Odisha news

୫୬ରେ ପହଞ୍ଚିଲା ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା , ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ

0

ଭୁବନେଶ୍ୱର: ୫୬ରେ ପହଞ୍ଚିଲା ଓଡ଼ିଶାରେ କରୋନା ପଜିଟିଭଙ୍କ ସଂଖ୍ୟା | ଆଜି ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି|  ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଓ୍ବେବସାଇଟରୁ ଏହି ସୂଚନା ମିଳିଛି। ତେବେ ସେ କେଉଁ ଅଞ୍ଚଳର ତାହା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇନାହିଁ।
ସୂଚନାଯୋଗ୍ୟ ଗତକାଲି ଭୁବନେଶ୍ବରର ବମିଖାଲ ଅବରୋଧ ଅଂଚଳରୁ ଜଣେ ୩୫ ବର୍ଷୀୟ ଯୁବକଙ୍କ ନମୁନା ପରୀକ୍ଷା ପରେ ସେ  ପଜିଟିଭ ଚିହ୍ନଟ ହୋଇଥିଲେ।

ଭୁବନେଶ୍ବରର ବମିଖାଲର ବାସିନ୍ଦା ଥିବା ୩୫ ବର୍ଷୀୟ ଯୁବକ କିଭଳି କରୋନା ଆକ୍ରାନ୍ତ ହେଲେ, ତାହା ତାଙ୍କ ଗସ୍ତ ବିବରଣୀରୁ ସ୍ପଷ୍ଟ ହୋଇଛି। ସେ ଘରୁ ବାହାରକୁ ବାହାରି ନ ଥିଲେ ହେଁ  କରୋନା ଭୂତାଣୁର କବଳିତ ହୋଇଛନ୍ତି।  ଅସଲ କଥା ହେଲା, ବମିଖାଲ ଅଞ୍ଚଳର ୧୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସେ ସଂକ୍ରମିତ ହୋଇଛନ୍ତି। ସରକାର ଦେଇଥିବା‌ ସୂଚନା ଅନୁଯାୟୀ ସେ ରାଜ୍ୟର  ୭,୮,୨୨ ଓ ୩୯ତମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଆକ୍ରାନ୍ତ ଜୟଦୁର୍ଗା ନଗର ବାବିଲୋନ୍ ଆପାର୍ଟମେଣ୍ଟରେ ଥିବା ତାଙ୍କ ଘରେ ୨୨ ମାର୍ଚ୍ଚରୁ ୧୨ ଏପ୍ରିଲ୍ ପର୍ଯ୍ୟନ୍ତ ସଙ୍ଗରୋଧରେ ଥିଲେ। ଏ ସମୟରେ ସେ ବାହାରକୁ ବାହାରି ନାହାନ୍ତି। ତାଙ୍କଠାରେ କରୋନାର କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥିଲେ ମଧ୍ୟ ୧୩ ତାରିଖରେ ତାଙ୍କର ନମୁନା ପଜିଟିଭ୍ ବା‌ହାରିଛି। ଏହାପରେ ୧୩ ଏପ୍ରିଲରେ ତାଙ୍କୁ ଭୁବନେଶ୍ବର କିମ୍ସ କୋଭିଡ୍ ହସ୍ପିଟାଲକୁ ଚିକିତ୍ସା ଲାଗି ପଠାଇ ଦିଆଯାଇଛି।

IEC 2 years
Leave A Reply