Odisha news

ତାଳଚେର ଅଂଚଳରେ ଗହମ ଉଭାନ : ଖାଉଟି ହନ୍ତସନ୍ତ ନିୟନ୍ତ୍ରଣ ବାହାରେ ସମସ୍ତ ଦରଦାମ

0

ତାଳଚେର ତା ୧୪/୦୫ ଶିଳ୍ପନଗରୀ ତାଳଚେର ଅଂଚଳରେ ସମସ୍ତ ରାସନ ସାମଗ୍ରୀ ଆହେତୁକ ବୃଦ୍ଧି ଯୋଗୁଁ ଖାଉଟି ହନ୍ତସନ୍ତ ହେଉଥିବା ବେଳେ ବଜାରରୁ ଗହମ ଏକରକମର ଉଭାନ ହୋଇଯିବା ଘଟଣା ଅଂଚଳବାସୀଙ୍କୁ ବ୍ୟଥିତ କରିପକାଇଛି । ସରକାର କାର୍ଡ଼ଧାରୀଙ୍କୁ ମାସକୁ ଚାଉଳ ଓ ଗହମ ଯୋଗାଇ ଦେଉଥିବା ବେଳେ ଆଜକୁ ୬ମାସରୁ ଉର୍ଦ୍ଧ୍ୱ ହେବ ଗହମ ପରିବର୍ତେ କେବଳ ଚାଉଳ କଂଟ୍ରୋଲ ମାଧ୍ୟମରେ  ଖାଉଟି ମାନଙ୍କୁ ଯୋଗାଇ ଦେଉଛନ୍ତି । ତାଳଚେର ଅଂଚଳରେ ବିଭିନ୍ନ ରୋଗୀ ସଂଖ୍ୟା ଆଶାତୀତ ବୃଦ୍ଧି ପାଉଥିବା ବେଳେ ରୋଗୀମାନେ ରୁଟି ଉପରେ ନିର୍ଭର କରିଥାନ୍ତି । ଏପରିକି, ସକାଳ ଜଳଖିଆ ଠାରୁ ଆରମ୍ଭକରି ରାତ୍ରୀ ପର୍ଯ୍ୟନ୍ତ ପ୍ରଦ୍ୟୁଷଣକୁ ନଜରରେ ରଖି ପ୍ରାୟ ଅର୍ଦ୍ଧାଧିକ ଲୋକ ପୁରୀ, ରୁଟି, ବେଡ଼୍ ଉପରେ ନିର୍ଭର କରିଥାନ୍ତି । ବଜାରରୁ ଓ କଂଟ୍ରୋଲ ଦୋକାନରୁ ଏହି ଗହମ ଉଭାନ ହେବାପରେ କିଛି ଅସାଧୁ ଦୋକାନୀ ଗହମକୁ ଉଚ୍ଚାଦରରେ ବିକୁଥିବା ବେଳେ ପ୍ରାୟ ଦୋକାନରୁ ଗହମ ଉଭାନ ହେଉ ଯାଇଛି ବୋଲି ଅଭିଯୋଗ ହୋଇଥାଏ । ବଜାରରେ ମିଳୁଥିବା ବ୍ରାଣ୍ଡ ଅଟା ନିମ୍ନାମାନ ହୋଇଥିବା ବେଳେ ଆଉ କିଛି ଉଚ୍ଚା ଦର ରହିଥିବାରୁ ଖାଉଟି ଏହି ଅଟାକୁ ବିଶ୍ୱାସକୁ ନେଇ ପାରୁ ନାହାନ୍ତି । ସରକାର ଅଙ୍ଗନାବାଡ଼ି କେନ୍ଦ୍ର ମାଧ୍ୟମରେ କମଳମୋତୀ ଛାତ୍ରଛାତ୍ରୀଙ୍କୁ ସୁଷମ ଖାଦ୍ୟରେ ଛତୁଆ ଯୋଗାଇ ଦେଇଥାନ୍ତି । ମାତ୍ର ଗହମର ଅଭାବ ଯୋଗୁଁ ଏହି ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦେଉଥିବା ଛତୁଆ ଏକ ରକମର ଠପ୍ ହୋଇ ଯାଇଥିବା କୁହାଯାଉଛି । ତେବେ ବଜାରରେ ମିଳୁଥିବା ସରବତୀ ଗହମର ମୂଲ୍ୟ ୪୦ଟଙ୍କା ରହିଥିବା ବେଳେ ଆର୍ଶିବାଦ ଅଟା ୫କେଜି ୨୦୧୫ଟଙ୍କା ଓ ମଙ୍ଗଳକଳସ ଅଟା ୫କେଜି ପ୍ରତି ୧୮୦ଟଙ୍କା ଦର ରହିଛି । ଭାରତ କୃଷି ପ୍ରଧାନ ଦେଶ ହୋଇଥିବା ବେଳେ ପ୍ରଚୁର ଗହମ ଏଠାରୁ ଆମଦାନୀ ହୋଇଥାଏ । ଏହି ପରିପ୍ରେକ୍ଷୀରେ ଏଠାରୁ ଗହମ ଉଭାନ ହୋଇଯିବା ଏହା ସନ୍ଦେହ ଘେରକୁ ଟାଣିନେଇଛି । ଆହୁରି ମଧ୍ୟ ଯଦି ଅଟା ଓ ଗହମର ଦାମ ଉପରେ ରୋକ ନଲଗାଯାଏ  ତେବେ ରୋଗୀ, ଗରୀବ ଗୁରୁବା ଖାଇବେ କ’ଣ ବଂଚିବେ କେମିତ!

Leave A Reply