Odisha news

ପୃଥିବୀର ସବୁଠୁ ରହସ୍ୟମୟୀ ସ୍ଥାନ, ଶୁଣିବାକୁ ମିଳିଥାଏ ରହସ୍ୟମୟୀ ଶବ୍ଦ

0

ପୃଥିବୀରେ ଏଭଳି ଅନେକ ପ୍ରକାର ଜିନିଷ ରହିଛି ଯାହାକି ମଣିଷକୁ ଆଶ୍ଚର୍ଯ୍ୟ କଲାଭଳି ହୋଇଥାଏ ଏବଂ ଏଭଳି କିଛି ତାର ବିଶେଷତ୍ୱ ରହିଥାଏ ଯାହାଦ୍ୱାରା ରୁମ ମୂଳ ଟାଙ୍କୁରୀ ମଧ୍ୟ ଉଠିଥାଏ l  ସେହି ସବୁ ଜିନିଷ ମାନଙ୍କ ମଧ୍ୟରୁ ଗୋଟିଏ ହେଲା ପୃଥିବୀର ରହସ୍ୟମୟୀ ସ୍ଥାନ l  ପୃଥିବୀ ରେ ଏହି ସ୍ଥାନଟି ସମ୍ପୂର୍ଣ ପ୍ରଶାନ୍ତ ମହାସାଗର ଦ୍ୱାରା ପରିବେଷ୍ଟିତ ରହିଥାଏ l ଏହି ସ୍ଥାନଟିକୁ ପଏଣ୍ଟ ନିମୋ (Point Nemo) ବୋଲି କୁହାଯାଇ ଥାଏ l ସବୁଠୁ ଆଶ୍ଚର୍ଯ୍ୟ କଲାଭଳି ଘଟଣାଟି ହେଉଛି ଏହାକୁ ଉଦ୍ଭାବନ କରିଥିବା ବୈଜ୍ଞାନିକମାନେ ବର୍ତମାନ ସୁଧା ଏଠାରେ ପହଂଚି ପାରି ନାହାନ୍ତି l ଜନଗହଳୀ ଠାରୁ ହଜାର ହଜାର କିଲୋମିଟର ଦୂରରେ ଅବସ୍ଥିତ ଏହି ସ୍ଥାନକୁ ଯିବା ଏତେ ସହଜ ମଧ୍ୟ ନୁହେଁ l

ପୃଥିବୀର ଏହି ରହସ୍ୟମୟୀ ସ୍ଥାନଟିର ଚତୁର୍ପାଶ୍ୱ ସମ୍ପୂର୍ଣ ନିଃସ୍ତବ୍ଦ ୧୯୯୨ ରେ ଜଣେ ସର୍ଭେ ଇଂଜିନିୟର ପଏଣ୍ଟ ନିମୋ ର ଉଦ୍ଭାବନ କରିଥିଲେ, ତାଙ୍କ ନାମ ହେଉଛି ହର୍ବଜ ଲୁକାତେଲା ଥିଲା l  ଏହି ସ୍ଥାନରେ ନା ମଣିଷ ନା କୌଣସି ବନସ୍ପତି ଅଛି l ସାଟେଲାଇଟ ର ଇନ୍ଧନ ବାହାର କରିବା ପାଇଁ ଏହି ସ୍ଥାନର ବ୍ୟବହାର କରାଯାଇ ଥାଏ ଓ ଏହାଛଡା ସାଟେଲାଇଟ ର ବର୍ଜ୍ୟବସ୍ତୁ କୁ ବାହାର କରିବା ପାଇଁ ଏହି ସ୍ଥାନ ର ବ୍ୟବହାର କରାଯାଇ ଥାଏ l ଏହି ସ୍ଥାନରେ ହଜାର ହଜାର କିଲୋମିଟର ପର୍ଯ୍ୟନ୍ତ ସାଟେଲାଇଟ ର ବର୍ଜ୍ୟବସ୍ତୁ ପଡିଛି l  ସମୁଦ୍ର ର ମଝିଆ ମଝି ରେ ରହିଥିବା ଏହି ପଏଣ୍ଟ ନିମୋ କୁ ସମୁଦ୍ରର କେନ୍ଦ୍ରସ୍ଥଳ ବୋଲି ମଧ୍ୟ କୁହାଯାଇ ଥାଏ l  ବୈଜ୍ଞାନିକ ମାନେ ୧୯୯୭ ରେ ପଏଣ୍ଟ ନିମୋ ର ପୂର୍ବ ପାର୍ଶ୍ୱରେ ଗୋଟିଏ ରହସ୍ୟମୟୀ ଶବ୍ଦ ଶୁଣିଥିଲେ l  ଏହାକୁ ପାଖାପାଖି ୨ହଜାର କିଲୋମିଟର ଦୂରରୁ ଶୁଣିବାକୁ ମିଳିଥିଲା l  ବୈଜ୍ଞାନିକ ଙ୍କ ସୂଚନା ଅନୁସାରେ ଏଠାରେ ବଡ଼ବଡ଼ ଚଟାଣ ମଧ୍ୟ ବାରମ୍ବାର ଭାଙ୍ଗିଥାଏ, ଯାହାର ଶବ୍ଦ ଶୁଣିବା ଖୁବ ଭୟଙ୍କର ହୋଇଥାଏ l

Leave A Reply