Odisha news

ସାଇବର ଆଇନ ସଚେତନତା ଶିବିର ନିଜେ ଠିକ ରହିଲେ ଠକି ପାରିବନି ସାଇବର ଠକ

0

ଦଶପଲ୍ଲା ୨୦/୯  : ବୁଧବାର ଦିନ ଦଶପଲ୍ଲା ତାଲୁକ ଆଇନ ସେବା କମିଟି ପକ୍ଷରୁ ସ୍ଥାନୀୟ କୃଷ୍ଣ ପ୍ରିୟା ଦେବୀ ମହିଳା ମହାବିଦ୍ୟାଳୟ ପରିସରରେ ସାମାଜିକ ଗଣମାଧ୍ୟମ ସୁରକ୍ଷା ଓ ସାଇବର ଆଇନ ସମ୍ପର୍କିତ ସଚେତନତା ଓ ସାକ୍ଷରତା ଶିବିର ଅନୁଷ୍ଠିତ ହୋଇଯାଇଛି । ତାଲୁକ୍ ଆଇନ ସେବା କମିଟି ର ଅଧ୍ୟକ୍ଷ ତଥା ଜେ ଏମ ଏଫ ସି ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ ପୃଷ୍ଟି ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଆଇନଜିବୀ କୃଷ୍ଣ ଚନ୍ଦ୍ର ଦାସ, ଆଇନଜିବୀ ଆଲୋକ ସେନାପତି ମହାବିଦ୍ୟାଳୟର ଅଧ୍ୟକ୍ଷା ପୂର୍ଣ୍ଣ ମାସି ଦେବୀ ପ୍ରମୁଖ ଯୋଗ ଦେଇ ସାଇବର କ୍ରାଇମ ଓ ସାମାଜିକ ଗଣମାଧ୍ୟମର ସୁରକ୍ଷା ସମ୍ପର୍କରେ ସଚେତନ ସୃଷ୍ଟି କରିଥିଲେ। ଛାତ୍ର ଛାତ୍ରୀ ମାନେ ମୋବାଇଲ ବା କମ୍ପ୍ୟୁଟର ମାଧ୍ୟମରେ ସାମାଜିକ ଗଣମାଧ୍ୟମ କୁ ଉପଯୋଗ କରି ଯେତିକି ସମୟ ନଷ୍ଟ କରୁଛନ୍ତି ସେତିକି ସମୟ ନିଜର ପାଠ ପଢା ପ୍ରତି ଗୁରୁତ୍ଵ ଦେବାକୁ ବିଚାରପତି ଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ। ଏପରିକି ବିପଦପୂର୍ଣ୍ଣ ସେଲ୍ଫି ନ ନେବାକୁ ସେ ଛାତ୍ରୀ ମାନଙ୍କୁ ଆହ୍ବାନ ଦେଇଥିଲେ। ବେଶେଷ ଭାବେ ଦିନକୁ ଦିନ ସାମାଜିକ ଗଣମାଧ୍ୟମର କୁପ୍ରଭାବ ଓ ସାଇବର କ୍ରାଇମ ରୁ ଛାତ୍ରୀ ମାନେ ଦୂରେଇ ରହିବା ଉଚିତ୍ ବୋଲି ସେ ପ୍ରକାଶ କରିଥିଲେ। ଏହି ଶିବିରକୁ ଆଇନୀଜିବୀ ଆଲୋକ ସେନାପତି ପରିଚାଳନା କରିବା ସହ ନିଜେ ସାଇବର ଠକେଇ ର ଶିକାର ହୋଇଥିବା ସମ୍ପର୍କରେ ବକ୍ତବ୍ୟ ରଖିବା ସହ ନିଜେ ଠିକ ରହିଲେ ଠକି ପାରିବନି ସାଇବର ଠକ ବୋଲି ମତ ପ୍ରକାଶ କରିଥିଲେ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶିବିରରେ ମହାବିଦ୍ୟାଳୟ ର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରୀ ମାନେ ଯୋଗ ଦେଇଥିଲେ।

Nalco
Leave A Reply