Odisha news

ସିରିଜ ଡକାୟତି ଘଟଣାର ପର୍ଦ୍ଦାଫାସ କଲା ପୋଲିସ : ୬ଜଣିଆ ଅନ୍ତଃ ଜିଲା ଡକାୟତି ଗ୍ୟାଙ୍ଗ ଗିରଫ , ୫ବାଇକ୍, ୧୭ଟି ମୋବାଇଲ୍, ବନ୍ଧୁକ, ସୁନା ଜବତ

0
ବ୍ରହ୍ମପୁର, ୧୪।୫: ‌ଵ୍ରହ୍ମପୁର ପୋଲିସ ଏକ ୬ଜଣିଆ ଅନ୍ତଃ ଜିଲା ଡକାୟତି ଗ୍ୟାଙ୍ଗକୁ କାବୁ କରିଛି। ଗତ ଏକ ମାସ ଧରି ଦୁଇ ପୋଲିସ ଜିଲାର ୮ଥାନା ଅଞ୍ଚଳରେ ହୋଇଥିବା ୧୪ ଗୋଟି ସିରିଜ  ଡକାୟତି ଘଟଣାର ପର୍ଦ୍ଦାଫାସ ହୋଇଛି। ଏହି ୬ଜଣିଆ ଗ୍ୟାଙ୍ଗ ବ୍ରହ୍ମପୁର ପୋଲିସ ଜିଲ୍ଲାର ଗୋଶାଣିନୁଆଗାଁ,  ଟାଉନ୍‌, ସଦର, ନିମଖଣ୍ଡି, ଗୋପାଳପୁର  ଓ ଦିଗପହଣ୍ଡି ୬ଟି ଥାନା ସହ ଗଞ୍ଜାମ ପୋଲିସ ଜିଲାର ଛତ୍ରପୁର ଏବଂ ଚମାଖଣ୍ଡି ଥାନା ଅଂଚଳରେ ୧୪ଟି ଡକାୟତି, ଚୋରି ଓ ଲୁଟ୍ ଘଟଣାରେ ସମ୍ପୃକ୍ତ ଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଥିଲା। ସେମାନଙ୍କ ଠାରୁ ଏଭଳି ଅପରାଧିକ ଘଟଣାରେ ବ୍ୟବହୃତ ଗୋଟିଏ ଖେଳଣା ପିସ୍ତଲ ଏବଂ ଗୋଟିଏ ଦେଶୀ ବନ୍ଧୁକ ପୁଲିସ ଜବତ କରିଛି। ଏଥିସହ ଲୁଟ୍ ହୋଇଥିବା ୫ଟି ବାଇକ୍, ୩୮ଗ୍ରାମର ସୁନା ଗହଣା, ୫୫ଗ୍ରାମର ରୁପା ଗହଣା, ୧୭ଟି ମୋବାଇଲ୍, ଓ ୩୩୩୨ଟଙ୍କା ପୋଲିସ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବଡ଼ବଜାର ଥାନା ଅନ୍ତର୍ଗତ ବ୍ରଜରାଜନଗର ଅଂଚଳର ସୁଶାନ୍ତ କୁମାର ସାହୁ (୨୪), ଶ୍ରୀରାମନଗର ଜଗନ୍ନାଥବିହାର ୪ର୍ଥ ଗଳିର ସୁମନ ଚୌଧୁରୀ(୧୯), ଗଣପତିନଗର ୫ମ ଗଳିର ସାଗର ସାହୁ (୧୯), ନିମଖଣ୍ଡି ଥାନା ଝାଡ଼ାଙ୍କୁଲିର ସୁକଦେବ ସାହୁ(୨୩), ଛତ୍ରପୁର ଥାନା ସିନ୍ଦୁରପୁର ଥାନାର ପିଙ୍କୁ ସାହୁ (୨୫)। ଏହି ଅଭିଯୁକ୍ତଙ୍କ ଠାରୁ ସୁନା ଗହଣା ଆଦି ଲୁଟ୍‌ସାମଗ୍ରୀ କିଣିଥିବା ଅଭିଯୋଗରେ ବ୍ରଜନଗର ୨ୟ ଗଳିର କିସାନ୍ ସାହୁ(୨୪)। ଏହି ଡକାୟତି ଗ୍ୟାଙ୍ଗରେ ଜଣେ ନାବାଳକ ସମ୍ପୃକ୍ତ ଥିବା ବେଳେ ତାଙ୍କ ଧରି ପୋଲିସ ଜେଜେବିରେ ହାଜର କରିଛି। ଅନ୍ୟ ୬ଜଣଙ୍କୁ ଗିରଫ କରି ଗୋଶାଣିନୁଆଗାଁ ପୋଲିସ ମାମଲା ନମ୍ବର ୧୨୭/୨୩ ରେ କୋର୍ଟ ଚାଲାଣ କରିଛି। ଏନେଇ ଆଜି ଵ୍ରହ୍ମପୁର ଏସପି ଡା. ଶ୍ରବଣା ବିବେକ ଏମ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି। ଗତ ୧୧ତାରିଖରେ ପ୍ରଭୁପ୍ରସାଦ ବେହେରା ନାମକ ଜଣେବ୍ୟକ୍ତ ପ୍ରାତଃଭ୍ରମଣ କରୁଥିବା ବେଳେ ଖଜୁରିଆ ଢାବା ନିକଟ ଜାତୀୟରାଜପଥରେ ୬ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍‌ରେ ଆସି ତାଙ୍କୁ ଅଟକାଇଥିଲେ। ଏକ ବନ୍ଧୁକ ଦେଖାଇ ମୁଦି ଛଡ଼ାଇ ନେବାକୁ ଉଦ୍ୟମ କରି ବିଫଳ ହୋଇଥିବା ବେଳେ ତାଙ୍କ ପକେଟରୁ ହଜାରେ ଟଙ୍କା ଲୁଟି ଫେରାର୍‌ ହୋଇଯାଇଥିବା ନେଇ ଗୋସାଇଁ ନୂଆଗାଁ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଏକ ମାମଲା ରୁଜୁ କରି ଥାନା ଅଧିକାରୀ ସ୍ମୃତିରେଖା ପ୍ରଧାନଙ୍କ ତତ୍ତ୍ବାବଧାନରେ ତଦନ୍ତ ଆରମ୍ଭ କରିଥିଲା। ଶେଷରେ ଡକାୟତି ଗ୍ୟାଙ୍ଗର ୬ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିବା ନେଇ ପୁଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।
Leave A Reply