Odisha news

କଳମ୍ବ ଗ୍ରାମରେ ଘରେ ଚୋର ପଶି ଲୁଟିଲେ ସୁନା ଓ ଟଙ୍କା

0
ପୋଲସରା-୧୮/୧୨/୨୦ (ରଂଜୟ ପାଣିଗ୍ରାହୀ)ଗଂଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ କଳମ୍ବ ଗ୍ରାମପଞ୍ଚାୟତରେ ଗତ ରାତି ଅଧରେ  ଚୋର ଘରେ ପଶି ସୁନା ଓ ଟଙ୍କା ଲୁଟି ନେଇଥିବା  ଜଣାପଡ଼ିଛି । ସୂଚନା ଅନୁସାରେ କଳମ୍ବ ଗ୍ରାମର ବଡ଼ସାହି ତଳମୁଣ୍ଡର ମୂଷା ପ୍ରଧାନ ଓ କୁନା ପ୍ରଧାନଙ୍କ  ଘରେ କିଛି ଚୋର ପଶି ସୁନା ମୁଦି ଓ ସୁନା ଲକେଟ୍ ଏବଂ କିଛି ଟଙ୍କା ଚୋରି କରିବା ସହ ବିଭିନ୍ନ ସାମନା ଓ କାଗଜ ପତ୍ର ଏଣେତେଣେ ଫୋପାଡିଥିବା ବେଳେ ନୂଆଁ ସାହି ଗଣପତି  ପ୍ରଧାନ ବନ୍ଦ ଥିବା ଘରୁ ମଧ ଚୋରି କରିଛନ୍ତି ଚୋର ମାନେ ।
ଯାହାକି ଗତ ରାତି  ଚୋର ମାନେ  1.30 ରୁ 3.30 ସମୟ ମଧ୍ୟରେ ଚୋରି କରି  ଘଟଣା ଘଟେଇଥିବା ଜଣାପଡିଛି । ଶୁଣିବାକୁ ମିଳିଛି ଯେ ଏହି ତିନି ପରିବାରର ପୁରୁଷ ଲୋକ ବାହାରେ ପରିବାର ପ୍ରତିପୋଷଣ ପାଇଁ ରହୁଥିବା ବେଳେ ଚୋରମାନେ ସୁଯୋଗର ଫାଇଦା ନେଇ ଚୋରି ଘଟଣା ଘଟାଇଛନ୍ତି । ଏବଂ ଗଣପତି ପ୍ରଧାନଙ୍କ ଘରେ  କେହି ନ ଥିବା ଯୋଗୁଁ ଚୋର ମାନେ କଳାକନା ବୁଲାଇଛନ୍ତି । ଖବର ସଂଗ୍ରହଁ ପର୍ଯ୍ୟନ୍ତ ପୋଲସରା ଥାନାରେ କୈଣସି ଅଭିଯୋଗ ହୋଇନଥିବା ପାକ୍ ସୂଚନାରୁ ଜଣାପଡିଛି ।
Nalco
Leave A Reply