Odisha news

କରୋନାଭାଇରସ୍‌ ଉପରେ ‘ସପ୍ତପଦୀ’ ବିଜୟ ପ୍ରାପ୍ତି ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତ୍ର

0

ନୂଆଦିଲ୍ଲୀ: ଦେଶରେ ମେ ୩ ତାରିଖ ପର୍ଯ୍ୟନ୍ତ ପରିପର୍ଦ୍ଧିତ ଲକ୍‌ଡାଉନ୍‌ ସମୟରେ କରୋନାଭାଇରସ୍‌ର ମୁକାବିଲା ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀ ଏକ ସପ୍ତପଦୀ ତାଲିକା ଦେଇଛନ୍ତି। ଏହି ସାତ ନିର୍ଦେଶନାମା କରୋନାଭାଇରସ୍‌ ଉପରେ ବିଜୟପ୍ରାପ୍ତିର ମାର୍ଗ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

୧. ଘରେ ଥିବା ବୟୋବୃଦ୍ଧ ବ୍ୟକ୍ତିଙ୍କର ବିଶେଷ ଯତ୍ନ ନିଅନ୍ତୁ। ବିଶେଷକରି ଯେଉଁମାନଙ୍କର ପୁରୁଣା ରୋଗ ରହିଛି।

୨. ସାମାଜିକ ଦୂରତ୍ବ ମାନନ୍ତୁ, ‘ଘରେ ତିଆରି’ ମାସ୍କ୍‌ ବା ମୁଖାବରଣ ପରିଧାନ କରନ୍ତୁ।

୩. ‌ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ଆୟୁଷ ମନ୍ତ୍ରାଳୟ ଦ୍ବାରା ଜାରି ହୋଇଥିବା ମାର୍ଗଦର୍ଶିକା ଅନୁସରଣ କରୁନ୍ତୁ।

୪. କରୋନାଭାଇରସ୍ ସଂକ୍ରମଣ ପ୍ରତିରୋଧ କରିବାକୁ ଆରୋଗ୍ୟ ସେତୁ ଆପ୍ ଡାଉନ୍‌ଲୋଡ୍‌ କରନ୍ତୁ।

୫. ଯଥା ସମ୍ଭବ ଗରିବ ପରିବାରମାନଙ୍କୁ ସାହାଯ୍ୟ କରନ୍ତୁ। ସେମାନଙ୍କ ଖାଦ୍ୟପେୟ କଥା ବୁଝନ୍ତୁ।

୬. ଆପଣଙ୍କ ବ୍ୟବସାୟ ଓ ଉଦ୍ୟୋଗରେ କାମ କରୁଥିବା ବ୍ୟକ୍ତିମାନଙ୍କ ପ୍ରତି ସମଦେବନଶୀଳ ହୁଅନ୍ତୁ। ସେମାନଙ୍କୁ ଚାକିରିରୁ ବହିଷ୍କାର କରନ୍ତୁ ନାହିଁ।

୭. ଡାକ୍ତର, ନର୍ସ ଏବଂ କରୋନାଭାଇରସ୍ ବିରୋଧରେ ସଂଗ୍ରାମ କରୁଥିବା ବ୍ୟକ୍ତିବିଶେଷଙ୍କର ଆଦର ସମ୍ମାନ କରନ୍ତୁ।

 

 

Leave A Reply