ନୂଆଦିଲ୍ଲୀ : ଜୀବଜନ୍ତୁ ଓ ମଣିଷଙ୍କ ଭିତରେ ସମ୍ପର୍କର ସବୁବେଳେ ଉଦାହରଣ ଦିଆ ଯାଏ l କୁକୁରକୁ ମଣିଷର ସବୁଠୁ ବଡ଼ ସାଥି ବୋଲି କୁହାଯାଏ କାରଣ କୁକୁର ମାନେ ଅତି ସରଳତାର ସହିତ ମଣିଷର କଥାକୁ ବୁଝି ଯାଆନ୍ତି l କିନ୍ତୁ ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣା ପଡିଛି ଯେ କୁକୁରଙ୍କ ଭଳି କଙ୍ଗାରୁ ମାନେ ମଧ୍ୟ ମଣିଷର ବ୍ୟବହାରକୁ ଭଲରେ ବୁଝି ପାରନ୍ତି l
ସିଡନୀ ବିଶ୍ୱ ବିଦ୍ୟାଳୟର ଗବେଷକ ମାନେ ଗବେଷଣା ପାଇଁ ୧୧ ଟି କଙ୍ଗାରୁଙ୍କୁ ସାମିଲ କରିଥିଲେ l ଯେଉଁମାନେ ଅଷ୍ଟ୍ରେଲିଆର ଚିଡ଼ିଆ ଖାନାରେ ରହୁଥିଲେ ଏହି ଗବେଷଣାର ଜଣା ପଡିଲା ଯେ କଙ୍ଗାରୁ ମାନେ ମନୁଷ୍ୟ ମାନାଙ୍କ ସହିତ ପୋଷା ଜୀବଜନ୍ତୁଙ୍କ ଭଳି ମିଶି ଯାଉଥିଲେ l ଅଷ୍ଟ୍ରେଲିଆରେ ୩ଟି ସ୍ଥାନରେ ଏହି ଗବେଷଣାକୁ ପୁରା କରାଯାଇଥିଲା l
ଗୋଟିଏ ପରୀକ୍ଷା ପରେ ବିଶେଷଜ୍ଞ ମାନେ ଏହି ତଥ୍ୟ ଦେଇଥିଲେ l କଙ୍ଗାରୁ ମାନଙ୍କୁ ଗୋଟିଏ ପ୍ଲାଷ୍ଟିକ ପାତ୍ରରେ କିଛି ଖାଦ୍ୟ ରଖାଯାଇ ଡବାଟିକୁ ବନ୍ଦ କରି ଦିଆଗଲା l ଯାହାକୁ କଙ୍ଗାରୁ ମାନେ ଖୋଲି ପାରିନଥିଲେ l ସେମାନେ ଅସଫଳ ହେବାରୁ କଙ୍ଗାରୁ ଗୁଡିକ ମଣିଷ ମାନଙ୍କରେ ଆଡକୁ ଚାହିଁ ରହିଲେ ଓ ଇଛା ପ୍ରକାଶ କଲେ ଯେ ସେମାନେ ଆସନ୍ତୁ ଏବଂ ଡବାକୁ ଖୋଲିବାରେ ସାହାଯ୍ୟ କରନ୍ତୁ l
ଗବେଷକ ମାନେ କହିଛନ୍ତି ଯେ ଆମେ ଏହିପରି ବ୍ୟବହାର କଙ୍ଗାରୁ ମାନଙ୍କ ପଖାରୁ ଆଶା କରି ନଥିଲୁ କାରଣ ସେମାନେ ଜଙ୍ଗଲୀ ଜୀବ ଅଟନ୍ତି l ଆମର ଧାରଣା ରହିଥିଲା କେବଳ ପୋଷା ଜୀବଜନ୍ତୁ ମାନେ କୌଣସି ସମସ୍ୟା ସମୟରେ ସାହାଯ୍ୟ ମାଗିଥାନ୍ତି l କଙ୍ଗାରୁଙ୍କ ପାଖରୁ ଯାହା ଆଶା କରାଯାଇନଥିଲା ତାହା ମିଳିଲା l
