ବିରିଡି, ୨୪ା୦୪ ; ଶୁକ୍ରବାର ବିରିଡି ବ୍ଲକର ଅଢଙ୍ଗ ସାପ୍ତାହିକ ହାଟକୁ ସ୍ଥାନିୟ ବ୍ୟବସାୟୀମାନେ ନିଜର ବେପାର ଧରି ଆସି ପହଂଚିବା ମାତ୍ରେ ଗ୍ରାହାକଙ୍କ ଦ୍ୱାରା ପ୍ରବଳ ଭିଡ କରାଯାଇଥିଲା । ଫଳରେ ପୋଲିସକୁ ଆକ୍ସନ ମୁଡକୁ ଆସିବାକୁ ପଡିଥିଲା । କରୋନା ଭୂତାଣୁ ସଂକ୍ରମଣ ଯେପରି ନବ୍ୟାପେ ସେଥିପାଇଁ ମାକ୍ସ ବ୍ୟବହାର କରିବା ଓ ସାମାଜିକ ଦୂରତା କୁ ନିଶ୍ଚିତ ବଜାୟ ରଖିବା ପାଇଁ ରାଜ୍ୟଓ କେନ୍ଦ୍ର ସରକାର ବାରମ୍ବାର ବିଭିନ୍ନ ବାଟରେ ସଚେତନ କରାଉଥିବା ବେଳେ ଏହାକୁ କିଛି ଲୋକ ବେଖାତିର କରୁଥିବା ଦେଖିବାକୁୁ ମିଳିଛି ।ଯାହା ଅଢଙ୍ଗ ହାଟରେ ତାର ଘୋର ବ୍ୟତିକ୍ରମ ଦେଖାଯାଇଥିଲା । ଅଢଙ୍ଗ ହାଟ ଆରମ୍ଭ ହେବା ମାତ୍ରେ ବିରିଡି ପୋଲିସ ପହଂଚି ଲୋକମାନଙ୍କୁ ଯେତେ ବୁଝା ସୁଝା କରିଥିôଲେ ମଧ୍ୟ ଲୋକମାନେ ନ ମାନିବାରୁ ବାଧ୍ୟ ହୋଇ ଅମାନିଆଙ୍କ ପାଇଁ ପୋଲିସକୁ ଆକ୍ସନ ମୁଡକୁ ଆସିଥିôଲେ । ହାଟ ଭିଡ କରୁଥିବା ଅମାନିଅଆଙ୍କୁ ପୋଲିସ ଘଉଡାଇବା ସହ ୪ ଜଣଙ୍କୁ ଯୋଉଁ ମାନେ ବେଫିକର ଭାବେ ମାକ୍ସ ବ୍ୟବହାର କରୁନଥିଲେ କିମ୍ବା ହାଟରେ ସଉଦା କିଣିବା ବେଳେ ସାମାଜିକ ଦୂରତା ରକ୍ଷା କରୁନଥିଲେ । ସେମାନଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖାଯାଇଥିବା ଆଇଆଇସି ପାରାଓଟୁଡୁ କହିଛନ୍ତି ।