ବାଲିଆପାଳ : ବାଲିଆପାଳ ଥାନା ଠାରୁ ମାତ୍ର ୫୦୦ ମିଟର ଦୂରରେ କଚୁଆପଡା ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ବାଲିଆପାଳ ପୁଲିସ ଅତର୍କିତ ଚଢାଉ କରି ୫ ଜୁଆଡିଙ୍କୁ ଗିରଫ କରିଛି । ଅନ୍ୟ କିଛି ଜୁଆଡି ଘଟଣାସ୍ଥଳରୁ ଦଉଡି ପଳାଇଯାଇଛନ୍ତି । ଜୁଆ ଆଡ୍ଡାରୁ ୧୧,୧୨୦ ଟଙ୍କା, ୮ ଟି ମୋଟରସାକେଲ ଓ ଜୁଆ ଖେଳରେ ବ୍ୟବହୃତ କିଛି ସାମଗ୍ରୀ ପୁଲିସ ଜବତ କରିଛି । ଗିରଫ ଜୁଆଡି ମାନେ ହେଲେ ସୁବଳ ଜେନା, ସୁବଳର ପୁଅ ଚନ୍ଦନ ଜେନା, ପଶ୍ଚିମବାଡ ଗ୍ରାମର ବେଣୁଧର ପଣ୍ଡା ଓ ଦୀପକ ଦାସ ଏବଂ ବଢାପାଳ ଗ୍ରାମର ହିମାଂଶୁ ଜେନା । ମିଳିଥିବା ସୂଚନା ଅନୁସାରେ କଚୁଆପାଡା ଗ୍ରାମର ସୁବଳ ଜେନାଙ୍କ ଘରେ ଦୀର୍ଘ ଦିନରୁ ଜୁଆ ଖେଳ ହୋଇ ଆସୁଥିଲା ।
ପ୍ରତି ସପ୍ତାହରେ ଶୁକ୍ରବାର, ଶନିବାର ଓ ରବିବାର ରାତିରେ ଜୁଆ ଖେଳ ଚାଲୁଥିବା ବେଳେ ଜୁଆ ଖେଳିବା ପାଇଁ ସୁଦୂର ପଶ୍ଚିମବଙ୍ଗ, ଜଳେଶ୍ୱର ଓ ଭୋଗରାଇ ପ୍ରଭୃୃତି ଅଂଚଳରୁ ଜୁଆଡି ମାନେ ମୋଟରସାକେଲ, କାରରେ ଏଠଅକୁ ଆସୁଥିଲେ । ରାତି ସାରା ଜୁଆ ଖେଳ ଚାଲିବା ସହିତ ମଦ, ଗଞ୍ଜା ପ୍ରଭୃତିର ଆସର ମଧ୍ୟ ଜମୁଥିଲା । ଜୁଆଡିଙ୍କ ଭୟରେ ଲୋକମାନେ ମୁହଁ ଖୋଲୁ ନଥିଲେ । କେହି ପ୍ରତିବାଦ କଲେ ତା ଉପରେ ଅକ୍ରମଣ ହେବା ସହ ଧମକ ଚମକ ମଧ୍ୟ ଦିଆଯାଉଥିଲା । ସ୍ଥାନୀୟ ପରିବେଶକୁ ଏହା କଳୁଶୀତ କରିବା ସହ ଅସାମାଜିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଉଥିଲା । ବାଲିଆପାଳ ଥାନାଠାରୁ ମାତ୍ର ଅଳ୍ପ ଦୂରରେ ଚାଲିଥିବା ଜୁଆ ଖେଳ ବିଷୟରେ ପୁଲିସ କିପରି ଜାଣି ପାରିନଥିଲା ତାକୁ ନେଇ ସନେ୍ଦହ ସୃଷ୍ଟି ହୋଇଛି ।
ପୁଣି ଜୁଆ ପକାଉଥିବା ସୁବଳ ବର୍ଷ ସାରା ବିଭିନ୍ନ ମେଳା ମହୋସôବରେ ଜୁଆ ପକାଉଥିବାରୁ ପୁଲିସ ସହିତ ତାହାର ସୁସର୍ମ୍ପକ ରହିଥିଲା । ତେବେ ଉପର ସ୍ତରରୁ ଚାପ ହେଉ କିମ୍ବା ଜୁଆଡି ମାନଙ୍କ ସହିତ ପୁଲିସର ଅର୍ଥôକ ଦେଣନେଣକୁ ନେଇ କଥା ଛିଣ୍ଡୁ ନଥିବାରୁ ଏଭଳି ଚଢାଉ ହୋଇଥିବା ଶୁଣିବାକୁ ମିଳୁଛି । ଅଭିଯୁକ୍ତ ସୁବଳ ନାମରେ ବାଲିଆପାଳ ଥାନା କେସ ନଂ ୮୮/୨୦୨୦ରେ ମଧ୍ୟ ଏକ ମାମଲା ମଧ୍ୟ ରହିଛି । ତେବେ ବିଳମ୍ବରେ ହେଲେ ମଧ୍ୟ ପୁଲିସର କାର୍ଯ୍ୟାନୁଷ୍ଠାନ ଆଜି ଅଂଚଳବାସୀଙ୍କୁ ଆସ୍ୱସ୍ତି କରିଛି । ଜୁଆ ଯୋଗୁଁ ସର୍ବସ୍ୱାନ୍ତ ହେଉଥିବା କିଛି ପରିବାର ଶାନ୍ତିରେ ନିଶ୍ୱାସ ମାରିଛନ୍ତି । ଏ ନେଇ ବାଲିଆପାଳ ଥାନାରେ ୧୫୫/୨୦ରେ ଏକ ମାମଲା ରୁଜୁ ହୋଇ ଅଭିଯୁକ୍ତ ୫ ଜଣଙ୍କୁ କୋର୍ଟ ଫରଓାର୍ଡ କରାଯାଛି । ତେବେ ପୁଲିସ ଦଫା କୋହଳ କରି ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଫରଓାର୍ଡ କରିଥିବାରୁ ସେମାନେ ଶିଘ୍ର ଜାମିନ ପାଇଯିବେ ବୋଲି ଆଲୋଚନା ହେଉଛି