିତ ପରମାଣିକ, ନିତ୍ୟାନନ୍ଦ ସାହୁ, ସନ୍ତୋଷ ମହାରଣା, ରାଜେଶ ଗିରି, ଅରୁଣ ବାରିକ, ଦେବାଶିଷ ପତି, ପୂର୍ଣ୍ଣେନ୍ଦୁ ପତି, ରୂପକ ଦାସ, ଭବାନୀ ଶଙ୍କର ନାୟକ,ଜୀବନକୃଷ୍ଣ ଧଳ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତଃ ଅଶୋକ ମହାନ୍ତିଙ୍କ ସ୍ମୃତି·ରଣ କରିଥିଲେ
