Odisha news

ମୁମ୍ବାଇ ପୋଲିସଙ୍କ ପ୍ରତି ଅସନ୍ତୁଷ୍ଟ ଅଛନ୍ତି ସୁଶାନ୍ତଙ୍କ ପିତା

0

ନୂଆଦିଲ୍ଲୀ : ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ପ୍ରତେକ ଦିନ ନୂଆନୂଆ ତଥ୍ୟ ସାମ୍ନାକୁ ଆସୁଛି l ବର୍ତ୍ତମାନ ଏହି ମାମଲାର ଯାଞ୍ଚକୁ ନେଇ ବିହାର ଓ ମୁମ୍ବାଇ ପୋଲିସ ମଧ୍ୟରେ ମତଭେଦ ଦେଖା ଡେଭିଛି l ଏହା ଭିତରେ ସୁଶାନ୍ତଙ୍କ ପିତାଙ୍କର ବୟାନ ଆସିଛି ,ସୁଶାନ୍ତଙ୍କ ପିତା ଆରୋପ ଲଗାଇଛନ୍ତି ଯେ ଫେବୁଆରି ୨୫ ତାରିଖରେ ମୁମ୍ବାଇ ପୋଲିସକୁ ସୂଚନା ଦେଇଥିଲେ ଯେ ସୁଶାନ୍ତଙ୍କ ଜୀବନ ପ୍ରତି ବିପଦ ଅଛି କିନ୍ତୁ ମୁମ୍ବାଇ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ l

ସୁଶାନ୍ତଙ୍କ ପରିବାର ସଦସ୍ୟ ମାନେ ଯେବେଠୁ ରିୟାଙ୍କ ଉପରେ ଏଫଆଇଆର ଦେଇଛନ୍ତି ଯେ ରିୟା ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସୁକାଇ ଥିଲେ l ସେବେଠୁ ଏହି ଘଟଣା ଅଧିକ ଗୁରୁତ୍ୱ ପୂର୍ଣ୍ଣ ହୋଇ ଯାଇଛି l ପୋଲିସ ମଧ୍ୟ ଏହି ମାମଲାକୁ ନେଇ ଯାଞ୍ଚ ଦ୍ରୁତ ଗତିରେ ବଢ଼ାଇ ଦେଇଛି l ବିହାର ପୋଲିସ କହିଛି ଯେ ରିୟା ଚକ୍ରବର୍ତୀ ସୁଶାନ୍ତଙ୍କ ଅତ୍ମହତ୍ୟ ମାମଲାରେ ଗିରଫ ହେବ ଭୟରେ ଗାଏବ ହୋଇଯାଇଛନ୍ତି l କିନ୍ତୁ ମୁମ୍ବାଇ ପୋଲିସ ଏବାବଦରେ ଜବାବ ଦେଇ କହିଛନ୍ତି ଯେ ରିୟାଙ୍କୁ ଷ୍ଟେଟମେଣ୍ଟ ରେକଡ଼ କରାଯାଇଛି l

Leave A Reply