Odisha news

ସାବାଡ୍‌ ହେବେ ରୋଡ୍ ରୋମିଓ

0

ଭୁବନେଶ୍ୱର: ହୁସିଆର୍‌ ରୋଡ୍‌ ରୋମିଓ। ଏଣିକି ଟ୍ୱିନ୍‌ ସିଟିରେ ରହିବେ ସ୍ପେଶାଲ ପୁଲିସ୍‌ ଅଫିସର୍(SPO)। ଯୁବତୀଙ୍କ ସହ ହେଉଥିବା ଦୁର୍ବ୍ୟବହାର, ଅଶୋଭନୀୟ ଆଚରଣ ଏସବୁକୁ କଡ଼ା ଭାଷାରେ ଜବାବ ଦେବେ ଏହି SPO। ଏପରିକି କମିଶନରେଟ୍ ପୁଲିସ୍‌ଙ୍କ ପାଖରେ ଥିବା ସବୁ କ୍ଷମତା ଏବେ SPOଙ୍କ ପାଖରେ ରହିବ।

ଆଜି ୨୫୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ନେଇ କମିଶନରେଟ ପୁଲିସ୍‌ SPO ଟିମ୍ ଗଠନ କରିଛି।  ଆଉ ଏହି ଅବସରରେ SPOଙ୍କ କ୍ଷମତା ସମ୍ପର୍କରେ ବିସ୍ତୁତ ସୂଚନା ଦେଇଛନ୍ତି ପୁଲିସ୍‌ କମିଶନର୍ ସୁଂଧାଶୁ ଷଡ଼ଙ୍ଗୀ।

ରାସ୍ତାରେ କ’ଣ ସବୁ ଘଟୁଛି, ମହିଳାଙ୍କ ସହ କିଭଳି ବ୍ୟବହାର କରାଯାଉଛି ସେ ସମ୍ପର୍କରେ ସୂଚନା ଦେବେ SPO। ଖାଲି ରାସ୍ତାଘାଟରେ ନୁହେଁ କର୍ମକ୍ଷେତ୍ରରେ ବି ହେଉଥିବା ଅସଦାଚରଣକୁ ନେଇ ବି ସଜାଗ ରହିବେ SPO। ଏହି ଅବସରରେ ନବ ନିଯୁକ୍ତ ହୋଇଥିବା SPO କଟକ ଓ ଭୁବନେଶ୍ୱରର ୫୬ରୁ ଊର୍ଦ୍ଧ୍ୱ ଅନୁଷ୍ଠାନରୁ ସାମିଲ ହୋଇଛନ୍ତି। ବିଭିନ୍ନ ଆଇଟି, କଲ୍‌ ସେଣ୍ଟର ଓ କଲେଜ ଆଦିରୁ ଯୁବତୀମାନେ ଏଥିରେ ଯୋଗ ଦେଇଛନ୍ତି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ SPOଙ୍କୁ ସ୍ୱତନ୍ତ୍ର ଟି-ସାର୍ଟ ପ୍ରଦାନ କରିଛନ୍ତି ପୁଲିସ୍‌ କମିଶନର।

Leave A Reply